ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

ଡାବୁଗାଁ,୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମଧୁବାବୁ ପେନସନ ଯୋଜନା ଓ ଇନ୍ଦିରାଗାନ୍ଧି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ପେନସନ ଯୋଜନାରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ମୋଟ ୧୨୨ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ଭତ୍ତା ବଣ୍ଟନ କରିଥିଲେ | ସମ୍ମାନୀତ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଙ୍କ ଜିଲା ପ୍ରତିନିଧି ଅଶୋକ ପାଢୀ, ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ସୋମନାଥ ପୂଜାରୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋୟୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ବୋରୀଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ବିଡିଓ ଶରତ ମାଝି, ବିଜେଡି ନେତା ଏମ୍. ଆପ୍ପା ରାଓ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

ମାଣ୍ଡିଆ ଚାଷ ନେଇ ୨ ଦିନିଆ ତାଲିମ ଶିବିର ଉଦଘାଟନ

Sunil Chandra Nayak

ଖଡ଼ିଆଳ ବିଡ଼ିଓ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!