ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶକ୍ତିଦା ବିଷୋୟୀ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

(ରାଗ-ଆହରୀ)

ଶକ୍ତିଦା ବିଷୋୟୀ

 

ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ

ତିଥି ରେ ତୃତୀୟା ଅକ୍ଷୟ

କରିଥାନ୍ତି ଧାର୍ଯ୍ୟ ସମ୍ପାଦନା କାର୍ଯ୍ୟ

ହୋଇବ ମଙ୍ଗଳ ବିଜୟ

           ଏଦିନେ  

      ବିବିଧ କାର୍ଯ୍ୟ ସମ୍ପାଦନ

କିରତି ଅକ୍ଷୁର୍ଣ୍ଣ ରହିବ ଅକ୍ଷୟ

     ନ ଘଟିବ କୈାଣସି ବିଘ୍ନ।।

 

ପୂରାଣ ବର୍ଣ୍ଣିତ ଏତିଥି ସୁଚିତ

      ବହୁ କିମ୍ବଦନ୍ତୀ ରଚିତ

ଦ୍ରୈ।ପଦୀଙ୍କୁ କୃଷ୍ଣ କୋଟି ବସ୍ତ୍ର ଦାନ

     କୃଷ୍ଣ ସୁଦାମା ଙ୍କ ବନ୍ଧୁତ୍ୱ

           ଏଦିନେ

   ବରଷକେ ଶୁଭ ଲଗନେ

ଜଗନ୍ନାଥ ଙ୍କର ରଥଯାତ୍ରା ପାଇଁ

      ଅନୂକୂଳ ରଥ କାର୍ଯ୍ୟ ରେ।।

 

ଚାଷୀ ହର୍ଷ ମନେ କମଳା ସ୍ମରିଣେ

        ଅନୁକୂଳ ଧାନ ବୁଣି ବ

ହଳ ଯୋଚି ଚାଷ କରିବ ତା କ୍ଷେତ

      ସୁନାର ଫସଲ ଫଳିବ

               କୃଷକ

      ବାନ୍ଧି ବହୁ ଆସା ଅନେକ

ଧନ ଅଧିଷ୍ଠାତ୍ରୀ ହର୍ଷେ ପୂଜି ଲକ୍ଷ୍ମୀ

    ବିଧି ବିଧାନେ ଭକ୍ତି ପୁତ।।

 

ଚନ୍ଦନ ଯାତରା ଉଚ୍ଛଳେ ଏ ଧରା

     ବଦ୍ରୀନାଥ ଧାମ ଖୋଲଇ

ବଙ୍କିମ ବିହାରୀ ରାଧା ଦେବୀ ଗୋରୀ

    ଗୋପରେ ଦର୍ଶନ ମିଳଇ

             ଭକ୍ତ ଙ୍କ

     ଦର୍ଶନରେ ଭିଡ ଲାଗଇ

ବଳରାମ ସଙ୍ଗେ ରୋହିଣୀ ବିବାହ

     ହୋଇଥିଲା ଏ ଶୁଭ ଲଗ୍ନେ।।

 

ପର୍ଶୁରାମ ଜନ୍ମ୍ ଏହି ଧରା ଧାମ

   ଆନ୍ଯା ଉନ୍ମୁଳ ନିମନ୍ତେ

କ୍ଷତ୍ରିୟ ର ଧର୍ମ ସମାଜ ସଙ୍କଟ

    ଉଦ୍ଧାରିବା ବୀର ପଣରେ

              ଏଦିନ

      ବୀର ପର୍ଶୁରାମ ଜନମ

କବି ଜୟଦେବ ଶ୍ରୀ ଗୀତଗୋବିନ୍ଦ

    ଭକ୍ତି ରସେ ରସ ରଚିତ।।

 

କବି ବ୍ୟାସଦେବ ମହାଭାରତ କୁ କରିଥିଲେ କାବ୍ୟ ସୃଜନ

ଅକ୍ଷୟ ତୃତୀୟା ମହାନ ମହିମା

    ତିଥି ପାଞ୍ଜି ନୋହେ ଗଣନା

              ଏଦିନ

    ଶୁଭ କାର୍ଯ୍ୟ ରେ ସମ୍ପାଦନ

ମହାଭାରତ ର ଅଠର ଦିନର

    ହୋଇ ଥିଲା ଯୁଦ୍ଧ ସମାପ୍ତ।।

 

ଧନ୍ୟ ମୋ ଭାରତ ଧନ୍ୟ ପରମ୍ପରା

      ପରବ ମହନିୟ ଧନ୍ୟ

ପୁରୁବ ପୁରୁଷ ପୁରାଣ ବର୍ଣ୍ଣିତ

      ଅନୁସରି ପିଳି ନିୟମ

               ବିଶ୍ବାସ

     ରହିଛି ପୁରୁଷ ପୁରୁଷ

ସତ୍ୟଯୁଗ ଶୁଭ ଆଗମନ ଧରା

   ଧରଣୀ ସ୍ବାଗତ ବନ୍ଦିତ ।।

 

ସୋରଡ଼ା ,ଗଞ୍ଜାମ

Related posts

ବନାଞ୍ଚଳରେ ମହୁଲର ମହକ

Sunil Chandra Nayak

ମହାଭାରତ କଥା……..୧୦

ବର୍ଷା ପବନରେ ଗଛ ପଡ଼ି ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!