ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷକ ସନ୍ତୋଷାନନ୍ଦ ମନୋନୀତ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷକ ସନ୍ତୋଷାନନ୍ଦ ମନୋନୀତ

ନର୍ଲା,୨।୯(ନିପ୍ର): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଥିବା ତୁଳା ପଡା ଗ୍ରାମର ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠ ର କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକ ମନୋନୀତ ହୋଇଥିବା ଜଣାପଡିଛି । କ୍ରୀଡ଼ା ଶିକ୍ଷକ ଶ୍ରୀ ନାୟକ କ୍ରୀଡା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ଜାତୀୟସ୍ତର କ୍ରୀଡା ର ପରିଚାଳନା କରି ଅତୀତରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ଜଣା ପଡ଼ିବା ପରେ ତାଙ୍କୁ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି । ତୁଳାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠ ତରଫରୁ ତାଙ୍କୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷାଗତ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ମାଁ ପାଟରାଣୀ ସାଂସ୍କୃତିକ ଅନୁଷ୍ଠାନ,ମହାକାଲ୍ ଟିମ୍ ତୁଳାପଡା,ବିଭିନ୍ନ କ୍ରୀଡା ସଂଗଠନ ତରଫରୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

masiha

କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଅବକାଶ ସମୟରେ ୦୧ ରୁ ୧୦ ମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ଗୃହ କାର୍ଯ୍ୟ ପାଠ ସହାୟତା କେନ୍ଦ୍ର

ଆମ ଓଡ଼ିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ନଫେରନ୍ସ କାର୍ଯ୍ୟକ୍ରମ କୁ ବର୍ଜନ କରିବ ତେନ୍ତୁଳିଖୁଣ୍ଟି ବ୍ଳକ ସରପଞ୍ଚ ସଙ୍ଘ

masiha

Leave a Comment

error: Content is protected !!