ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ଗୁରୁଦିବସ ପାଳନ 

ଶ୍ରଦ୍ଧା ରେ ଗୁରୁଦିବସ ପାଳନ 

ରାଉରକେଲା : ମାନସିକ ଭିନ୍ନକ୍ଷମ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଶ୍ରଦ୍ଧା ରେ ପାରମ୍ପରିକ ରୀତିରେ ସ୍ଵତନ୍ତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରତିବର୍ଷ ଭଳି ଉତ୍ସାହ ର ସହିତ ଗୁରୁଦିବସ ପାଳନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କ ତରଫରୁ କଲମ ତଥା ଅନ୍ୟାନ୍ୟ ଉପଢୌକନ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏହା ଏକ ନିଆରା କାର୍ଯ୍ୟକ୍ରମ ଥିଲା । ପିଲା ମାନେ ବହୁତ ଆନନ୍ଦିତ ଓ ଉତ୍ସାହିତ ଥିଲେ । ଏହି ପରିପ୍ରେକ୍ଷୀରେ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଓ କମିଟି ସଦସ୍ୟ ନରେଶ ଚନ୍ଦ୍ର ପଟେଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ସୂତନ୍ତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ କହିଥିଲେ ଯେ ଆମର ଗୁରୁଜୀ ମାନଙ୍କ ସ୍ଥାନ ଆମ ସମାଜରେ ସ୍ଵତନ୍ତ୍ର । କାରଣ ବୋଦ୍ଧିକ ବିକାଶ ଵାଧିତ ପିଲା ମାନଙ୍କୁ ଶିକ୍ଷା ଦାନ କରିବା ଏକ ସ୍ଵତନ୍ତ୍ର ପରିଚୟ ଦେଇ ଥାଏ । ଯାହା ସାଧାରଣ ସ୍କୁଲ ମାନଙ୍କରେ ନ ଥାଏ । ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବନୋତ୍ସବ ପାଳିତ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

masiha

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

Sunil Chandra Nayak

Leave a Comment

error: Content is protected !!