ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା: ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମାଧବ ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତଥା ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଓ କାର୍ଯ୍ୟକ୍ରମର ସଂଯୋଜକ ବିଭୁଧ ପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛେଣ୍ଡ ହୃଷୀକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିରଞ୍ଚିନାରାୟଣ ପାଣିଗ୍ରାହୀ ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଭାବେ ବରିଷ୍ଠ ଶିକ୍ଷୟିତ୍ରୀ ମମତା ସାମଲ ଓ ଅଧ୍ୟାପିକା ପ୍ରିୟଙ୍କା ପଲେଇ ଯୋଗଦେଇ ଆଲୋଚ୍ୟ ବିଷୟ ‘ଲୋକ ଜୀବନର ବେଦ: ଭାଗବତ’ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ଶ୍ରୀମତୀ ସାମଲ ତାଙ୍କ ବକ୍ତବ୍ୟରେ କିପରି ଜଗନ୍ନାଥ ଦାସ ‘ଭାଗବତ’ ଲେଖିବା ପାଇଁ ପ୍ରେରିତ ହୋଇଥିଲେ ତଥା ଭାଗବତରେ ଧର୍ମ, ଆଚାର,ବିଚାର, ସଂସ୍କାର, ଜୀବନଚର୍ଯ୍ୟାର ବାଣୀ ରହିଥିବାରୁ ଏହା ସମସ୍ତଙ୍କ ପାଇଁ ଉପଯୋଗୀ ହୋଇଥିବା ଉପରେ ଆଲୋଚନା କରିଥିଲେ। ସେହିପରି ଅଧ୍ୟାପିକା ସୁଶ୍ରୀ ପଲେଇ ତାଙ୍କ ବକ୍ତବ୍ୟରେ ଷୋଡ଼ଶ ଶତାବ୍ଦୀର ଘଟଣାଚକ୍ର, ସାତଲହଡି ମଠ, ଭାଗବତ କିପରି ଓଡ଼ିଆ ସାହିତ୍ୟର ଆନ୍ଦୋଳନ, ଭାଗବତ ଟୁଙ୍ଗିର ବିଶେଷତା ଓ ରାଧାପ୍ରେମ ନଥିଲେ କୃଷ୍ଣ ପ୍ରାପ୍ତି ମିଳିନଥାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡ. ପାଣିଗ୍ରାହୀ ‘ଭାଗବତ’ ଓଡ଼ିଶାର ସମ୍ବିଧାନ ବୋଲି ଅବହିତ କରିଥିଲେ। ଏହିଭଳି ଆଲୋଚନାର ଆବଶ୍ୟକତା ଓ ଏଠାରୁ ଜ୍ଞାନ ଆହରଣ କରି ସମାଜରେ ପ୍ରଚାର ପ୍ରସାର କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସଭାପତିତ୍ବ ଅଭିଭାଷଣ ରେ ଡ. ଜେନା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ଡ. ଜ୍ଞାନରଞ୍ଜନ ତ୍ରିପାଠୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ଗଳ୍ପ ପଠନ କାର୍ଯ୍ୟକ୍ରମରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ‘ସେହି ବୁଢିଲୋକଟି’ ଶୀର୍ଷକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କାଶୀନାଥ ନନ୍ଦୀ ସଭାପତିତ୍ବ କରିଥିଲାବେଳେ ଅଧ୍ୟାପିକା ଅଳକା ମହାନ୍ତି ସ୍ବାଗତ ଭାଷଣ ସହ କବିତା ପାଠର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସାହିତ୍ୟିକ ଧରିତ୍ରୀ ପାଇକରାୟ ଓ ମୋନାଲିସା ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ଆଶୁତୋଷ ଜ୍ୟୋତିଷୀ, ଅଜୟ କୁମାର ପାଣି, ସତ୍ୟବ୍ରତ ଦାସ, ଶକୁନ୍ତଳା ବାରିକ, ଲଳିତା ବେହେରା, ବିଜୟିନୀ ଜେନା, ସୁସ୍ମିତା ମହାପାତ୍ର, ପ୍ରତାପରୁଦ୍ର ତ୍ରିପାଠୀ, ଗୌତମ ଦାସ, ଅଳକା ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ନିରୁପମା ପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ନଳିନୀପ୍ରଭା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କରୁଣାକର ପାଟ୍ଟଶାଣୀ, କୁଞ୍ଜବିହାରୀ ରାଉତ, ପ୍ରବୀର କୁମାର ଦୁବେ, ସଞ୍ଜୟ କୁମାର ମହାପାତ୍ର, ମମତା ଜେନା, ସିମରନ ମହାପାତ୍ର, ସୁଶାନ୍ତ କୁମାର ମହାନ୍ତି, ଆଭାସ କୁମାର ହୋତା, ଅଜୟ କୁମାର ବେହେରା, ତ୍ରିଲୋଚନ ସ୍ବାଇଁ, ଚିନ୍ମୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୨ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ୧ ମୃତ, ୨ ଆହତ

Sunil Chandra Nayak

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

Leave a Comment

error: Content is protected !!