ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

NAC ଘୋଷଣା ରେ ବିଞ୍ଝାରପୁର କୁ ବାଦ ଦେଇଥିବା କୁ ନେଇ  ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ

ଯାଜପୁର ୧୦/୯/୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ବିଜେଡ଼ି ସରକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ ଟି ଏନଏସି ଘୋଷଣା କରିଥିଲେ ଏହି ୫୬ ଟି ମଧ୍ୟରେ ଏକ ନମ୍ବର ସ୍ଥାନରେ ବିଞ୍ଝାରପୁରକୁ ଏନଏସି ଘୋଷଣା କରିଥିଲେ । କିନ୍ତୁ ନୁଆ କରି ଆସିଥିବା ବିଜେପି ସରକାର ୧୨ଟି କୁ ମାନ୍ୟତା ହେବା ସହ ବିଞ୍ଝାରପୁର କୁ ବାଦ କରିଛନ୍ତି । ବିଞ୍ଝାରପୁର କୁ ବାଦ ଦେଇଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ବୁଧବାର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନେତୃତ୍ଵରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଏହି ଗଣବିକ୍ଷୋଭରେ ବିଞ୍ଝାରପୁର ଠାରୁ ବ୍ଳକ୍ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହିତ ବିଞ୍ଝାରପୁର ବିଡିଓ ଙ୍କୁ ଏନ୍ଏସି ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବିଞ୍ଝାରପୁରର ଉନ୍ନତିରେ ନୂଆ ବିଜେପି ସରକାର ବାଧା ସୃଷ୍ଟି କରୁଥିବା ଓ ସଂଖ୍ୟା ଲଘୁ ସଂପ୍ରଦାୟ ଲୋକଙ୍କୁ ବିଜେପି ସରକାର ଅଣଦେଖା କରି ବିଞ୍ଝାରପୁରକୁ ଏନଏସିରୁ ବଞ୍ଚିତ କରିଛନ୍ତି ବୋଲି ବିଧାୟିକା ପ୍ରମିଳା ମଲ୍ଲିକ କହିଥିଲେ।ବିଞ୍ଝାରପୁରକୁ ଏନଏସି ଦାବୀକୁ ସରକାର ତୁରନ୍ତ ସ୍ୱିକାର କରି ଘୋଷଣା ନ କଲେ ଆଗାମୀ ଦିନରେ ବିଜେଡି ଜନଆନ୍ଦୋଳନ କରିବବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ପ୍ରମିଳା । ଏହି ଗଣବିକ୍ଷୋଭରେ ବ୍ଳକ ଅଧକ୍ଷା ରଞ୍ଜିତା କୁମାରୀ ଦାସ,ଉପାଧ୍ୟକ୍ଷ ସେକ ଏର୍ସାଦ୍, ବ୍ଲକ ସଭାପତି ନନ୍ଦ କିଶୋର ସାମଲ, ମୁରଲୀ ବେହେରା, ପ୍ରଦୀପ ମହାନ୍ତି, ଯୁବ ସଭାପତି ଦିଲ୍ଲୀପ ରାଉଳ, ଛାତ୍ର ସଭାପତି ଲେନିନ ଦାସ,ମହିଳା ସଭାପତି ତଥା ଜିଲ୍ଲାପରିଷଦ ସୁନିତା ନାୟକ, ଖଗେଶ୍ବର ମହାନ୍ତି, ମାମିନା ମଲିକ,ପୂର୍ବତନ ଜିଲ୍ଳାପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ ମିଶ୍ର,ଶ୍ୟାମସୁନ୍ଦର ବେହେରା, ସୁଖରଞ୍ଜନ ପରିଡା, ଅରୁଣ କୁମାର ସାହୁ,ଆନନ୍ଦ ଦାସ, ସରପଞ୍ଚ ଏମ.ଡି.ସବିର, ଯୁବ ସରପଞ୍ଚ ଶଶାଙ୍କ ଶେଖର ଖିଲାର , ଆଶାଲତା ସାହୁ,କାର୍ତ୍ତିକ ଧଳ,ସ୍ମୃତି ସମୀକ୍ଷା ମଲ୍ଲିକ, ସରୋଜ ସାମଲ ,ସୁଶାନ୍ତ ଦାସ, ରିୟଙ୍କା ଜେନା, ନିଶିପ୍ରଭା ଜେନା, ଦେବଦତ୍ତ ସେଠୀ, ପାର୍ବତୀ ମଲ୍ଲିକ, ମାନସ ମଲ୍ଲିକ, କଳିକାଦାସ,ନନ୍ଦକିଶୋର ମଲ୍ଲିକ, ସେକ ଲାକି,ସେକ ଜାବେଦ, ମୋଜାହିଦ୍ ଅଲ୍ଲୀ ଖାଁ , ସେକ୍ ବାସୁ , ଚନ୍ଦ୍ର ଶେଖର ଧଳ, ବିନୟ କୁମାର ଧଳ , ସନ୍ତୋଷ କୁମାର ମଲ୍ଲିକ , କାଳୀପ୍ରସନ୍ନ ଦାସଙ୍କ ସମେତ ସୟଦପୁର,ବିଞ୍ଝାରପୁର ଓ ମାଁସଡ଼ା,କଏଣା-ରଘୁନାଥପୁର ଅଞ୍ଚଳରୁ ହଜାର ହଜାର ବିଜେଡ଼ି କର୍ମୀ ଏହି ଗଣ ବିକ୍ଷୋଭର ରେ ସାମିଲ ହୋଇଥିଲେ ।

Related posts

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

masiha

ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କୁ ଅଵସର କାଳୀନ ଵିଦାୟ ସମ୍ବର୍ଦ୍ଧନା

Leave a Comment

error: Content is protected !!