ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ 

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ 

ନବରଙ୍ଗପୁର:(ତା ୦୯.୦୯.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୧୦.୦୦ ଘ ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ ,ଆଲୋଚନା ଚକ୍ର ରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳ ୯.୩୦ ମୀ ସମୟରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀ ଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଙ୍କ ସହ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ କେଦାରନାଥ ତ୍ରିପାଠୀ , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ,ନରେନ୍ଦ୍ର ପଟ୍ଟନାୟକ,ଡ ବିଜୟ ମିଶ୍ର ,ନାରାୟଣ ପଣ୍ଡା , ସଂଗୀତା ତ୍ରିପାଠୀ,ପ୍ରଭାତୀ ତ୍ରିପାଠୀ, ମନୋରମା ମାଝୀ,ପ୍ରଭାସିନୀ ମହାନ୍ତି ପ୍ରମୁଖ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ ଏବଂ ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲ୍ ର ଛାତ୍ର, ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ମହାବିଦ୍ୟାଳୟ ଅଧ୍ୟାପକ,ସହରର ବୁଦ୍ଧିଜୀବୀ,କବି,ଲେଖକ,ଗଣମାଧ୍ୟମ ପ୍ରତିନିଧି,ବିଭାଗୀୟ ଅଧିକାରୀ ମଧ୍ଯ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୌର ପାଲିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ମଞ୍ଚାସିନ ଅତିଥିରୂପେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଶ୍ରୀ କେଦାରନାଥ ତ୍ରିପାଠୀ,ଶ୍ରୀ ନାରାୟଣ ପଣ୍ଡା , ଡ ବିଜୟ ମିଶ୍ର,ଶ୍ରୀ ନରେନ୍ଦ୍ର ପଟ୍ଟନାୟକ ,ଶ୍ରୀ ଅଶୋକ କର୍ଣ୍ଣ ନିଜ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ , ଜ୍ଞାନୀ, ଭୁସଂସ୍କାର ଆଇନ ର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନ କୁ ପ୍ରତିଫଳିତ କରିବା ପାଇଁ ଆହ୍ବାନ କରିଥିଲେ।ସଭା ର ସଫଳ ରୂପାୟନ ରେ ପୌରପାଳିକା କର୍ମଚାରୀ ଜ୍ୟୋତି ପରିଛା, ଶ୍ରୀକାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଘରେ କିଏ ନ ଥିବା ବେଳେ ଚାଳ ଘର ନିଆ ଲାଗି ସମ୍ଫୁର୍ଣ୍ଣ ଜଳିଗଲା 

masiha

ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା କାମାକ୍ଷାନଗରରେ 

masiha

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

masiha

Leave a Comment

error: Content is protected !!