ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ବ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଏନଆଇଟି ରାଉରକେଲା ର ପ୍ରଫେସର ଡ଼. ବିଭୁଦତ୍ତ ସାହୁ ଯୋଗ ଦେଇ କୃତ୍ରିମ ବୁଦ୍ଧିମାତା ବିଷୟରେ ବିସ୍ତୃତ ଭାବରେ ବକ୍ତବ୍ୟ ରଖିଥିଲେ | ସେ କହିଲେ ଯେ କୃତ୍ରିମ ବୁଦ୍ଧିମତା ଏକ ବୈପ୍ଲବିକ ପ୍ରଯୁକ୍ତି ବିଦ୍ୟା ଭାବରେ ଉଭା ହୋଇଛି, ଯାହା ଆମ ଜୀବନ, କାର୍ଯ୍ୟଧାରା ଏବଂ ବିଶ୍ୱ ସହିତ ଯୋଗାଯୋଗର ସ୍ୱରୂପ ପରିବର୍ତ୍ତନ କରିଛି | କମ୍ପୁଟର ଗୁଡିକର ଏପରି ବୁଦ୍ଧିମତା ଯାହାଦ୍ୱାରା ସେମାନେ ବିଭିନ୍ନ ପରିବେଶରେ ନିଜକୁ ଖାପ ଖୁଆଇ ବାସ୍ତବିକ ଜୀବନର ମନୁଷ୍ୟ ଠାରୁ ଅଧିକ ବେଗରେ ସମସ୍ୟାର ସମାଧାନ କରିପାରୁଛନ୍ତି ଏହାକୁ କୃତ୍ରିମ ବୁଦ୍ଧିମତା କୁହାଯାଏ | ଶିକ୍ଷା କ୍ଷେତ୍ରରେ, ଚିକିତ୍ସା କ୍ଷେତ୍ରରେ, ବ୍ୟାଙ୍କ୍ କାର୍ଯ୍ୟରେ ଓ ରାସ୍ତା ନିୟନ୍ତ୍ରଣ ରେ ମଧ୍ୟ ଏହା ସହାୟକ ହୋଇଥାଏ | ଏହା ଏକ ସକାରାତ୍ମକ ବିକାଶ ତଥା ଆମ ଜୀବନଶୈଳୀକୁ ସୁବିଧାଦାୟକ କରିପାରିବା ନିମନ୍ତେ ସକ୍ଷମ ବୋଲି ମତ ରଖିଥିଲେ | ପାଠାଗାର ର ସଭାପତି ପ୍ରସନ୍ନ କୁମାର ସାବତ ଙ୍କ ସ୍ୱାଗତ ଭାଷଣ ଦେବା ପରେ ପାଠାଗାରର ଉପଦେଷ୍ଟା ଡ଼. ଶକ୍ତି ପ୍ରସାଦ ସାମନ୍ତରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ | ପରେ ପରେ କାର୍ଯ୍ୟକାରୀ ସଭାପତି ଇଞ୍ଜିନିଅର ସୁବାସ ମହାପାତ୍ର ପ୍ରାକ କଥନରେ କହିଲେ – ଆଜିର ଏ ପ୍ରଯୁକ୍ତି ବିଦ୍ୟା ଭବିଷ୍ୟତର ବାସ୍ତବତା | କୃତ୍ରିମ ବୁଦ୍ଧିମତା ହେଉଛି ଏପରି ଏକ ପ୍ରଯୁକ୍ତି ବିଦ୍ୟା ଯାହା ଡାଟା ସଂଗ୍ରହ କରିବା, ଶିଖିବା ଓ ନିଷ୍ପତ୍ତି ନେବାର କାର୍ଯ୍ୟକୁ ସମ୍ପାଦନା କରେ | ଶେଷରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅଭୟ କୁମାର ଦାସ, ଗୀତାଞ୍ଜଳି ମହାରଣା, ଗୌତମ ଦାସ, ପ୍ରିୟା ପାତ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ଶରତ ସ୍ବାଇଁ, ହରିହର ଶତପଥୀ, ସୁବାସ ଲେଙ୍କା, ବିଭୁଦତ୍ତ ବେହେରା, ଶରତ ରାଉତ, କୁଳମଣି ଦାସ, ବସନ୍ତ ମହାରଣା, କମଳ ଆଚାର୍ଯ୍ୟ, ଶ୍ରୀକାନ୍ତ ପାଣିଗ୍ରାହୀ, ନାରାୟଣ ଖଣ୍ଡେଲୱାଲ, ବିଦ୍ୟୁତପ୍ରଭା ସାବତ, ଗଦାଧର ରଥ, ଡାକ୍ତର ଗୋପବନ୍ଧୁ ବଳ, ମହେନ୍ଦ୍ର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ବିଜୟ କୁମାର ବରାଳ, ସୁନୀଲ କୁମାର ମହାନ୍ତି, ସୁମିତା ସ୍ୱାଇଁ, ରୁକ୍ମଣୀ ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ପାଢ଼ୀ, ଶୁକଦେବ ସାହୁ, ଶରତ ଦାସ, ଡ଼. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନଳିନୀକାନ୍ତ ଧର, ରମେଶ ସାହୁ, ନାରାୟଣ ଖଣ୍ଡେଲୱାଲ, ସଞ୍ଜୀବ ଭୋଇ, ପୀତବାସ ପ୍ରଧାନ, କବିତା ଦାଶ, ପ୍ରଭାସିନୀ ସାହୁ, ଗୁରୁ ଚରଣ ପଟ୍ଟନାୟକ, ନବଘନ ସାହୁ, ମଞ୍ଜୁଳା ପାତ୍ର, ରାଜେନ୍ଦ୍ରି ପାତ୍ର, ରମେଶ ଚନ୍ଦ୍ର ସିଂହ, ରତିକାନ୍ତ ପରିଡା ହରିହର ନାୟକ, ବିଜୟ କେଶରୀ ଭଞ୍ଜ, ଶ୍ରୁତି ପତି, ସୁଧା ପତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ବ୍ୟାସକବି ଫକୀରମୋହନ ତିରୋଧାନ ଦିବସ ଓ ରଜ ଉତ୍ସବ ପାଳନ

masiha

Leave a Comment

error: Content is protected !!