ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ଲଙ୍କେଶ୍ଵରୀ ଖଣ୍ଡାବସା ଫୁଟବଲ କପ ଖେଳ 

ମା ଲଙ୍କେଶ୍ଵରୀ ଖଣ୍ଡାବସା ଫୁଟବଲ କପ ଖେଳ 

ଜୁନାଗଡ : ଆଜି ଦେବୀ ଲଙ୍କେଶ୍ଵରୀଙ୍କ ପବିତ୍ର ଖଣ୍ଡାବସା ଉପଲକ୍ଷେ ସ୍ଥାନୀୟ ହାଇସ୍କୁଲ୍ ଖେଳ ପଡିଆରେ ମା ଲଙ୍କେଶ୍ଵରୀ ଖଣ୍ଡାବସା କପ ଭବ୍ୟତା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା। ଖେଳକୁ ନେଇ ଜୁନାଗଡ ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା। ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖେଳକୁ ପ୍ରୋତ୍ସାହିତ କରିବା ସହ ଯୁବପିଢିଙ୍କୁ ସ୍ୱାସ୍ଥ୍ୟକର ଜୀବନଶୈଳୀ ଦିଗରେ ପ୍ରେରିତ କରିବା। ଏହି ଖେଳ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ମାଟିର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଦୁର୍ଗା ନାଏକ ଯୋଗଦାନ କରିଥିଲେ। ସେ ଖେଳର ଉନ୍ନତି ଓ ଯୁବମାନଙ୍କ ସହଭାଗୀତା ବୃଦ୍ଧି ପାଇଁ ସମର୍ଥନ ଜଣାଇଥିଲେ। ଏହା ସହିତ ପୂର୍ବତନ ଖେଳାଳୀ ତଥା ସଭାପତି ଦେବେନ୍ଦ୍ର କନ୍ଦପାନ(କାଳିଆ),ପୂର୍ବତନ ଖେଳାଳୀ ପଞ୍ଚାନନ ଧଙ୍ଗଡାମାଝୀ,ସନ୍ତୋଷ ପଟ୍ଟନାୟକ,ରାଜା ମହାଳିକ ସାମ୍ବାଦିକ ରାକେଶ ବେମାଲ ମଧ୍ୟ ଉପସ୍ଥିତ ଥିଲେ।

ଖେଳ ପରିଚାଳନାରେ ଭଗବାନ ଦଳପତି,ରୀଙ୍କୁ ପୁଝାରୀ,ହରେକୃଷ୍ଣ ଦଣ୍ଡସେନା ଓ ଫିରୋଜ ଦଳପତି ମୁଖ୍ୟ ଭୂମିକା ନିଅଇଥିଲେ। ଖେଳ କମିଟି ସଦସ୍ୟ ଭାବେ ଲୋକନାଥ ଧଙ୍ଗଡାମାଝୀ ଓ ବଳିଆ ଧଙ୍ଗଡାମାଝୀ, ପପୁ ଭଞ୍ଜ, ଜିଶୁରାମ ଗୋପାଳ ମଧ୍ୟ ଖେଳ ଆୟୋଜନରେ ଭାଗ ନେଇଥିଲେ। କପରେ ମୋଟ ଆଠଟି ଦଳ ଭାଗ ନେଇଥିଲେ – କର୍ଲାକୋଟ ଫୁଟବଲ କ୍ଲବ,ବଙ୍କାପଲା ଫୁଟବଲ କ୍ଲବ, ଧର୍ମଗଡ଼ ରାଇଜୀଙ୍ଗ ଷ୍ଟାର,ଜୁନାଗଡ ଫୁଟବଲ କ୍ଲବ, କଳାହାଣ୍ଡି ୧୧ ଷ୍ଟାର ମାଟିଗାଁ,ବାନେର ଫୁଟବଲ କ୍ଲବ, ଭବାନିପାଟଣା ମୋର୍ଣିଙ୍ଗ କ୍ଲବ ଓ ଭବାନିପାଟଣା ଏ ଏସ କ୍ଲବ। ଗ୍ରୁପ ମ୍ୟାଚଗୁଡିକ ସଫଳତାର ସହ ସମାପ୍ତ ହୋଇ ଫାଇନାଲ ମ୍ୟାଚ ଭବାନିପାଟଣା ମୋର୍ଣିଙ୍ଗ କ୍ଲବ ଓ ଭବାନିପାଟଣା ଏ ଏସ କ୍ଲବ ମଧ୍ୟରେ ଖେଳାଯାଇଥିଲା।ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭବାନିପାଟଣା ମୋର୍ଣିଙ୍ଗ କ୍ଲବ ୧-୦ ଗୋଲରେ ବିଜୟୀ ହୋଇ କପ ହାସଲ କଲା। ଖେଳ ଶେଷରେ ଉପସ୍ଥିତ ଦର୍ଶକମାନେ ଉତ୍ସାହର ସହ ବିଜୟୀ ଦଳକୁ ସ୍ୱାଗତ କରିଥିଲେ। ଖେଳାଳିମାନଙ୍କ ମଧ୍ୟରେ ମିତ୍ରତା,ଖେଳ ଚେତନା ଓ ସମାଜ ପାଇଁ ଏକତାର ସନ୍ଦେଶ ପ୍ରସାରିତ ହୋଇଥିଲା। ଏହି ଉତ୍ସବ ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ଖେଳ ପ୍ରତି ଉତ୍ସାହ ବଢ଼ିବା ସହ ସମାଜରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଲଇତରା କୁ ହରାଇ ଡଙ୍ଗାପଟା ଚାମ୍ପିଅନ

masiha

ଉଦଯାପିତ ହେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ସଫଳତା

Sunil Chandra Nayak

Leave a Comment

error: Content is protected !!