ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

ପୂର୍ବତନ ବିଧାୟକ ବହଳଦା ପ୍ରହ୍ଲାଦ ପୂର୍ତ୍ତିଙ୍କ ବହଳଦା ରୋଡ଼ ଝରାଡ଼ିହ ଷ୍ଟେଟନ ଗସ୍ତରେ ଯାଇ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଥିଲେ

ମୟୂରଭଂଜ – ୧୧/୦୯ —  ଆଜି ବହଳଦା ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ବହଳଦା ରେଳବାଇ ଷ୍ଟେସନ ରୋଡ ପରିଦର୍ଶନରେ ଜନସାଧାରଣଙ୍କ ଦାବି ପରେ ଯାଇ ଥିଲେ , ଓ ଝରାଡ଼ିହ ବାଜ଼ାର ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଓ ଲୋକଙ୍କ ସହିତ ଏହି ଅଞ୍ଚଳ ବିଭିନ ସମସ୍ୟା ଉପରେ ଆଲୋଚନା-ଚର୍ଚ୍ଚା କରିଥିଲେ, ବିଶେଷକରୀ ରେଳ ଫାଟକ ଉଟିଯିବାପର ରେଳ ଯାତ୍ରୀ ମାନଙ୍କରRailway Station ଆସିବା- ଯିବାରେ ବହୁ ସମସ୍ୟରେ ସମ୍ମୁଖୀନ୍ନ ହେଉଛନ୍ତି, ତେଣୁ Foot Over Bridge ର ଦାବି ରହିଛି, ଏହି ବିଷୟରେ ଆଗାମୀ ଦିନରେ ପୂର୍ବତନ ବିଧାୟକ ରେଳ ଉଚ୍ଚ ଅଧିକାରୀ କର୍ତ୍ତୃପକ୍ଷ ଙ୍କ ଲିଖିତ ଭାବରେ ଦାବି ଜଣାଇବେ ବୋଲି କଥା ଦେଇଥିଲେ।

ପ୍ରମୁଖ ଦାବି ଗୁଡ଼ିକ:–

***1) ବହଳଦା ଷ୍ଟେସନ ରୋଡ ରେଳ ଷ୍ଟେସନ ରେ ରେଳ ଯାତ୍ରୀ ମାନଙ୍କ ପାଇଁ ଫୂଟ ଓ଼ବର ବ୍ରିଜ଼ର ଆବାଶ୍ୟକତା ରହିଛି।

2) ବହଳଦା ରୋଡ ରେଳ ଷ୍ଟେସନ ଠାରେ ଦ୍ୱତୀୟ ରେଳ ପ୍ଲାଟଫର୍ମ ଆବଶ୍ୟକତା ରହୁଛି.

3) ବହଳଦା ରୋଡ଼ ଷ୍ଟେସନରେ ଯାତ୍ରୀ ବିଶ୍ରାମଘର ସହିତ ପ୍ଲାଟଫର୍ମ ଯାତ୍ରୀ ଶେଡ଼ ଆବଶ୍ୟୟତା ଅଛି,

4) ପେୟ ଜଳ ଯୋଗାଣ ଓ ବିଦ୍ୟୁତ ବ୍ୟବସ୍ଥା ର ଆବଶ୍ୟକତା ରହୁଛି।

5) ବହଳଦା ରୋଡ଼ ଷ୍ଟେଟନ ରେ ଆବଶ୍ୟକତା ଅନୁସାରେ କର୍ମଚାରୀ ଅଭାବ ରହୁଛି।

6) ମେମୁ ପାସେଞ୍ଜର ରେଲଗାଡି ଗୁଡିକ ନିର୍ଦ୍ଧାରିତ ସମୟରେ ପରିଚାଳନା କରାଯାଉ।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଅତିଶୀଘ୍ର ରେଳ ମହାପ୍ରବନ୍ଧକ କୋଲକାତା ଓ ଚକ୍ରଧରପୁର ଡିଆରଏମ କୁ ଲିଖିତ ଦାବି ଜଣାଇବାକୁ ଝାରାଡିହ ଅଂଚଳରେ ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ଆଶ୍ବାସନା ଦେଇଥିଲେ। ଏହି ଅବସରରେ ବହଳଦା ଷ୍ଟେସନ ମ୍ୟାନେଜେର ଅମୃତ କୁମାର ସହିତ ସମାଜସେବୀ ଶ୍ରୀ ସୁପାଇ ମାର୍ଣ୍ଡି, କଂଗ୍ରେସ ଦଳର ପୁରୁଖା ନେତା ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରଭାକର ଦାଶ ତଥା ଯୁବନେତା ଦଶମାତ ହାଁସଦା, ଗଦାଧର ଦାଶ, ହିନ୍ଦଲାଲ ବାବୁ ଓ ଆନନ୍ଦ ବାରିକ ସହିତ ବହୁ ସଂଖ୍ୟାରେ ଅଞ୍ଚଲର ଲୋକଙ୍କ ଉପସ୍ଥିତି ରହିଥିଲା।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କଲା ଉତ୍କଳ ଦିବସ

Sunil Chandra Nayak

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

Leave a Comment

error: Content is protected !!