ମରଣ ଜନ୍ତା ପାଲଟିଛି ଝାଞ୍ଜିରୀବେରଣା ଠାରୁ ଭଗାମୁଣ୍ଡା ରାସ୍ତା
କାମାକ୍ଷାନଗର (ମନିସ)8/9/25 -+ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ ଅଧିନରେ ଥିବା ଝାଞ୍ଜିରୀବେରଣା ଗ୍ରାମ। ଏହି ଝାଞ୍ଜିରୀବେରଣା ଗ୍ରାମରେ ଅଧିକାଂଶ ଆଦିବାସୀ ଶ୍ରେଣୀର ହାରା ହାରି ଅଶି ପରିବାର ବସ ବାସ କରୁଛନ୍ତି। କିନ୍ତୁ ଗ୍ରାମରୁ ଅନ୍ୟ ଗ୍ରାମକୁ ଯିବାକୁ ହେଲେ ଅନେକ ଦୁଃଖ କଷ୍ଟ ଭୋଗୀ ଗ୍ରାମ ବାହାରକୁ ଯିବାକୁ ପଡି ଥାଏ। ଝାଞ୍ଜିରୀବେରଣା ଗ୍ରାମରୁ ଭଲ ରାସ୍ତାରେ କଙ୍କଡ଼ାହାଡ଼ ବ୍ଲକ ମହକୁମାକୁ ଆସିବାକୁ ହେଲେ କେରଜୋଳି ଗ୍ରାମ ପଞ୍ଚାୟତ ଦେଇ ପନ୍ଦର କିଲୋମିଟର ଆସିବାକୁ ପଡି ଥାଏ। କିନ୍ତୁ ଝାଞ୍ଜିରୀବେରଣା ଠାରୁ ବାମ୍ ପଞ୍ଚାୟତ କୀର୍ତ୍ତନପୁର ଭଗାମୁଣ୍ଡା ଦେଇ କଙ୍କଡ଼ାହାଡ଼ ବ୍ଲକକୁ ଆସିବାକୁ ହେଲେ ଦଶ କିଲୋମିଟର ରାସ୍ତା ପଡି ଥାଏ। ଏହି ଭଗାମୁଣ୍ଡା ରାସ୍ତା ଦେଇ ପ୍ରତେକ ଦିନ ସହ ସହ ପଥ ଚାରି ଯାତ୍ରା କରି ଥାନ୍ତି। ଏହି ରାସ୍ତାଟି ଢେଙ୍କାନାଳ ଜିଲ୍ଲାରୁ କେନ୍ଦୁଝର ଜିଲ୍ଲା ପର୍ଯ୍ୟନ୍ତ ସଂଯୋଗ ହୋଇ ଥିବା ବେଳେ ରାସ୍ତାଟି ଅତି ସଟ ହୋଇ ଥିବାରୁ ଅନେକ ବାଟୋଇ ଏହି ରାସ୍ତା ଉପରେ ନିର୍ଭର କରି ଥାନ୍ତି। ପ୍ରତେକ ଦିନ ସ୍କୁଲ, କଲେଜ, ଅଫିସ, ମେଡିକାଲ ଓ ବଜାର ଯିବା ପାଇଁ ହେଲେ ଅଧିକାଂଶ ଝାଞ୍ଜିରୀବେରଣା ଗ୍ରାମବାସି ଭଗାମୁଣ୍ଡା ରାସ୍ତା ଦେଇ ଆସି ଥାନ୍ତି ମେନ ରୋଡ଼କୁ। କିନ୍ତୁ ବର୍ଷା ଦିନରେ ରାସ୍ତାର ଅବସ୍ଥା ଏତେ ଶୋଚନୀୟଯେ ନ କହିବା ଭଲ। ଲଗାଣ ବର୍ଷା ହେଲେ ରାସ୍ତାରେ ଝରଣା ବାହାରି ପାଣି ମାଡୁ ଥିବା ଦୃଶ୍ୟ ମଧ୍ୟ ଆଗକୁ ଆସିଛି। ଏହି କାଦୁଅ ରାସ୍ତାରେ ଅନେକ ଯାତ୍ରୀ ଯିବା ଆସିବା ସମୟରେ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏହି ରାସ୍ତା ବାବଦରେ ଝାଞ୍ଜିରୀବେରଣା ଗ୍ରାମବାସି ଅନେକ ଥର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରି କରି ଆସୁ ଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳି ପାରି ନାହିଁ। ଝାଞ୍ଜିରୀବେରଣା ଗାଁକୁ ଭଲ ରାସ୍ତା ଖଣ୍ଡିଏ ନ ଥିବାରୁ ଗ୍ରାମବାସୀ ଭୋଟ ବର୍ଜନର ନିଷ୍ପତି ମଧ୍ୟ ନେଇ ଥିଲେ କିନ୍ତୁ ରାଜନେତା ମାନେ ଭୋଟ ବର୍ଜନକୁ ଭଣ୍ଡୁର କରି ଭୋଟ କରାଇ ଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଫଳ ଶୂନ। କିନ୍ତୁ ଗ୍ରାମବାସୀ ଏଥର ଆଗାମୀ ଦିନରେ ଯଦି ରାସ୍ତା ସମସ୍ୟାର ସମାଧାନ ନ କରା ଯାଏ ତାହାଲେ ବିଗତ ଦିନରେ ଗ୍ରାମବାସି ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଝାଞ୍ଜିରୀବେରଣା ଗ୍ରାମବାସୀଙ୍କ ପାଇଁ ପ୍ରଶାସନ କେବେ ରାସ୍ତା ସମସ୍ୟାକୁ ସମାଧାନ କରୁଛନ୍ତି ତାହାକୁ ହିଁ ଅପେକ୍ଷା।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

