ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ

 ଭବାନୀପାଟଣା:  ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ ବିଭାଗ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆ ବର୍ଗକଲ୍ୟାଣ ବିଭାଗ ଆନୁକୁଲ୍ୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଥୁଆମୂଳ ରାମପୁର ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମରେ ବକ୍ଲ ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ନିମନ୍ତେ ତିନି ଦିନିଆ ଜିଲ୍ଲାସ୍ତରୀୟ ତାଲିମ ଶିବିର ର ଶୁଭଉଦ୍‌ଘାଟନ ହୋଇଯାଇଅଛି । ସ୍ଥାନୀୟ ହୋଟେଲ ଭାରତ ପ୍ୟାଲେସ ରେ ଆଜିଠାରୁ ଆଗାମୀ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ ଶିବିର କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଶୁଭ ଉଦ୍ଘାଟନ କରି ଆଦି କର୍ମ ଯୋଗୀ ଅଭିଯାନ ଓ ତାଲିମ୍ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ୍ ହୋଇ ନିଷ୍ଠାପର ଭାବେ ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ଯକ୍ରମକୁ ସଫଳ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଉଦଘାଟନୀ ତାଲିମ ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମି କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, କର୍ମଯୋଗୀ ଅଭିଯାନର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ଏଥିରେ ବ୍ଲକସ୍ତରରୁ ୪୯ ଜଣ ତାଲିମଦାତା, ଏନ୍.ଜି.ଓ. ମାନଙ୍କର ପ୍ରତିନ‌ଧ୍ ଏବଂ ଜିଲ୍ଲାସ୍ତରୀୟ ତାଲିମ ପ୍ରଦାନ‌କାରୀ ମାନେ ଯୋଗଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମଟି ତା. ୦୯.୦୯.୨୦୨୫ ଠାରୁ ତା ୧୧.୦୯.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶିକ୍ଷକ ମାନଙ୍କ ମାଧ୍ୟମରେ ଗ୍ରାମ ସୁରରେ ତାଲିମ୍ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ୪୨୪ ଗୋଟି ଜନଜାତି ବହୁଳ ଗ୍ରାମରେ ତୃଣମୂଳ ସ୍ତରରେ କିଭଳି ଲୋକମାନଙ୍କର ଦକ୍ଷତା ବୃଦ୍ଧି, ନେତୃତ୍ବ ନେବାର ଦକ୍ଷତା ବୃଦ୍ଧି, ସହଭାଗିତାରେ ଉନ୍ନତିମୂଳକ କାର୍ଯ୍ୟସଂପାଦନ ଏବଂ ବିଭିନ୍ନ ବିଭାଗ, ସଂସ୍ଥାଗୁଡ଼ିକ ସହିତ ସମନ୍ଵୟ ରକ୍ଷାକରି ବିକାଶ ମୂଳକ କାର୍ଯ୍ୟର ଯୋଜନା ଏବଂ ସଂପାଦନ କରି ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମଭାବରେ ପରିଗଣିତ କରିବା ନିମନ୍ତେ ଲକ୍ଷ ଧାର୍ଯ୍ଯକରାଯାଇଛି । କାର୍ଯ୍ୟକ୍ରମ କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କହର ପରିଚାଳନା କରିଥିଲେ। 

( ମ ନି ସ )

Related posts

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

୬୯ତମ ରାଜ୍ୟସ୍ତରୀୟ ସ୍କୁଲ ଗେମ୍ସ ତାଇକଣ୍ଡୋ ନବରଙ୍ଗପୁର ଖେଳାଳିଙ୍କ ର ଦୁଇଟି ପଦକ ହାସଲ

Sunil Chandra Nayak

ପିଲାଙ୍କ ପାଇଁ ଦିନଟିଏ

masiha

Leave a Comment

error: Content is protected !!