ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ପ୍ରସନ୍ନ କୁମାର ସାବତ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା ସାଂସ୍କୃତିକ ସମ୍ପାଦିକା କବିତା ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପିକା ଡ଼. ମିନତୀ ପଣ୍ଡା ମୁଖ୍ୟଅତିଥି ଓ ଗବେଷିକା ଡ଼. ଅନ୍ତର୍ଜିତା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ନାରୀ ସୁରକ୍ଷା ଓ ଆମ ସାମାଜିକ ବ୍ୟବସ୍ଥା ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡ଼. ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାରୀମାନେ ସହଜରେ କୈ।ଣସି କଥାକୁ ସହଜରେ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ସେ ସୁଯୋଗ ଖୋଜୁଥାଏ ।. ତେଣୁ ସୁଯୋଗକୁ ପ୍ରତ୍ୟେକ ନାରୀ ଉପଯୋଗ କରିବା ଦରକାର। ଏଥିପାଇଁ ସେ ବିଭିନ୍ନ ଗଳ୍ପର ଉଦାହରଣ ଦେଇଥିଲେ । ମୁଖ୍ୟ ଅତିଥି ଡ଼. ମିନତୀ ପଣ୍ଡା ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ମହିଳାଙ୍କ ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇଛି। ତଥାପି ସବୁ ମହିଳା ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଏଥିପାଇଁ ସମସ୍ତଙ୍କୁ ସଚେତନ ଓ ମାନସିକ ପରିବର୍ତ୍ତନର ଜରୁରୀ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ଶ୍ରୀମତୀ ମହାଶ୍ଵେତା ସାହୁ ଚାଣ୍ଡାଶୋକ ଶୀର୍ଷକ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ସତ୍ୟ ନାରାୟଣ ଦାଶ ଏବଂ ଉପେନ୍ଦ୍ର କୁମାର ବସ୍ତିଆଙ୍କ ସଂଯୋଜନାରେ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ଗୀତାଞ୍ଜଳି ମହାରଣା, ସୁଭାଷିନୀ ସାହୁ, ସଂଯୁକ୍ତା ଦାଶ,ସୁମିତା ସ୍ବାଇଁ, ଆଲୋକ ବୋଷ, ଅଶୋକ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, ଜ୍ଞାନରଞ୍ଜନ ମିଶ୍ର, ସୁବାସ ମହାପାତ୍ର, ଦିବାକର ଦାଶ, ପ୍ରତାପ ପଣ୍ଡା, ଗୌତମ ଦାସ, ଦୀପ୍ତି ମହାନ୍ତି, ବିଜୟିନୀ ଜେନା, ପ୍ରିୟା ପାତ୍ର, ସୁନୀଲ କୁମାର ଦାସ, ମଞ୍ଜୁଳା ରଥ, ସତ୍ୟ ନାରାୟଣ ଦାଶ, ମୀନକେତନ ପଶାୟତ, ବ୍ରହ୍ମାନନ୍ଦ ପାଢ଼ୀ, ଉପେନ୍ଦ୍ର କୁମାର ବସ୍ତିଆ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାବତ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ, ଆବାହକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରିୟା ପାତ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ରବିନ୍ଦ୍ର ଠାକୁର, ଶରତ ସ୍ବାଇଁ, ହରିହର ଶତପଥୀ, ଅରବିନ୍ଦ ପାତ୍ର,ସୁବାସ ଲେଙ୍କା, ବିଭୁଦତ୍ତ ବେହେରା,ଶରତ ରାଉତ, ଅର୍ପିତା ପଟ୍ଟନାୟକ, ଶର୍ମିଷ୍ଠା କବିଶତପଥୀ, ବୈକୁଣ୍ଠ ପଟ୍ଟନାୟକ, କୁଳମଣି ଦାସ, ମୀନକେତନ ପଶାୟତ, ବସନ୍ତ ମହାରଣା, କମଳ ଆଚାର୍ଯ୍ୟ, ଶ୍ରୀକାନ୍ତ ପାଣିଗ୍ରାହୀ, ନିରୁପମା ଚାନ୍ଦ, ଅଜୟ କୁମାର ପ୍ରଧାନ, ସଞ୍ଜୟ ମିଶ୍ର, ନାରାୟଣ ଖଣ୍ଡେଲୱାଲ, ବିଦ୍ୟୁତ ପ୍ରଭା ସାବତ, ପ୍ରବୀର ଦୁବେ, ରାଜ ଲଷ୍ମୀ ସେନାପତି, ଗଦାଧର ରଥ, ରମେଶ ଚନ୍ଦ୍ର ସାହୁ, ପ୍ରମୁଖ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ରେ ଯୋଗ ଦାନ

Sunil Chandra Nayak

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ ବର୍ଷ ଭେଟ ଘାଟ

Sunil Chandra Nayak

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବି ଡି ଓ

Sunil Chandra Nayak

Leave a Comment

error: Content is protected !!