ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋସିଆଲ ମିଡ଼ିଆ ଓ ସାଇବର କ୍ରାଇମ ଉପରେ କର୍ମଶାଳା ଅନୁଷ୍ଠିତ

ସୋସିଆଲ ମିଡ଼ିଆ ଓ ସାଇବର କ୍ରାଇମ ଉପରେ କର୍ମଶାଳା ଅନୁଷ୍ଠିତ

ଜୁନାଗଡ଼ – ତା -୧୦.୦୯.୨୦୨୫(ମନୀସ) କୁଲିହାରୀ ଉଚ୍ଚ ବିଦ୍ୟାଳୟଠାରେ ଜୁନାଗଡ଼ ତାଳୁକା ଆଇନଗତ ସାକ୍ଷରତା ପରିଷଦ ଏବଂ ଓଡ଼ିଶା ପୋଲିସର ମିଳିତ ଉଦ୍ୟମରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ସାଇବର ଆଇନ ବିଷୟରେ ଏକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ଦିୱାନି ବିଚାରପତି ଶ୍ରୀ ଦୀପେନ୍ଦ୍ର ସିଂହ ରାଠୋର , ଶ୍ରୀମତୀ ଅଳକାନନ୍ଦ ସାହୁ (ଡିଏସପି ସାଇବର ସେଲ) , ଶ୍ରୀ ସର୍ବେଶ୍ଵର ସାମନ୍ତରାୟ (ଇନ୍ସପେକ୍ଟର ସାଇବର ସେଲ), ବରିଷ୍ଠ ଆଇନଜୀବୀ ସଭାପତି ଓକିଲ ସଙ୍ଘ ବାଲକୃଷ୍ଣ ଅଚାରୀ , ସ୍ଥାନୀୟ କଲେଇଗାଁ ସରପଞ୍ଚ ଶ୍ରୀ ମଳୟ ଆଚାର୍ଯ୍ୟ, ବ୍ରାହ୍ମଣୀଗୁଡା ଆଞ୍ଚଳିକ ସାଧନ ଅଧିକାରୀ ଶ୍ରୀ ସିତେଶ କୁମାର ପାଢ଼ୀ , ବ୍ରାହ୍ମଣୀଗୁଡା ଆଞ୍ଚଳିକ ସାଧନର ସମସ୍ତ ପ୍ରଧାନ ଶିକ୍ଷକ, କୁଲିହରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ତଥା କୁଲିହାରୀ ଗ୍ରାମର ଗ୍ରାମବାସୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିୱାନି ବିଚାରପତି ମହୋଦୟ ଏବଂ ସାଇବର ସେଲର ଡିଏସପି ମହୋଦୟା ଛାତ୍ରଛାତ୍ରୀମାନଙ୍କୁ ସୋସିଆଲ ମିଡିଆ ପ୍ରତି ସାବଧାନତା, ଡିଜିଟାଲ ଆରେଷ୍ଟ, ସାଇବର ଠକାମି ତଥା ଉକ୍ତ ସମାସ୍ୟର କିପରି ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କର୍କଟ ସଚେତନତା ଶିବିର

Sunil Chandra Nayak

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ପାପଡାହାଣ୍ଡିରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

masiha

Leave a Comment

error: Content is protected !!