ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

ରାଉରକେଲା- ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି।କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ମୋକ୍ଷ ପ୍ରାପ୍ତିର ମାର୍ଗ ଓ ଶକ୍ତିପୂଜା ଶୀର୍ଷକ ଆଲୋଚନାଚକ୍ରର ପ୍ରଥମାର୍ଦ୍ଧ ରେ ସଭାପତି ବିଶିଷ୍ଟ ସାହିତ୍ୟିକ ଓ କଥାକାର ଭୂପେନ ମହାପାତ୍ର ଯୋଗଦେଇ ଥିବା ବେଲେ ମୁଖ୍ଯଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ,ସମ୍ମାନୀୟ ଅତିଥି ଭାବେ ଇଂ ଅଭୟ କୁମାର ଦାସ,ମୁଖ୍ଯବକ୍ତା ଭାବେ ବିଶ୍ରା ସ୍ଥିତ ଏସ ଆର୍ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରୋଦ କୁମାର ବରାଳ ଯୋଗଦେଇ ମୋକ୍ଷ ପ୍ରାପ୍ତିର ମାର୍ଗ ଓ ଶକ୍ତିପୂଜାର ବିଭିନ୍ନ ଦିଗ ଓ ପୌରାଣିକ ଐତିହାସିକ ପ୍ରୁଷ୍ଠଭୂମି ବିଷୟରେ ଆଲୋଚନା କରିଥିଲେ। ଗୀତାରାଣୀ ବେହେରାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଆସରରେ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ପଠନ କରିଥିଲେ। ସଂପାଦିକା ରଶ୍ମିବାଳା ରାଉତରାୟ ସମ୍ପାଦକୀୟ ବିବରଣି ଓ ଅତିଥି ପରିଚୟ ପ୍ରାଦାନ କରିଥିଲେ |

ଦ୍ବିତୀୟ ପର୍ଯ୍ଯାୟରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସୁସାହିତ୍ଯିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ କରିଥିବା ବେଳେ କବି ଗୌତମ ଦାସ ଓ କବୀ ଉର୍ବଶୀ ଦାଶପତି ପାଠୋତ୍ସବକୁ ସଂଯୋଜନା କରିଥିଲେ। ଏଥିରେ ଡା.ଗୀତାଞ୍ଜଳି ପତ୍ରୀ, ପ୍ରତାପ ପଣ୍ଡା,ଉପେନ୍ଦ୍ର ବସ୍ତିଆ,ଅର୍ଚ୍ଚନା ପାତ୍ର,ବ୍ରହ୍ମାନନ୍ଦ ପାଢୀ,ନିକୁଞ୍ଜ ବିହାରୀ ଦାଶ,ବଳରାମ ଦାଶ,ଅର୍ଚ୍ଚନା ଦେବତା ,ସଂଜୀବ ଭୋଇ, ପ୍ରତାପ ତ୍ରିପାଠୀ ,ସତ୍ଯ ନାରାୟଣ ଦାସ, ସଂଯୋଜକ ଦ୍ବୟ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ | ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ଯମାନଙ୍କ ମଧ୍ଯରେ ସବିତା ପରିଡା , ବ୍ରଜକିଶୋର ପାଣି,ସୂର୍ଯ୍ଯମଣୀ ପଣ୍ଡା, ନିରୁପମା ନାୟକ ସହ ସହରର ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ସୋଚ୍ଛସେବି ଅନୁଷ୍ଠାନ “ଅନ୍ୱେଷଣ” ର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ରାୟଗଡ଼ା ଦିବ୍ୟାଙ୍ଗ ଖେଳାଳିଙ୍କୁ ସହଯୋଗ ଓ ସାବାସୀର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ 

Sunil Chandra Nayak

Leave a Comment

error: Content is protected !!