ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

ପ୍ରସିଦ୍ଧ ପାକଣାପାଟ ପର୍ବତରେ ଯାନ୍ତାଳ ମେଳାରେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନରସିଂହ ବାବାଙ୍କ ପୂଜାର୍ଚ୍ଚନା

ମୟୂରଭଂଜ,,୫/୯- — ମୟୂରଭଂଜ ଜିଲ୍ଲାର ଜାମଦା ନିକଟସ୍ଥ କଇଁପୁରର ପାକାଣାପାଟ ପରବତରେ ପ୍ରଷିଦ୍ଧ ଜାନ୍ତାଳ ମେଳାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତ‌ଥା ଶ୍ରମ, କର୍ମଚାରୀ କର୍ମଚାରୀ ଚୀମା ବିଭାଗ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୁରଭଞ୍ଜ ଲୋକସଭା ସାଂସଦ ନଚଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ରରୁଆଁ ଚେୟାରମ୍ୟାନ୍ ଅଜିତ କୁମାର ତିରିଆ,ଜଙ୍ଗଲ ମନ୍ତ୍ରୀଙ୍କ ମିଡ଼ିଆ ସେଲର ମନୋରଞ୍ଜନ ତିରିଆ ପ୍ରମୁଖ ଯୋଗ ଦେଇ ଅଞ୍ଚଳବାସୀଙ୍କ ମଙ୍ଗଳ ପାଇଁ ବାବା ନରସିଂହଙ୍କ ନିକଟରେ ପୁଜାର୍ଚ୍ଚନା କରିଛନ୍ତି । ମନ୍ତ୍ରୀ ଗଣେଶରାମଙ୍କ ସମେତ ସାଂସଦ ନବଚରଣ, ବିଧାୟକ ଜଲେନ୍ ନାଏକ ପ୍ରମୁଖ ହାଟବାଦଡ଼ା ଦେଇ ପ୍ରବେଶ କରିଥିଲେ । ମନ୍ତ୍ରୀ, ସାଂସଦ, ବିଧାୟକ ବସନ୍ତପୁରରେ ମହାନ୍ ସ୍ବତନ୍ତ୍ରତା ସଂଗ୍ରାମୀ ବାମନଘାଟୀ ଆଦିବାସୀ ବିଦ୍ରୋହର ମହାନ୍ ନାୟକ ରଘୁବୀର କଣ୍ଡାଂକେଲଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ସେମାନେ କଇଁପୁରର ଐତିହାସିକ ଜାନ୍ତାଳ ମେଳାର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା ପରେ ପାକାଣାପାଟ ପାହାଡ଼କୁ ଯାଇ ବାବା ନରସିଂହଙ୍କୁ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ନିକଟସୁ ପାସନା ପଞ୍ଚାୟତର ବାନ୍ଦଦୁମାଠାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିବାସୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ମନ୍ତ୍ରୀ ଗଣେଶରାମ ଉପସ୍ଥିତ ଜନତାଙ୍କୁ ପାକାଣାପାଟର ବାବା ନରସିଂଙ୍କ ଜାନ୍ତାଳ ମେଳା ପାଇଁ ସମସ୍ତେ ଏକାଠି ହୋଇ ପାରିଛନ୍ତି । ଆଦିବାସୀମାନେ ସେମାନଙ୍କ ପିଲାମାନଙ୍କର ଶିକ୍ଷା ପ୍ରତି ଯତ୍ନବାନ ହେବା ସହିତ ନ ମାତ୍ରାଧିକ ମାଦକ ଦ୍ରବ୍ୟ ସେବନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ଶିବ କୁମାର ଅଗୁୱାଲା, କିଣାରାମ ବିରୁଆ, ପାସନା ସରପଞ୍ଚ ମାଳତୀ ଆଲଡ଼ା, ନାଏବ ସରପଞ୍ଚ ଭାରତୀ ପାତ୍ର, ସ୍ଥାନୀୟ ସାମାଜିକ କର୍ମୀ ସୁରେନ୍ଦୁ ସୋୟ, ଭୀମଚରଣ ପୂର୍ତ୍ତି,ସାମନ୍ତ ଗିରି ସମେତ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍‍ଘାଟିତ

masiha

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର 

Sunil Chandra Nayak

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!