ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ନବରଙ୍ଗପୁର ରେ ଦ୍ଵି – ଭାଷୀ ଚଳଚ୍ଚିତ୍ର ର ସୁଟିଂ

ନବରଙ୍ଗପୁର ରେ ଦ୍ଵି – ଭାଷୀ ଚଳଚ୍ଚିତ୍ର ର ସୁଟିଂ

ନବରଙ୍ଗପୁର : (୧୫|୯) ଦୀପ୍ ଶାନ୍ ଫିଲ୍ମ ପ୍ରଯୋଜିତ ଏବଂ ସାଇ ଫିଲ୍ମ ନିବେଦିତ ଏସ . ଏଫ୍ -୮୦୦ (S F-008) ନାମକ ଫିଲ୍ମ ର ସୁଟିଂ ନବରଙ୍ଗପୁର ସଦର ମହକୁମାର ସାମନ୍ତରାୟ ସାହି ସ୍ଥିତ ସାମନ୍ତରାୟ ବଙ୍ଗଳା ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସୁଟିଂ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ଚଳଚ୍ଚିତ୍ର ବିକାଶ ନିଗମ ର ସହ ସମ୍ପାଦକ ତଥା ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଫିଲ୍ମର ରଚନା, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରିଚିତ ନିର୍ଦ୍ଦେଶକ ଅମର ମିଶ୍ର ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଅଭୟ ମିଶ୍ର ଏବଂ ସୁଶିଲ ଦଳେଇ ଦେଇଛନ୍ତି । ଏହି ଚଳଚ୍ଚିତ୍ର ରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପ୍ରତିଷ୍ଠିତ କଳାକାର ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଏକ କାଳୀନ ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯାଉଛି । ଏହା ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ସିନେମା ହଲ ରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ର ସୁଟିଂ ଅବିଭକ୍ତ କୋରାପୁଟ, ଓଡ଼ିଶା ତଥା ଓଡିଶା ବାହାରେ ହେବ ଏବଂ ଏହା ଆସନ୍ତା ବର୍ଷ ୨୦୨୬ ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ର ତ୍ରିଶକ୍ତି ସିନେ କମ୍ବାଇନ୍ସ ପକ୍ଷରୁ ଚଳଚ୍ଚିତ୍ର ର ସମସ୍ତ କଳାକାରଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରଜରେ ଧମାକା କରିବେ ଅନୁଭବ : ଟ୍ରେଣ୍ଡରେ ‘ଆମେ ବାଳୁଙ୍ଗା ଟୋକା’

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

Leave a Comment

error: Content is protected !!