ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ନୂତନ ବ୍ଳକ ଗଠନ ପାଇଁ ସର୍ବଦଳୀୟ ବୈଠକ

ଗୋରୁମହିଷାଣୀ ନୂତନ ବ୍ଳକ ଗଠନ ପାଇଁ ସର୍ବଦଳୀୟ ବୈଠକ

ମୟୂରଭଂଜ – ୧୧/୦୯ — ରାଜ୍ୟ ସରକାର ନିକଟରେ ନୂତନ ମ୍ୟୁନିସିପାଲଟି ଓ ବିଜ୍ଞାପିତ ପରିଷଦ ଘୋଷଣା ପରେ ମୟୂରଭଂଜ ରୁ ମାଲକାନାଗିରି ସବୁଆଡେ ନୂତନ ଏନଏସି,ବ୍ଳକ,ପଞ୍ଚାୟତ ଗଠନ ନେଇ ଆନ୍ଦୋଳନ ମୁଣ୍ଡ ଟେକିଲାଣି ।ମୟୂରଭଂଜ ଜିଲ୍ଲାର ତଥା ଓଡ଼ିଶାର ପ୍ରଥମ ଲୌହଖଣି ଗୋରୁମହିଷାଣୀ ଅଞ୍ଚଳ ଏକ ପଛୁଆ ଦୁର୍ଗମ ଏବଂ ଅବହେଳିତ ଅଞ୍ଚଳ ।ଏଠାରୁ କଞ୍ଚାମାଲ ନେଇ ଟାଟା ଆଜି ଦୁନିଆଁରେ ଲୌହ ବାଦ ଶାହା ହୋଇଛି ।କିନ୍ତୁ ଗୋରୁମହିଷାଣୀ ଆଜି ବି ଚିର ଅବହେଳିତ । ସେହିଭଳି ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ଦିର୍ଘ ୪୦ ବର୍ଷ ହେଲା ଏଠାରେ ଲୌହ ଉତ୍ତୋଳନ କରି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସତ୍ବେ ଗୋରୁମହିଷାଣି ଅଞ୍ଚଳର ବିକାଶ ପାଇଁ ଆଖି ଦୃଶିଆ କିଛି କାମ କରି ନାହାନ୍ତି ।ବିକାଶ ଏଠି ଅପହଞ୍ଚ ଓ ସାତ ସପନ ।ରାଇରଙ୍ଗପୁର ବ୍ଳକ ୯ ଟି ପଞ୍ଚାୟତ କୁ ନେଇ ଗଠିତ ।ଏହି ଵ୍ଳକର କୁଲେଇଶିଳା ପଞ୍ଚାୟତର ସଦର ମହକୁମା ଗୋରୁମହିଷାଣୀ ଅଟେ ।ରାଇରଙ୍ଗପୁର ବ୍ଳକକୁ ଝାଡ଼ଖଣ୍ଡ ସିମାନ୍ତ ଗୁହାଳଡାଙ୍ଗିରୀ,କୁଲେଇଶିଳା,ବଡମଉଦା,ହାତିଆ,ସୁଦର୍ଶନପୁର ପ୍ରଭୃତି ୩୫ କିମି ଦୂର ହେବ ।ତେଣୁ ସାଧାରଣ ଲୋକଟିଏ ଦୁର୍ଗମ ,ନଦୀ,ନାଳ,ଜଙ୍ଗଲ,ବନ ଘେରା ଅଞ୍ଚଳରୁ ବ୍ଳକ କାର୍ଯ୍ୟାଳୟ ଆସିବାକୁ ବହୁତ ଅସୁବିଧାରେ ସମ୍ମୁଖୀନ‌ ହେଉଛନ୍ତି ।ତେଣୁ ଦିର୍ଘ ଵର୍ଷର ସମସ୍ୟା ନେଇ ଗୋରୁମହୀଷାଣୀରେ ଏକ ନୂତନ ବ୍ଳକ ପ୍ରତିଷ୍ଠା ନେଇ ଗୋରୁମହିଷାଣୀ ର ସ୍ଥାନୀୟ ଗାୟତ୍ରୀ ମନ୍ଦିରରେ ଏକ ସର୍ବଦଳୀୟ ବୈଠକ ମୟୂରଭଂଜ ସାଂସଦ ପ୍ରତିନିଧି ଅଶୋକ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ଯ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବରିଷ୍ଠ ଓକିଲ ଉପେନ୍ଦ୍ର‌ ମଣ୍ଡଳ,ପ୍ରାକ୍ତନ ସରପଞ୍ଚ ରାମଚନ୍ଦ୍ର