ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ସମ୍ମାନିତ ହେଲେ କ୍ରୀଡା ଶିକ୍ଷକ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ସମ୍ମାନିତ ହେଲେ କ୍ରୀଡା ଶିକ୍ଷକ 

ନର୍ଲା/ମସିହା/୦୫/୦୯/୨୫ — ଆଜି କଳାହାଣ୍ଡି ଜିଲ୍ଲାସ୍ତରୀୟ ସମ୍ମେଳନ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ନର୍ଲା ବ୍ଲକର ତୁଳାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଶିକ୍ଷକ ସନ୍ତୋଷାନନ୍ଦ ନାୟକ ସମ୍ମାନୀତ ହୋଇଛନ୍ତି । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଅଧିନରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଗୁରୁ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋ ଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁ ଦିବସର ବାର୍ତ୍ତା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ୍ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରିଥିଲେ । କ୍ରୀଡ଼ା ଶିକ୍ଷକ ସନ୍ତୋଷାନନ୍ଦ ଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏହା ଜଣା ପଡ଼ିବା ପରେ ଅଞ୍ଚଳରେ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟସ୍ତରୀୟ ଓ ଜାତୀୟସ୍ତରରେ କ୍ରୀଡା ପରିଚାଳନା କରିବାରେ ସିଦ୍ଧହସ୍ତ ଶିକ୍ଷକ ସନ୍ତୋଷାନନ୍ଦ ଙ୍କୁ ଶିକ୍ଷକ ସଂଘ,ସାମ୍ବାଦିକ ସଂଘ,ଅବସରପ୍ରାପ୍ତ କର୍ମଚାରୀ ସଂଘ,ସଚେତନ ନାଗରିକ ମଞ୍ଚ,ଅନେକ ଶିକ୍ଷାବିତ୍ ମାନେ ଶୁଭେଚ୍ଛା ଜଣାଇଛନ୍ତି । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜୁନ ୧୯ରେ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ସଦର ବ୍ଲକ ଘେରାଉ

Sunil Chandra Nayak

ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ନ୍ୟାୟ ଅପେକ୍ଷାରେ ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଗ୍ରାହକ ଜାଣୁନି ପ୍ରଶାସନ,ବୁଝୁନି ସରକାର

masiha

Leave a Comment

error: Content is protected !!