ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଙ୍କଡ଼ାହାଡ଼ ବ୍ଲକ ରେ ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ 

କଙ୍କଡ଼ାହାଡ଼ ବ୍ଲକ ରେ ଜୁଆ ଖେଳ ପାଇଁ ବହୁ ପରିବାର ସର୍ବସ୍ୱାନ୍ତ 

କାମାକ୍ଷାନଗର (ମନିସ)12/9/25 — କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଓ ବଟଗାଁ ସାପ୍ତାହିକ ହାଟରେ ପ୍ରତ୍ୟହ ଜୁଆ ଖେଳ ହେଉଥିବାରୁ ସଂପୃକ୍ତ ଅଞ୍ଚଳ ତଥା ଆଖପାଖ ଗ୍ରାମର ବହୁ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଥିବାର ଅଭିଯୋଗ ହୋଇଛି l କଙ୍କଡ଼ାହାଡ଼ ର ସାପ୍ତାହିକ ଶୁକ୍ରବାର ହାଟରେ ପ୍ରତ୍ୟେକ ପାଳିରେ ଜୁଆ ଖେଳ ହେଉଥିବା ବେଳେ ଏଠାକୁ କଙ୍କଡାହାଡ଼ ତଥା ଆଖପାଖ ଗ୍ରାମରୁ ବହୁ ଆଦିବାସୀ ଯୁଆଡ଼ି ଆସି ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ପଡିଲେଣି l ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏହି ହାଟ ହେଉଥିବା ବେଳେ ହାଟ ମଧ୍ୟରେ ବେଧଡକ ଜୁଆ ଖେଳ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି l ପୁଣି ବଟଗାଁ ସାପ୍ତାହିକମଙ୍ଗଳବାର ହାଟ ରେ ପ୍ରତ୍ୟହ ଜୁଆ ଖେଳ ଚାଲିଥିବାରୁ ଏହି ହାଟରେ ଆଦିବାସୀମାନେ ନିର୍ଭର କରି ନିଜର କାମଧନ୍ଦା ସାରି ଅପରାହ୍ନରେ ହାଟକୁ ଆସିଥାନ୍ତି l ନିଜର ସପ୍ତାହ ବ୍ୟାପି ଯାହା ରୋଜଗାର କରିଥାନ୍ତି ଏହି ହାଟକୁ ନିଜର ଘର ପାଇଁ ପରିବା, ଲୁଗାପଟା କିଣିବାକୁ ଆସି ଏହି ଜୁଆ ଖେଳରେ ଜୁଆ ଖେଳି ସର୍ବସ୍ୱାନ୍ତ ହୋଇ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି l ଫଳରେ ଘରେ ଗଣ୍ଡଗୋଳ ର ସୂତ୍ରପାତ ଘଟିବାରେ ସ୍ୱାଭାବିକ ହୋଇଥାଏ l ଏତଦ ବ୍ୟତୀତ ବିରାଶାଳ, ବନ୍ଦାଣିଆ, ଓଡ଼ିଶ,କଙ୍କଡ଼ାହାଡ଼ ଅଞ୍ଚଳ ଏକ ପ୍ରମୁଖ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଶୁକ୍ରବାର, ମଙ୍ଗଳବାର ଓ ବିରାସାଳ ହାଟରେ ଜୁଆ ଖେଳ ହେଉଥିବାରୁ ବହୁ ଆଦିବାସୀ ପରିବାର ଏବେ ସର୍ବସ୍ୱାନ୍ତ ହୋଇ ପଡିଲେଣି l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ଜୁଆ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସେ ଅଞ୍ଚଳ ର ସଚେତନ ନାଗରିକ ମହଲରେ ଦାବି ହେଉଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

ଢେ଼ଙ୍କାନାଳ ଅବକାରୀ ବିଭାଗର ମାରାଥନ୍ ଚଢ଼ାଉରେ ବିପୁଳ ପରିମାଣର ଦେଶୀମଦ ସହିତ ନଅ ଜଣ ମଦ ବ୍ୟବସାୟୀ ଗିରଫ 

masiha

ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ

Leave a Comment

error: Content is protected !!