ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ 

ଡାବୁଗାଁ, ୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ସ୍ଥିତ ଆୟାପ୍ପା ସ୍ଵାମୀ ମନ୍ଦିର ପରିସରରେ କଂଗ୍ରେସ ର ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ସଭାପତି ଓ ଜିଲା ସଭାପତି ନିର୍ବାଚନ ଉପରେ ଆଲୋଚନା ହୋଇଥିଲା | ଏହାସହ କଂଗ୍ରେସ ଦଳକୁ କିପରି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ନେଇ ଆଲୋଚନା ହୋଇଥିଲା | ଏଥିରେ ପର୍ଯ୍ୟବେକ୍ଷକ ତଥା ଏଆଇସିସି ସଭ୍ୟ ଜେଟି କୁସୁମ କୁମାର, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ କୃଷ୍ଣ କୁଳଦୀପ, ପୁରୁଷତ୍ତମ ଗୁପ୍ତା ଓ ଦ୍ରୌପଦୀ ମାଝି, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ବଂଶୀଧର ମାଝି, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝି, ବାବି ଜେନା, କେଶବ ରେଲି, ସତ୍ୟ ରଞ୍ଜନ ପାତ୍ର, କୃଷ ପନକା, ଭାଗୀରଥି ମାଝି, ରଇନୁ ପୂଜାରୀ, ପୁସ୍ତମ ମାଝି, ମଇୟ ପନକା ଏବଂ ୧୦୦ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

masiha

ଅନାସ୍ଥା ପ୍ରସ୍ତାବ ଡ୍ରାମା  ଅଧ୍ୟକ୍ଷାଙ୍କ ବିପକ୍ଷରେ ସମସ୍ତ କାଉନସିଲର ଦେଲେ ଭୋଟ୍‌,ହାରିଗଲେ ଅଧ୍ୟକ୍ଷା

masiha

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ବିଜେପି ର ବ୍ଲକ୍ ଘେରାଉ

Sunil Chandra Nayak

Leave a Comment

error: Content is protected !!