ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

ଡାବୁଗାଁ, ୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ସ୍ଥିତ ଆୟାପ୍ପା ସ୍ଵାମୀ ମନ୍ଦିର ପରିସରରେ କଂଗ୍ରେସ ର ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ସଭାପତି ଓ ଜିଲା ସଭାପତି ନିର୍ବାଚନ ଉପରେ ଆଲୋଚନା ହୋଇଥିଲା | ଏହାସହ କଂଗ୍ରେସ ଦଳକୁ କିପରି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ନେଇ ଆଲୋଚନା ହୋଇଥିଲା | ଏଥିରେ ପର୍ଯ୍ୟବେକ୍ଷକ ତଥା ଏଆଇସିସି ସଭ୍ୟ ଜେଟି କୁସୁମ କୁମାର, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ କୃଷ୍ଣ କୁଳଦୀପ, ପୁରୁଷତ୍ତମ ଗୁପ୍ତା ଓ ଦ୍ରୌପଦୀ ମାଝି, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ବଂଶୀଧର ମାଝି, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, ବାବି ଜେନା, କେଶବ ରେଲି, ସତ୍ୟ ରଞ୍ଜନ ପାତ୍ର, କୃଷ ପନକା, ଭାଗୀରଥି ମାଝି, ରଇନୁ ପୂଜାରୀ, ପୁସ୍ତମ ମାଝି, ମଇୟ ପନକା ଏବଂ ୧୦୦ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀମନ୍ତ ରଥ ହେଲେ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି

Sunil Chandra Nayak

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ପାଟଭାଲେରଠାରେ ବିଜେଡିର ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!