ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ରେ ପର୍ଶୁରାମ ଜୟନ୍ତି ପାଳନ

କୋକସରା,୩/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ଲଡୁଗାଁ ଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ସହର ଶିଶୁ ମନ୍ଦିର ଛକରୁ ହନୁମାନ ତିନିଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ରେ ପର୍ଶୁରାମ ଜୟନ୍ତି ପାଳନ କମିଟି ର କର୍ମକର୍ତ୍ତା ଲଡୁଗାଁ ସହର ପରିକ୍ରମା କରିଥିଲେ। ମୁଖ୍ୟ ପୁରୋଧା ଭାବେ ସମାଜସେବୀ ବଜେନ୍ଦ୍ର ପାଟ୍ଟଯୋଷୀ, ସୁବାସ ଭାଇ,ଶ୍ରୀମନ୍ତ ପାଢୀ,ରମେଶ ଶର୍ମା, ସୁଶିଲ କୁମାର ପାଢୀ, ଭାରତ ଭୂଷଣ ଠାକୁର, ପ୍ରଣବ ବେହେରା,ଗୋପାଳ ଶର୍ମା, ଗଣେଶ ନନ୍ଦ, ଦୀପକ ଶର୍ମାଙ୍କ ନେତୃତ୍ୱରେ ଶତାଧିକ ପର୍ଶୁରାମ ସେନା ପକ୍ଷରୁ ନଗର ପରିକ୍ରମା ସହ ପ୍ରଭୁ ଶ୍ରୀ ପର୍ଶୁରାମ ଙ୍କ ନାରା ରେ ଲଡୁଗାଁ ସହର ଗୁଞ୍ଜରିତ ହୋଇଥିଲା ।ଲଡୁଗାଁ ବ୍ରାହ୍ମଣ ସମାଜ ସମେତ ଅଞ୍ଚଳ ର ବିଭିନ୍ନ ଗ୍ରାମରୁ ସଦସ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପର୍ଶୁରାମ ଜୟନ୍ତି ପାଳନ କମିଟି ପକ୍ଷରୁ ବ୍ରାହ୍ମଣ ସମାଜ ର ଜନହିତକର କାର୍ଯ୍ୟକ୍ରମ ସହ ସମାଜରେ ରହିଥିବା ସଂସ୍କାରଧର୍ମୀ କାର୍ଯ୍ୟକ୍ରମ କରିବା ପାଇଁ ସଂକଳ୍ପ ନେଇଛନ୍ତି। ମ ନି ସ 

Related posts

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ବେଣୁ ଧର ସୁତର ଙ୍କ କବିତା ସ୍ଵପ୍ନ ଗୋ ତୁମେ

ଖରିଆର ରୋଡ ପୌର ନିର୍ବାଚନ – ଭାରତୀୟ ଜନତା ଦଳର ମାରାଥନ ପ୍ରଚାର

Sunil Chandra Nayak

Leave a Comment

error: Content is protected !!