ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଧ୍ୟାପକ

ମହିଳାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଧ୍ୟାପକ

ଲାଞ୍ଜିଗଡ଼, ୧୨/୦୯(- ଜଣେ ମହିଳା ବାଥରୁମରେ ଗାଧୋଇବା ସମୟରେ ମୋବାଇଲରେ ନଗ୍ନ ଫଟୋ ଉଠାଇ ବ୍ଲାକମେଲିଂ କରିବା ଓ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସ୍ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିବା ପୁରୀ ଅସ୍ତରଙ୍ଗ ଥାନାଞ୍ଚଳର ଜଣେ ମହିଳା ଏହି ବିଦ୍ୟାଳୟର ଜଣେ ବରିଷ୍ଠ ଅଧ୍ୟାପକ ବିକ୍ରମ ସ୍ୱାଇଁଙ୍କ ନାଁରେ ଆଣିଛନ୍ତି ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗ। ଉଭୟ ପୀଡିତା ଓ ଅଭିଯୁକ୍ତ ଅଧ୍ୟାପକ ପାଖାପାଖି କ୍ୱାର୍ଟରରେ ରହୁଥିବାବେଳେ ବର୍ଷକ ତଳେ ଘରେ କେହିନଥିବା ସମୟରେ ଓ ମହିଳାଜଣକ ବାଥରୁମରେ ଗାଧୋଉଥିବାବେଳେ ଅଭିଯୁକ୍ତ ଅଧ୍ୟାପକ ହଠାତ ପଶିଆସିବା ସହିତ କୁଆଡେ ବାଥରୁମ କବାଟ ଖୋଲି ମୋବାଇଲରେ ସମ୍ପୃକ୍ତ ମହିଳାଙ୍କ ନଗ୍ନ ଫଟୋ ଉଠାଇଥିଲେ। ସେଇଦିନଠୁ ସେ ମହିଳାଙ୍କୁ ଫଟୋ ଦେଖାଇ ବ୍ଲାକମେଲ କରିବା ସହିତ ବାରମ୍ବାର ଦୁଷ୍କର୍ମ କରିବା ନେଇ ପୀଡିତା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏପରିକି ମହିଳା ଜଣକ ନିଜ ଗାଁକୁ ଯାଇ ଫେରିବା ପରେ ବି ଅଧ୍ୟାପକ ଜଣକ ତାଙ୍କୁ ବ୍ଲାକମେଲ କରିବା ଛାଡ଼ିନଥିଲେ। ଏନେଇ ମାନସିକ ଚାପର ବଶବର୍ତ୍ତୀ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ତାଙ୍କ ନଗ୍ନ ଫଟୋକୁ ସମ୍ପୃକ୍ତ ଅଧ୍ୟାପକ ନିଜର ସାଙ୍ଗସାଥିଙ୍କୁ ପଠାଇ ତାଙ୍କୁ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ଅଭିଯୁକ୍ତ ଅଧ୍ୟାପକ ଦୀର୍ଘ ୧୧ମାସ ପର୍ଯ୍ୟନ୍ତ ବିଦ୍ୟାଳୟରୁ ଛୁଟି ନେଇ ପଳାଇଥିଲେ। ତେବେ ଗତ ୯ ତାରିଖ ଦିନ ସେ ବିଦ୍ୟାଳୟକୁ ଫେରିବା ଦିନ ମହିଳାଜଣକ ଲାଞ୍ଜିଗଡ଼ ଥାନାରେ ତାଙ୍କ ନାଁରେ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ କେସ ନଂ ୮୮/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ୧୦ ତାରିଖ ଦିନ ଅଧ୍ୟାପକ ବିକ୍ରମ ସ୍ବାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଅଧ୍ୟାପକ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି। ତେବେ ଦୀର୍ଘ ବର୍ଷ ଧରି ସେ ଓ ତାଙ୍କର ପଡ଼ୋଶୀ ଅଧ୍ୟାପକ ମଧ୍ୟରେ ପଡୁନଥିବା ହେତୁ ତାଙ୍କୁ ମିଥ୍ୟା ମାମଲାରେ ଫଶାଇ ଦିଆଯାଇଛି ବୋଲି କିଛି ସହକର୍ମୀ ଓ ପୁରାତନ ଛାତ୍ର କହିଛନ୍ତି। ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ କୁମାର ହିଆଲ ଘଟଣାର ତଦନ୍ତ ଭାର ହାତକୁ ନେଇଥିବାବେଳେ ଭାରତୀୟ ନ୍ୟାୟ ସଂହିତାର ଦଫା ୬୪(୨) ଏମ, ୩୫୧(୨), ବିଏନଏସ ଆର/ ଡବ୍ଲ୍ୟୁ ସେକ୍ସନ ୬୬ ଇ /୬୭-ଏ ଆଇଟି ଏକ୍ଟରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

ରଣପୁର ଗୁଳିକାଣ୍ଡରେ ମାଁ ମୃତ ଝିଅ ଗୁରୁତର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି: କାରଣ ଅସ୍ପଷ୍ଟ

masiha

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

Leave a Comment

error: Content is protected !!