ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ସଚେତନ ରଥର ଶୁଭାରମ୍ଭ 

ଢେଙ୍କାନାଳ, ତା. ୧୦,୦୪,୨୦୨୩  // ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜିର ଆହ୍ବାନ ସର୍ଭିଙ୍କୁ ଶିକ୍ଷା ଦାନ ସମ୍ପର୍କିତ ବାର୍ତ୍ତା ବହନ କରି ସଦର ବ୍ଲକ ଅଞ୍ଚଳରେ ପରିକ୍ରମା କରି ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏହି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରି ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ବୋଲି କହିଛନ୍ତି । ଜିଲ୍ଲାର ସମସ୍ତ ପିଲା ଯେପରି ଶିକ୍ଷା ଲାଭ କରି ପାରିବେ ସେଥ୍ପ୍ରତି ସର୍ବାଧୂକ ଗୁରୁତ୍ବ ଦେବାକୁ ଏବଂ ଶିକ୍ଷା କ୍ଷେତ୍ରରେ ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । 

ସମସ୍ତ ଉପାନ୍ତ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ପିଲାମାନଙ୍କୁ ଶିକ୍ଷା ଦାନ ପରି ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ପ୍ରକାଶ କରିଛନ୍ତି । ଆଜି ଠାରୁ ୫ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକରେ ଏହିପରି ଶିକ୍ଷା ସଚେତନତା ରଥ ପରିକ୍ରମା କରି ସମସ୍ତ ବର୍ଗର ଲୋକଙ୍କୁ ସଚେତନ କରିବା ସହିତ ସମଗ୍ର ଶିକ୍ଷାର ବିଭିନ୍ନ ଦିଗ ଓ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ, ବାଲ୍ୟ ବିବାହ ରୋକିବା ଏବଂ ବିଭିନ୍ନ ମୌଳିକ ଅଧିକାର ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଚାର କରିବ ବୋଲି ସେ ପ୍ରକାଶ କରିଛନ୍ତି । 

ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି ରଥ ଶୁଭାରମ୍ଭ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ), ବିଡିଓ ଶ୍ରୀ ସୁଧୀର କୁମାର ନାୟକ, ତହସିଲଦାର ଶ୍ରୀ ସୁଧାଂଶୁ ଶେଖର ସାଓ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତଙ୍କ ସମେତ ସମଗ୍ର ଶିକ୍ଷାର କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଚିଲିଚିଲା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ 

masiha

ଶଶୀ ପ୍ରଧାନୀ: ପ୍ରଧାନ ମନ୍ତ୍ରୀ ଆବାସ ଗୃହ ମିଳିବ ମିଳିବ ବୋଲି ବର୍ଷ ବର୍ଷ ବିତିଲା ଏପଟେ ବର୍ଷା ବି ସାଜିଲା ବୈରି

Sunil Chandra Nayak

Leave a Comment

error: Content is protected !!