ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ

କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ୍ ଘାଟ୍ ପାଳିତ 

ଜୁନାଗଡ଼,୫/୯(ମନୀସ) କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ୨୦୨୫- ୨୭ ବର୍ଷ ପାଇଁ ପ୍ରଫେସର୍ ଗୋପବନ୍ଧୁ ବେହେରା ସଭାପତି ଓ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବିଶ୍ଵନାଥ କର ସମ୍ପାଦକ ରୂପେ ନିର୍ବାଚିତ ହେଲା ପରେ, ଆଜି ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ର ସଭାଗୃହରେ କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ନୂଆଁଖାଇ ଭେଟ ଘାଟ୍ ଅନୁଷ୍ଠିତ ହୋଇଛି। ଆଜିର ବୈଠକରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ କୃଷ୍ନବତାର ଦେଓ ସଭାପତିତ୍ବ କରିଥିବା ବେଳେ, କମିଟି ର ସମ୍ପାଦକ ଶ୍ରୀଯୁକ୍ତ କର ସ୍ବାଗତ ଅଭିଭାଷଣ ପ୍ରଦାନ କରି ସଂପାଦକୀୟ ବିବରଣୀ ପଠନ କରିଥିଲେ। ପରେ କମିଟିର ପୂର୍ବତନ କର୍ମକର୍ତ୍ତା ସ୍ବର୍ଗତ ଜଗନ୍ନାଥ ମୁଣ୍ଡ ଓ ଭାଗିରଥି ଭୋଇ ଙ୍କ ଆତ୍ମାର ସଦ ଗତି ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଥିଲା। ଚଳିତ ବର୍ଷ ପାଇଁ କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦ ଦ୍ଵାରା କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ତଥା ସାମଗ୍ରିକ ବିକାଶ ପାଇଁ ଅନେକ ଗୁଡ଼ିଏ ପ୍ରସ୍ତାବ ଆଗତ ହୋଇ ପାରିତ ହେଲା। ସେଥି ମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ, କଳାହାଣ୍ଡି ଜିଲ୍ଲାରେ ଅକାମୀ ହୋଇ ପଡିଥିବା ଚିନି କାରଖାନାର ପୁନରୁଦ୍ଧାର କରିବା, ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଖାଲି ପଡ଼ିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀ ପୂରଣ, ୩ୟ ଓ ୪ର୍ଥ ବର୍ଗର କର୍ମଚାରୀ ନିୟୋଜନ କୁ ଜିଲ୍ଲଭିତ୍ତିକ କରିବା, ଭବାନୀପାଟଣା ଠାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷା କେନ୍ଦ୍ର କରିବା, ପ୍ରଭୁତୀ ଦାବୀ ପାରିତ ହୋଇ ଏହାର ତ୍ୱରିତ ସମାଧାନ ପାଇଁ ଆସନ୍ତା ଦିନରେ କଳାହାଣ୍ଡି ଶିକ୍ଷ୍ୟା ବିକାଶ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟି ଦାବୀ ପୂରଣ ପାଇଁ ଲିଖିତ ଭାବେ ଜଣାଇବାକୁ ନିଷ୍ପତ୍ତି ନିଆଗଲା। ଉକ୍ତ ସଭାରେ ଅର୍ଥ କମିଟିର କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ମାହେଶ୍ୱରୀ ଦାସ, ପ୍ରଫେସର୍ ରଜନୀକାନ୍ତ ବେହେରା, ଲଳିତ କିଶୋର ପଣ୍ଡା, ଯଶୋବନ୍ତ ବେହେରା,ସବିତା ପଟ୍ଟନାୟକ, ସବିତା ଦାସ, ପ୍ରେମାନନ୍ଦ ବାଗ, ଯୋଗେଶ ଚନ୍ଦ୍ର ଦୋରା, ଭାରତ ଭୁଷଣ ଚଲାନ, ପଦ୍ମ କିଶୋର ପୁଝାରୀ, ବ୍ରଜେନ୍ଦ୍ର ପଟଯୋଷି, ବୈଦ୍ୟନାଥ ମିଶ୍ର, ପ୍ରାଣ କିଶୋର ପଣ୍ଡା ପ୍ରଭୁତି ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପରିଶେଷରେ ଉପ ସଭାପତି ଶ୍ରୀଯୁକ୍ତ ସିମାଞ୍ଚଲ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଏହି ଶିକ୍ଷ୍ୟା ବିକାଶ ପରିଷଦର ପ୍ରଚେଷ୍ଟା ରେ ବିଗତ ଦିନରେ ଜିଲ୍ଲାରେ ଅନେକ ଗୁଡ଼ିଏ ଶିକ୍ଷ୍ୟା ସଂସ୍ଥା ଓ ଭେଷଜ ମହାବିଦ୍ୟାଳୟ ସ୍ଥାପନ ହେବାରେ ପ୍ରମୁଖ ଭୂମିକା ରହିଛି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

masiha

ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଜେକେ ପେପର୍ ମିଲ୍ସ ତରଫରୁ ଛାତ୍ରୀ ଙ୍କୁ ପଠନ ସାମଗ୍ରୀ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!