ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଲାଞ୍ଜିଗଡ଼,୧୦/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ଗାଁର କୁନ୍ତ ମାଝୀ ନାମକ ଜଣେ ଛାତ୍ରଙ୍କ ଶବ ରାୟଗଡା ଜିଲ୍ଲା ଅମ୍ବାଦଳା ନିକଟସ୍ଥ ପୁରୁଣା ଅମ୍ବାଦଳା ନିକଟ ଦେଇ ଯାଇଥିବା ରେଳଧାରଣାରେ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ଅମ୍ବାଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ରେଳବାଇ ଅଧୀନରେ ମାମଲା ଆସୁଥିବାରୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ରେଳବାଇ ପୁଲିସ ପକ୍ଷରୁ ଶବ ଜବତ କରାଯାଇ ମୁନିଗୁଡାଠାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ମୃତ କୁନ୍ତ ମାଝୀ ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ଗାଁର ହୋଇଥିବାବେଳେ ଅମ୍ବାଦଳାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ପାଠ ପଢୁଥିଲେ । ଆଜି ବିଦ୍ୟାଳୟର ହଷ୍ଟେଲରୁ କିଛି ଦୂରରେ ଥିବା ପୁରୁଣା ଅମ୍ବାଦଳା ରେଳ ଧାରଣାରେ ସନ୍ଦେହଜନକ ଭାବେ ତାଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକା ଏବେ ସନ୍ଦେହଘେରରେ ରହିଛି । କାରଣ ସେପଟେ ରେଳଧାରଣାରେ ଶବ ପଡ଼ିଥିବାବେଳେ ଏପଟେ କିନ୍ତୁ ହଷ୍ଟେଲ ଏବଂ ବିଦ୍ୟାଳୟରେ କୁନ୍ତଙ୍କ ଉପସ୍ଥାନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ସେହିପରି ମେଧାବୀ ଛାତ୍ର କୁନ୍ତଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଓ ଗାଁରେ କାନ୍ଦବୋବାଳି ପଡିଥିବାବେଳେ ଆଜି ଅପରାହ୍ନରେ ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ଗାଁ ମଶାଣିରେ ଶବ ସଂସ୍କାର କରାଯାଇଛି । ଏନେଇ ମୁନିଗୁଡା ରେଳବାଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅପରପକ୍ଷରେ ମୃତ କୁନ୍ତ ମାଝୀଙ୍କ ବଡଭାଇ ରାମ ମାଝୀ ତାଙ୍କ ଭାଇକୁ ହତ୍ୟା କରି ରେଳଧାରଣାରେ ଫିଙ୍ଗି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏହାସହିତ ବିଦ୍ୟାଳୟ ସୁପରିଣ୍ଟେଣ୍ଡେଣ୍ଟ ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଜଟାଵାଲରେ ସିରିଜ ଚୋରି, ମୁଖ୍ୟ ରାସ୍ତାର ପାଞ୍ଚଗୋଟି ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୁତ୍ତ

Sunil Chandra Nayak

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ, ଅଭିଯୁକ୍ତ ଗିରଫ 

masiha

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

masiha

Leave a Comment

error: Content is protected !!