ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର:- କମଳା ଦେବୀ ସଙ୍ଗୀତ ମହାବିଦ୍ୟାଳୟ ତରଫରୁ ପଲୁସ୍କର ସ୍ମୃତି ତଥା ଡ଼ଃ ଶ୍ରୀମତୀ ଅନିତା ସେନ୍ ଜୟନ୍ତୀ ଛତିଶଗଡ ସ୍ଥିତ ରାୟପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭାତଖଣ୍ଡେ ଲଳିତକଳା ଶିକ୍ଷା ସମିତି ଦ୍ଵାରା ସଂଚାଳିତ କମଳା ଦେବୀ ସଙ୍ଗୀତ ମହାବିଦ୍ୟାଳୟ ଛତିଶଗଡ ର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ । ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।

କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନର ମୁଖ୍ୟ ଗୁରୁ ପୁଷ୍ପିତା ମିଶ୍ର ମୁଖ୍ୟ କଳାକାର ଭାବରେ “ଅହଲ୍ୟା” ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ପରେ ପରେ କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ପ୍ରଥମେ ସରସ୍ଵତୀ ବନ୍ଦନା ପରେ ପରେ ଶାସ୍ତ୍ରୀୟ ଗାୟନ ଓ ଲୋକ ସଙ୍ଗୀତ ପରିବେଷଣ କରିଥିଲେ। 

ଓଡ଼ିଶା ରୁ କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ମିତା ଦାସ, ଡଃ ସୁସ୍ମିତା ଦାଶ, ଶ୍ରୀୟାଶ୍ରୀ ପତି, ଅଦ୍ୟାସା ମିଶ୍ର , ଜ୍ୟୋତିର୍ମୟୀ ଷଡ଼ଙ୍ଗୀ ଏବଂ ତାରିଣୀ ନାୟକ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର‌୍ୟ୍ୟକ୍ରମ ରେ ବହୁ ନୃତ୍ୟଗୁରୁ,କଣ୍ଠଶିଳ୍ପୀ, କଳାକାର ଏବଂ ଦର୍ଶକ ଉପସ୍ଥିତ ଥିଲେ ।

Related posts

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର ୬୦ ଦଶକର ଚିତ୍ର କଣ୍ଢେଇନାଚ 

Sunil Chandra Nayak

୬୦ତମ ବାର୍ଷିକ ଗୁରୁ ଭକ୍ତ ସମ୍ମିଳନୀ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!