ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୁଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ହିନ୍ଦୀ ଦିବସ ଅନୁଷ୍ଠିତ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୁଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ହିନ୍ଦୀ ଦିବସ ଅନୁଷ୍ଠିତ

ରାଉରକେଲା: ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ ରାଉରକେଲା ଆନୁକୁଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହିନ୍ଦୀ ଦିବସ ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ହୋଟେଲ ଶୁଭମ୍ ର ବ୍ୟବସ୍ଥାପକ ତଥା ବିଶିଷ୍ଟ ସମାଜସେବୀ କୃଷ୍ଣକୁମାର ପ୍ରଜାପତି ଉଦବୋଧନ ଦେଇ କହିଲେ,ହିନ୍ଦୀ ଭାରତରେ ଉଚ୍ଚାରଣ ଏବଂ ଲେଖନ ଦୃଷ୍ଟିରୁ ସବୁଠାରୁ ସରଳ ଭାଷା ରୂପେ ପରିଗଣିତ ।ଏହା ରାଷ୍ଟ୍ରଭାଷାର ମାନ୍ୟତା ପାଇଁ ସର୍ବଗ୍ରାହୀ ଅଟେ। ବିଶିଷ୍ଟ ଆମନ୍ତ୍ରିତ ଅତିଥି ଭାବେ ମୁଖ୍ୟ ମହାପ୍ରବନ୍ଧକ ଟିଜି କାନେକର ପିଲାମାନଙ୍କୁ ହିନ୍ଦୀ ଭାଷା ଶିଖିବା ପାଇଁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ସସ୍ଥାନ ଟ୍ରଷ୍ଟି ତଥା ସଂରକ୍ଷକ ବିଶିଷ୍ଟ ସମାଜସେବୀ କମଳ ଅଗ୍ରୱାଲ ଉପଦେଶ ଛଳଳରେ ପିଲାମାନଙ୍କୁ ସକାରାତ୍ମକ ଆଚରଣକୁ ଆପଣାଇବା ପାଇଁ ଆଗ୍ରହ କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ଚାମ୍ବର ଅଫ୍ କମର୍ସର ପୂର୍ବତନ ସଭାପତି ସୁନିଲ୍ କାୟଲ ବିଦ୍ଯାଳୟରେ ହିନ୍ଦୀ ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ସୁନିତା ଅଗ୍ରୱାଲ ମନୀଲା ହିନ୍ଦୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ସସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡ ଜଗନ୍ନାଥ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ହିନ୍ଦୀ ଦିବସ ଆୟୋଜନ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ ।ବିଦ୍ୟାଳୟର ବିଦ୍ୟାର୍ଥିମାନେ ସ୍ୱାଗତସଙ୍ଗୀତ ଗାୟନ କରିଥିଲେ ।ସସ୍ଥାନର ଉପ ସଭାପତି ତଥା ଟ୍ରଷ୍ଟି ପ୍ରଭାତ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ପୂର୍ବ ରୁ ଆୟୋଜିତ ହୋଇଥିବା ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତାର ବିଜେତାଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ପ୍ରମାଣପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଓ ଶେଷରେ ବିଦ୍ଯାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟିନୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ମୁଖ୍ୟ ଅତିଥି ଙ୍କ କରକମଳରେ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିଶିର କୁମାର ସାମଲ, ପ୍ରଶାସକ ଏସ଼୍ କେ଼ ମିଶ୍ର ଓ ସ୍କାଉଟ ଶିକ୍ଷକ ଶ୍ରୀବତ୍ସ ସାମଲ,ନୀଳିମା ମହାପାତ୍ର,ସବିତା ମିଶ୍ର ଓ ମୋନାଲିସା ଗୈ।ଡ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତ ଲୀଳା ମହୋତ୍ସବ ନିମନ୍ତେ ବରିଷ୍ଠ କଳାକାର ସଂଘର ପ୍ରସ୍ତୁତି ବୈଠକ

masiha

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି’ ଉଦଯାପିତ

masiha

Leave a Comment

error: Content is protected !!