ନାଏକ,କୁଲେଇଶିଳା ସରପଞ୍ଚ ତିନିରାଣୀ ସିଂ,ସୁଦର୍ଶନପୁର ସରପଞ୍ଚ କରଵୀ ମୁଣ୍ଡାରୀ,ସାନପାଖଣା ସରପଞ୍ଚ ସାଉନା ମାଝୀ, ସାମ୍ବାଦିକ ସୁବ୍ରତ ମହାନ୍ତି, ତୁଷାରକାନ୍ତ ମହାନ୍ତ,ଦୟାନିଧି ମହାକୁଡ଼,ରାମକୃଷ୍ଣ ଦେ, ଯୁବ ସମାଜସେବୀ ଅଭିଷେକ ପଟନାୟକ,ଅଞ୍ଜନ ମଣ୍ଡଳ, ଉମେଶ ସାହୁ,ବିଦ୍ୟାପତି ଗିରି,ନଗେନ୍ଦ୍ର ସେଠୀ,ବୁଲୁ ବାରିକ,ରାଜୁ ସାହୁ,କୁଶ ମୁଦୁଲି,ବାପି ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ରାଜନେତିକ ବ୍ୟକ୍ତି,ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ରହି ଗୋରୁମହିଷାଣୀ ରେ ଭୌଗଳିକ ପରିସ୍ଥିତି ଓ ବାସ୍ତବତା କୁ ନେଇ ନୂତନ ବ୍ଳକ ପ୍ରତିଷ୍ଠା ପାଇଁ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାର ପ୍ରାସଙ୍ଗିତତା ରହିଛି ବୋଲି କହିଥିଲେ ।ସମସ୍ତେ ନିଜସ୍ଵ ମତାମତ ଦେଇଥିଲେ ।ତଦସହ ବହୁ ପଞ୍ଚାୟତରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପଞ୍ଚାୟତ ବିଭାଜନ କରିବା ଦରକାର ।ତଦସହ ରାଇରଙ୍ଗପୁର ବ୍ଳକର କିଛି ପଞ୍ଚାୟତ ଏବଂ ପଡୋଶୀ ବହଳଦା ବ୍ଳକର ଓ ଵିଜାତଳା ବ୍ଳକର କିଛି ପଞ୍ଚାୟତକୁ ନେଇ ନୂତନ ଗୋରୁମହିଷାଣୀ ବ୍ଳକ ହୋଇପାରିବ ବୋଲି ମତାମତ ଦେଇଥିଲେ ।ତେଣୁ ଆଗାମି ଦିନରେ ଏଥିପାଇଁ ବୈଠକ ଡକାଯାଇ ତୃଣମୂଳ ସ୍ତରରୁ ସବୁ ବିଭାଗକୁ ତଥା ପଞ୍ଚାୟତ,ବ୍ଳକ,ଜିଲ୍ଲାପାଳ କାଯ୍ଯାଳୟ,ରାଜସ୍ଵ ମନ୍ତ୍ରୀ ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ରିଜୋଲ୍ଯୁସନ କରି ଅଞ୍ଚଳବାସୀଙ୍କ ଦିର୍ଘବର୍ଷର ଦାବିକୁ ଲିଖିତ ଭାବେ ଜଣାଯିବ ।ତେଣୁ ସମସ୍ତ ଅଞ୍ଚଳବାସୀ ଏଥିରେ ସହଯୋଗ କରିବା ସହ ପ୍ରତି ବୈଠକରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛି ।

ମୟୂରଭଂଞ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

masiha

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

masiha

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!