ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେପି ତରଫରୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

ରାଇରଙ୍ଗପୁରରେ ବିଜେପି ତରଫରୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା 

ମୟୂରଭଞ୍ଜ -୧୨/୦୮ ( ମସିହା) ଓଡ଼ିଶାରେ ବିଜେପି ସରକାରକୁ ଆସିଲାପରେ ଧୀରେ ଧୀରେ ଏହା ଶକ୍ତିଶାଳୀ ହେବାକୁ ଯାଉଛି । ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବିଜେପି ମୁହାଁ ହେବାକୁ ଅଗ୍ରସର ହେଲେଣି ।

ନିକଟରେ ଓଡ଼ିଶାର ବିଶିଷ୍ଟ ମହିଳା ନେତ୍ରୀ ତଥା କୁଡୁମି ସଂପ୍ରଦାୟର ଆଗଧାଡିର ନେତ୍ରୀ ରାଜ୍ୟ ସଭା ସାହୁ ମମତା ମହାନ୍ତ ବିଜେଡି ଦଳ ପରିତ୍ୟାଗ କରି ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବ ଉପରେ ଆସ୍ଥା ରଖି ବିଜେପିରେ ସାମିଲ ହୋଇଛନ୍ତି ।ବିଜେଡି ଦଳ ତାଙ୍କୁ ଅଣଦେଖା ଓ ଦଳରେ ସମ୍ମାନ ନ ଦେବା, ନିର୍ବାଚନ ସମୟରେ ଅଣଦେଖା କରିବା,ତାଙ୍କର ଅନୁଦାନ ପାଣ୍ଠିକୁ ଦଳ ତରଫରୁ ମୟୂରଭଞ୍ଜ ଜିଲ୍ଲାର ବାହାରେ ଖର୍ଚ୍ଚ କରାଇବା ବାଧ୍ଯଵାଧକତା ନେଇ ସେ ଦଳରେ ଅଣନିଃଶ୍ବାସୀ ହୋଇ ଦଳତ୍ଯାଗ କରିଥିବା ନିକଟରେଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଥିଲେ ।ଆଜି ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ପ୍ରାକ୍ତନ ସାଂସଦ ମମତା ମହାନ୍ତଙ୍କୁ ଦଳ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ଆୟୋଜିତ ସମ୍ବର୍ଧନା ଉତ୍ସବ ମଣ୍ଡପକୁ ପାଛୋଟି ନିଆଯାଇଥିଲା ।ବନ୍ଦେ ମାତରଂ,ଭାରତମାତାକୀ ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ସଭା ମଣ୍ଡପ ।ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ଜିଲ୍ଲା ସଂପାଦକ ମନୋଜ ଦାସ , ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ଜିଲ୍ଲା କୋଷାଧ୍ୟକ୍ଷ ବିକାଶ ମହାନ୍ତ,ନଗର ସଭାପତି ସୁରଥ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ, ଜିଲ୍ଲା ମହିଳା ସଭାନେତ୍ରୀ ସୋନାଲି ମହାନ୍ତ,ମିନତୀ ଵସା,ରାଣୀ ମଣ୍ଡଳ, ସଂଖ୍ୟା ଲଘୁ ସେଲର ସେକ ଅବିଦ୍ ଅଲ୍ଲୀ, ଜିଲ୍ଲା ପଛୁଆବର୍ଗ ସଭାପତି ବିଜୁଗୋପାଲ ଗୋପ,ଅଶୋକ ମହାନ୍ତ ,ପାରାଉ ହେମ୍ବ୍ରମ, ଜିଲ୍ଲା ଉପସଭାପତି ନରେନ୍ଦ୍ର ସାହୁଙ୍କ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ ନେତୃବୃନ୍ଦ, ପଦାଧିକାରୀ ସାମିଲ ହୋଇଥିଲେ । ନେତୃବୃନ୍ଦ କହିଥିଲେ ମମତା ମହାନ୍ତ ଓଡ଼ିଶାର ଆଗଧାଡିର ଜଣେ ବିଶିଷ୍ଟ ମହିଳା ନେତ୍ରୀ ।ରାଜ୍ୟ ସଭାରେ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ସବୁ ବର୍ଗ ର ଲୋକଙ୍କ ସମସ୍ୟା,ରେଳପଥ, ଶିଳ୍ପ, ବିଭିନ୍ନ ଆଦିବାସୀ ଭାଷା ମାନ୍ୟତା ଦାବି ନେଇ ସେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି ତାହା କେହି ଅସ୍ଵିକାର କରି ପାରିବେ ନାହିଁ। ସେ ଜଣେ ସ୍ଵାଭିମାନୀ ମହିଳା । ନିକଟରେ ସେ ବିଜେପିରେ ଯୋଗ ଦେଇଥିବାରୁ ତାଙ୍କୁ ବହୁ ବହୁ ଅଭିନନ୍ଦନ ।ପ୍ରାକ୍ତନ ସାଂସଦ ମମତା ମହାନ୍ତ କହିଥିଲେ ଦଳ ତାଙ୍କୁ ସମ୍ମାନର ସହ ସାମିଲ କରିଥିବାରୁ କେନ୍ଦ୍ର , ରାଜ୍ୟ ଏବଂ ମୟୂରଭଞ୍ଜ ବିଜେପିକୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ।ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ନିଷ୍ଠାର ସହ ତୁଲାଇବେ ।ବିଶେଷତଃ ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ବାର୍ଥ ଓ ମହିଳାଙ୍କ ସ୍ଵାର୍ଥ,ଓଡ଼ିଶାର ବିକାଶ ପାଇଁ କାମ କରିବେ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

ଭୋଟ ପାଇଁ ସଚେତନତା ରାଲି

masiha

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

masiha

Leave a Comment

error: Content is protected !!