ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ତୂଆଳ ମାଳି ଠାରେ ଖଣ୍ତୂଆଳ ବାବାଙ୍କ ଯାତ୍ରା ଓ ସଭା ଅନୁଷ୍ଠିତ

ଥୁଆମୂଳ ରାମପୁର:୩୦/୩ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କର୍ଲାପାଟ ଗ୍ରାମ ସ୍ଥିତ ଖଣ୍ତୂଆଳ ମାଳି ଠାରେ ଅବସ୍ଥିତ ବାବା ଖଣ୍ତୂଆଳ ଦେବ ଙ୍କ ଯାତ୍ରା ଓ ସଭା କାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଣ୍ତୂଆଳ ମାଳି ସୁରକ୍ଷା କମିଟି ଓ ଆନ୍ଦୋଳନ କାରୀଙ୍କ ଏକ ସଭା କାର୍ଯ୍ଯ ଆୟୋଜନ ହୋଇଥିଲା ଏଥିରେ ମାଳି ସୁରକ୍ଷା କମିଟିର କର୍ମକର୍ତ୍ତା ଓ ଆନ୍ଦୋଳନ କାରୀ ସମେତ୍ ଶତାଧିକ ଲୋକ ସାମିଲ ହୋଇଥିଲେ। ଆଦିବାସୀ ଅଧ୍ୟୁଷିତ ପଛୁଆ ବର୍ଗ ଲୋକଙ୍କର ବସବାସ କରୁଥିବା ଏହି ଥୁଆମୂଳ ରାମପୁର ବ୍ଳକରେ ଲୋକଙ୍କ ସରଳତା ସୁଯୋଗ ନେଇ ଅନେକ ସମୟରେ ଲୋକଙ୍କୁ ଲୋଭ ଦେଖାଇ ନିଜ ସ୍ବାର୍ଥ ପାଇଁ ସରଳ ଆଦିବାସୀ ଙ୍କୁ ଧକ୍କା ଦେଇଚାଲିଛନ୍ତି। ଏହା ସହିତ କର୍ଲାପାଟ ଗ୍ରାମସ୍ଥିତ ଖଣ୍ତୂଆଳ ମାଳି କୁ ସରକାରଙ୍କ ପକ୍ଷରୁ ଖଣି ଖାଦାନ ଉତ୍ତୋଳନ ପାଇଁ ଘୋଷଣା କରିଛନ୍ତି। ଏହି ମାଳି ଉପରେ ଅନେକ ଗରିବ ଲୋକେ ପୁରୁଷ ପୁରୁଷ ଧରି ନିର୍ଭରଶୀଳ। ଖଣ୍ତୂଆଳ ମାଳି ଅନେକ ପ୍ରକାରର ସାମଗ୍ରୀ ଯୋଗାଇ ଆସୁଥିବା ବେଳେ ଗରିବ ଲୋକେ ଖଣ୍ତୂଆଳ ମାଳିରେ ବନ୍ଯଜାତ ସାମଗ୍ରୀ ସଂଗ୍ରହ କରି ବିକ୍ରି କରି ପରିବାରର ପ୍ରତିପୋଷଣ କରିଆସୁଛନ୍ତି। ସରକାର ଏବେ ଖଣ୍ତୂଆଳ ମାଳିକୁ କମ୍ପାନୀ ହାତରେ ଲିଜ୍ ସୂତ୍ରରୁ ଟେକି ଦେଇଛନ୍ତି ଦେଇଛନ୍ତି। ତେଣୁ ଏହାକୁ ମାଳି ସୁରକ୍ଷା କମିଟି ପକ୍ଷରୁ ଘୋର ବିରୋଧ କରିଆସୁଛନ୍ତି। ଏହା ଉପରେ ମଧ୍ୟ ସଭାରେ ଆଲୋଚନା କରିଥିଲେ। ଖଣ୍ତୂଆଳ ମାଳି ସୁରକ୍ଷା ନେଇ ମାଳି ସୁରକ୍ଷା କମିଟି ପକ୍ଷରୁ ଏବେ ତତ୍ପରତା ପ୍ରକାଶ ପାଇଥିବା ଜଣାପଡିଛି। ପ୍ରାକୃତିକ ସମ୍ପଦ ନଷ୍ଟ ହେବା ଦ୍ବାରା ଜଳବାୟୁ ଉପରେ ବିଶେଷ କରି ଘୋର ପ୍ରଭାବିତ କରୁଅଛି। ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକରେ ଅଧିକାଂଶ ଲୋକେ ହେଉଛନ୍ତି ଆଦିବାସୀ ସେମାନେ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଯଦି ବା ଏହି ଖଣ୍ତୂଆଳ ମାଳିକୁ ସରକାରଙ୍କ ପକ୍ଷରୁ କମ୍ପାନୀ ହାତରେ ଟେକି ଦେବେ ତୋ ଜୀବନ ଜୀବିକା ଉପରେ ମଧ୍ୟନିଶ୍ଚୟ ବାଧା ସୃଷ୍ଟି ହେବାର ସମ୍ଭାବନା କୁ ଏଡେଇ ଦିଆଯାଇନ ପାରେ ବୋଲି ସ୍ବର ଉତ୍ତୋଳନ କରିଥିବା ଜଣାପଡ଼ିଛି। ପୁଣି ଏହି ସଭାରେ କହିଛନ୍ତି ଯେ ଆମେ ଗରିବ ଓ ଦଳିତ ବୋଲି ଆମ ଜଙ୍ଗଲ ଉପରେ ଏତେ ଲୋଭ କାହିଁକି। ସରକାରଙ୍କୁ ଆମ ପ୍ରାକୃତିକ ଜଳ ଜଙ୍ଗଲ ଜମିକୁ ଛାଡି ଦେଇପାରିବୁ ନାହିଁ, ଆମ ଜୀବନକୁ ବଳି ଦେବୁ ପଛକେ ପଛଘୁଞ୍ଚା ଦେବୁ ନାହିଁ ବୋଲି କହିଛନ୍ତି। ଖଣ୍ତୂଆଳ ମାଳି ସୁରକ୍ଷା କୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଏଠାରେ ଯାତ୍ରା କରିବା ସହିତ ସମସ୍ତ ବର୍ଗର ଲୋକେ ଏକଜୁଟ ହୋଇଥାନ୍ତି। ଏହି ବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳା ଭାବରେ ଯାତ୍ରା ଓ ସଭା କାର୍ଯ୍ଯ କୁ ଶେଷ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

୪୨ ମୌଜାରେ ଡଃ.ମହତାବଙ୍କ ଜୟନ୍ତୀ ପାଳିତ 

masiha

ଚଚରାଗୁଡା ପଞ୍ଚାୟତ ବିଜେଡ଼ି ଯୁବ ସଭାପତି ଙ୍କ ବିୟୋଗ 

masiha

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

masiha

Leave a Comment

error: Content is protected !!