ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା

ଡାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମେଦନା ସରପଞ୍ଚ ସୁମିତ୍ରା ମାଝି ଯୋଗ ଦେଇ ଉଦଘାଟନ କରିଥିଲେ | ଏଥିରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ୧୦୦, ୨୦୦, ୪୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ ଫୁଟ, ଡିସକସ ଥ୍ରୋ ଖେଳାଯାଇ ୧ମ, ୨ୟ ଓ ୩ ୟ ହୋଇଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ୧୭ ବର୍ଷରୁ କମ ଖୋଖୋ, ଭଲି ବଲ, ହ୍ୟାଣ୍ଡ ବଲ, ଫୁଟବଲ ଓ କ୍ରିକେଟ ପ୍ରତିଯୋଗୀତାରେ ଖେଳାଳି ଚୟନ କରଯାଇଥିଲା | ଏହି ଚୟନ ହୋଇଥିବା ଖେଳାଳି ମାନଙ୍କୁ ନେଇ ଦଳ ଗଠନ ହୋଇ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ଏହି ପ୍ରତିଯୋଗୀତାକୁ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡମ୍ବରୁଧର ଦାଶଙ୍କ ତତ୍ଵାବଧାନରେ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ବାସୁଦେବ ରଥ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ବିପିନ ବେହେରା, ନୀଳକଣ୍ଠ ମାଝି, ଗୋବର୍ଦ୍ଧନ ପୂଜାରୀ, ସୁରେଶ ଚନ୍ଦ୍ର ବେହେରା, ଶିକ୍ଷୟତ୍ରୀ ସୁକାନ୍ତି ସ୍ଵାଇଁ ଓ ବିଜୟାଲକ୍ଷ୍ମୀ ମଣ୍ଡଳପ୍ରମୁଖ ସହଯୋଗ କରିଥିଲେ | ଏହାସହ ମେଦନା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମେନ୍ଦ୍ର ନାଥ ବେହେରା , ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ମେଦନା ଓ ଚଚରାଗୁଡା କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଝରିଆଗୁଡା ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଚିଲିଗୁଡାକୁ ହରାଇ ବେହେରା ଦଳ ଚାମ୍ପିୟନ

masiha

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

masiha

ମା ଠାକୁରାଣୀ  କ୍ରିକେଟ ଟୁର୍ନାମେଣ୍ଟ, ଡେଙ୍ଗପଦର ର ସେମିଫାଇନାଲ

Sunil Chandra Nayak

Leave a Comment

error: Content is protected !!