ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

ସରକାରୀ ଡିଗ୍ରୀ କଲେଜ୍ କୋଷାଗୁମୁଡ଼ା ରେ ଇନ୍ନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ 

ନବରଙ୍ଗପୁର:(୭|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ଇନ୍ନୋଭେସନ୍ ଓ ଷ୍ଟାର୍ଟ ଅପ୍ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଅନୁଷ୍ଠିତ କାର୍ଯ୍ଯକ୍ରମ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜୀବ ଜାଲ ଙ୍କ ସଭପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ କୋଣାର୍କ ଆଇ. ଟି ଆଇ. ର ଡାଇରେକ୍ଟର ତଥା ସମାଜସେବୀ ଡ.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଥିଲେ। ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଏଥିରେ ମହାବିଦ୍ୟାଳୟ ର ବିଭିନ୍ନ ପ୍ରତିଯୋଗୀ ନିଜର ପ୍ରୋଜେକ୍ଟ ପରିବେଷଣ କରିଥିଲେ।ବିଚାରକ ମଣ୍ଡଳୀ ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କୁ ଚୟନ କରିଥିଲେ ଏଵଂ ସେମାନଙ୍କ ନାମ କୁ ବିଶ୍ବ ବିଦ୍ୟାଳୟ କୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପଠେଇ ଥିଲେ। ସେହି ପ୍ରତିଯୋଗୀ ମାନେ ହେଲେ ପ୍ରଥମ କୁମାରୀ ଧନ୍ମତି ଭତ୍ରା,ଦ୍ଵିତୀୟ ଶ୍ରୀ କମଳେଶ ମାଳି ଏବଂ ତୃତୀୟ କୁମାରୀ ତପସ୍ଵିନୀ ହରିଜନ। କୃତି ପ୍ରତିଯୋଗୀ ଙ୍କୁ ଦୁଇ ହଜାର ପାଞ୍ଚ ଶହ, ଏକ ହଜାର ପାଞ୍ଚ ଶହ ଓ ଏକ ହଜାର ଟଙ୍କା ଦେଇ ପୁରସ୍କୃତ କରା ଯାଇଥିଲା। ମୁଖ୍ୟ ଅତିଥି ତଥା ବିଚାରକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସରକାର ଙ୍କ ଏଭଳି ପ୍ରୟାସ କୁ ପ୍ରଶଂସା କରିବା ସହିତ ଛାତ୍ର ଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା କୁ ସାମ୍ନା କୁ ଆଣିବା ରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଜ ବାକ୍ତବ୍ୟ ରେ କହିଥିଲେ। ଅଧ୍ୟକ୍ଷ ଶ୍ରୀ ରାଜୀବ ଜାଲ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଯୁବ ସମାଜ ପାଠ ସାଙ୍ଗେ ଯଦି କୌଣସ ଧନ୍ଦା ମୁଳକ ତାଲିମ ନେଇ ଥାନ୍ତି, ତେବେ ଭବିଷ୍ୟତରେ ଚାକିରୀ ପଛରେ ନ ଗୋଡେଇ ଆତ୍ମ ନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ କିଛି ଲୋକଙ୍କୁ ମଧ୍ୟ କାମ ଯୋଗାଇ ଦେଇ ପାରିବେ। ବିଜୟଲକ୍ଷ୍ମୀ ଦିସାରୀ,ସୁମନ୍ତ ବାଘେଲ, ଶ୍ରୀକାନ୍ତ ପଣ୍ଡା, ଗୌରାଙ୍ଗ ଚରଣ ବିଡିକା,ବିକାଶ କଲେଟ,ଲାଲୁ ହରିଜନ ଓ ଜୟକୃଷ୍ଣ ଭତ୍ରା ପ୍ରମୁଖ ଅଧ୍ୟାପିକା ଅଧ୍ୟାପକ ନିଜ ନିଜ ବିଭାଗର ପ୍ରତିଯୋଗୀ ଙ୍କୁ ପ୍ରୋଜେକ୍ଟ ତିଆରିରେ ସହାୟତା କରିଥିଲେ। ତମନ୍ ବିଷୋୟୀ ଓ ସୁନୀଲ ହରିଜନ ପ୍ରମୁଖ ସହାୟତା କରିଥିଲେ। ଶେଷରେ ମହାବିଦ୍ୟାଳୟର ସେକ୍ସନ ଅଫିସର୍ ଶ୍ରୀ ପ୍ରଫୁଲ କୁମାର ଗୁଣ୍ଠା ଙ୍କ ଧନ୍ୟବାଦ୍ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇ ଥିଲା। ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ଥିଲେ।

Related posts

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

masiha

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!