ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ !ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ !ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ 

 ମୟୂରଭଞ୍ଜ-୨୭/୧୧ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜ ଡଃ ଭି ସୁଜାତା ଜନୈକା ଭିନ୍ନକ୍ଷମ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଦଣ୍ଡ ଶୁଣାଣୀ କରିଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ସରଣ୍ଡା ଗ୍ରାମର ରେପ ମୁର୍ମୁ (୩୫) ଙ୍କ ପତ୍ନୀ କୁ ସେହି ଗ୍ରାମର କୃଷ୍ନ ଗିରି ଫୁସୁଲା ଫୁସୁଲି କରି ନିଜ ଘରକୁ ନେଇ ଦିତୀୟ ପତ୍ନୀ ରୁପେ ରଖିଥିଲା ।ବିଚରା ଅସହାୟ ରେପ ମୁର୍ମୁ ପତ୍ନୀ ବିରହରେ ଭାଙ୍ଗି ପଡ଼ିବା ସହ ଘରେ ଖାଇବା,ପିଇବା ,ବାପ,ମା,ଗୋରୁ ଗାଈ ସେବା କରି ନ ପାରି ଭାରି ହଇରାଣ ହରକତ ହେଉଥିଲା।ଶେଷରେ ସେ ତାର ପତ୍ନୀ ଅପହରଣକାରୀ ଉପରେ ପ୍ରତିଶୋଧ ନେବାପାଇଁ ତା’ର ମନରେ ହିଂସ୍ର ଆଚରଣ ଜାଗରଣ ହୋଇଥିଲା ।୨୪/୦୭/୨୦୨୩ କୃଷ୍ନ ଗିରି ସକାଳେ କୌଣସି କାମରେ ସରଗଡା ଯାଇଥିଲେ ।ଘରେ କୃଷ୍ଣ ଗିରିର ବୃଦ୍ଧ ପିତାମାତା ଏବଂ ତା’ର ର ୧୪ ବର୍ଷୀୟା ଭିନ୍ନକ୍ଷମ ନାଵାଳିକା ଝିଅ ଥିଲା ।ରେପ ମୁର୍ମୁ କୃଷ୍ନ ଗିରି ଘରେ ନ ଥିବା ଜାଣି ପ୍ରତିହିଂସା ପରାୟଣ ହୋଇ ହଠାତ୍ ଏକ ପନିକି ଧରି କୃଷ୍ନ ଗିରି ଘରେ ପଶି ଭିନ୍ନକ୍ଷମ ଝିଅର ବେକକୁ ଚୋଟେ ପକାଇ ଦୃତ ଗତିରେ ଖସି ପଳାଉ ଥିବା କୃଷ୍ଣ ଗିରି ବାପା ଦେଖିବାକୁ ପାଇଥିଲେ ।ଝିଅଟି ଯନ୍ତ୍ରଣାରେ ଛଟପଟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଚଟାଣ ଉପରେ ମରି ଯାଇଥିଲା । ଗାଁ ରେ କୁହାକୁହି ହେଉଥିଲେ ବାପ ଖାଇଲା ତାଳ; ଛୁଆକୁ ହେଲା କାଳ ।ନିରିହ ଭିନ୍ନକ୍ଷମ ନାବାଳିକା ନିଜ ବାପର କୁକର୍ମ ଯୋଗୁଁ ମୃତ୍ୟୁ ଯନ୍ତାରେ ପଡ଼ିଲା ।ପରେ ଘରଲୋକେ ଓ ଗ୍ରାମବାସୀ ଗୋରୁମହିଷାଣୀ ଥାନାକୁ କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଜବତ କରିବା ସହ ରେପ ମୁର୍ମୁ ନାମରେ ଏକ ହତ୍ୟା ମାମଲା କେଶ ନମ୍ଵର୬୮/୨୩ ରୁଜୁ କରି ତଦନ୍ତ ଜାରି ରଖିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଡଃ ଭି ସୁଜାତା ଶୁଣାଣି ରୃ ୧୬ ଜଣ ସାକ୍ଷୀ, ପୋଲିସ ରିପୋର୍ଟ ଏବଂ ପାରିପାର୍ଶ୍ବିକ ଘଟଣାକୁ ବିଚାରକୁ ନେଇ ଅଭିଯୁକ୍ତ ରେପ ମୁର୍ମୁ କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଦଣ୍ଡ ଶୁଣାଣି କରିଛନ୍ତି । ସରକାରୀ ଏପିପି ପଙ୍କଜ ଦାସ ପରିଚାଳନାରେ ସହଯୋଗ କରୁଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

ଓଡିଶା ଛତିଶଗଡ଼ ସୀମାରେ ମାଓ ସାମଗ୍ରୀ ଜବତ

masiha

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

Leave a Comment

error: Content is protected !!