ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

ଢେଙ୍କାନାଳ ପୋଲିସ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର ଉଦ୍ ଘାଟିତ ହୋଇ କାର୍ଯ୍ୟକ୍ଷମ

ଢେଙ୍କାନାଳ : ତା ୧୫.୦୯.୨୦୨୫ ରିଖ:  ନିକଟରେ ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ପୋଲିସ ଲାଇନ୍ କ୍ଲଷ୍ଟର୍ ର ଐତିହ୍ୟ ସମ୍ପନ୍ନ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ”ପୋଲିସ୍ ଲାଇନ୍ ସରକାରୀ ଉପ୍ରା ବିଦ୍ୟାଳୟରେ “କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର” “ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ସି.ଏସ.ଆର ଅନ୍ତର୍ଭୁକ୍ତ ଷ୍ଟେମ୍ ଲର୍ଣ୍ଣିଙ୍ଗ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ” ଦ୍ୱାରା କରାଯାଇଥିବା “କ୍ଷୁଦ୍ର ବିଜ୍ଞାନ କେନ୍ଦ୍ର”କୁ ଆଜି ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ଯୋଗଦାନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର୍ ଉଦ୍ ଘାଟନ କରି ବିଦ୍ୟାଳୟକୁ ମାଲିକାନା ସତ୍ଵ ଓ ଦାୟିତ୍ୱ ହସ୍ତାନ୍ତରଣ କରିଛନ୍ତି।ଏହି ଷ୍ଟେମ୍ ଲର୍ଣ୍ଣିଙ୍ଗ ପକ୍ଷରୁ କରାଯାଇଥିବା ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ।ଏହାଦ୍ବାରା ଛାତ୍ର,ଛାତ୍ରୀ ମାନଙ୍କର ବିଜ୍ଞାନ କ୍ଷେତ୍ରରେ ବହୁ ଜ୍ଞାନ ଅର୍ଜନ ହୋଇପାରିବ, ବିଜ୍ଞାନ ପଢିବା ଓ ଜାଣିବାରେ ବହୁ ଆଗ୍ରହ ବଢିବ ବୋଲି ମତବ୍ୟକ୍ତ କରିଥିଲେ।ଏହି ପଦକ୍ଷେପ ନିମନ୍ତେ ଷ୍ଟେମ୍ ଲର୍ଣ୍ଣିଙ୍ଗ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀକୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ବିଜ୍ଞାନ ପ୍ରତି ଥିବା ଦୁର୍ବଳତାକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ।ଏହି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ରରେ ଆଲୋକର ପ୍ରତିଫଳନ ଓ ପ୍ରତିସରଣ,କ୍ରିୟା ଓ ପ୍ରତି କ୍ରିୟା,ଅସ୍ମିତ କୂଅ, ତାପର ଅବଶୋଷଣ,ଘର୍ଷଣ ଶକ୍ତି,ଗତି ଓ ବସ୍ତୁର ସଂରକ୍ଷଣ ନିୟମ,ଶକ୍ତି ସଂରକ୍ଷଣ ଏହିପରି ମୋଟ ୮୦ ଟି ବିଜ୍ଞାନ ମଡେଲ ରହିଛି।ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ,୬ ନମ୍ବର ୱାର୍ଡ କାଉନସିଲର୍ ସନ୍ଦୀପ ଷଡ଼ଙ୍ଗୀ,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମଞ୍ଜୁଲତା ବେହେରା,ଉପସଭାପତି ପତିତପାବନ ମହାନ୍ତି, ସିଆରସିସି ଝସକେତନ ପ୍ରଧାନ ଓ ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ ଥିଲେ।ଷ୍ଟେମ୍ ଲର୍ନିଙ୍ଗ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ତରଫରୁ ଅବିନାଶ ତରାଇ ଓ ରାକେଶ ଜେନା ମିନି ସାଇନ୍ସ ସେଣ୍ଟର୍ ର ପ୍ରତ୍ୟେକ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ଓ ତତ୍ ସମ୍ପର୍କିତ ନିହିତ ବିଜ୍ଞାନ ତଥ୍ୟ ଗୁଡ଼ିକୁ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସହଯୋଗରେ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥି ବୃନ୍ଦ,ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକ, ଅଭିଭାବକ,ଅଭିଭାବିକା ବୃନ୍ଦଙ୍କୁ ସୁଚାରୁ ରୂପେ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ତୁଲାଇ ଥିଲେ।ପରେ ପରେ ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଭାରତର ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ଆବାହକ,ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଅବସରପ୍ରାପ୍ତ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ମିନି ବିଜ୍ଞାନ କେନ୍ଦ୍ରକୁ ପରିଦର୍ଶନ କରି ଆମ ଦେଶ ଓ ରାଜ୍ୟ ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି ବା ନଲେଜ ଇକୋନୋମି ଦିଗରେ ଅଗ୍ରସର ହେବା ନିମନ୍ତେ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି।ଏହି ପ୍ରକିୟାକୁ ଜାରି ରଖିବା ନିମନ୍ତେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି,ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ତଥା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବା ପାଇଁ ଏହି କ୍ଷୁଦ୍ର ବିଜ୍ଞାନ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ ଵୋଲି ଦୃଢ଼ ମତବ୍ୟକ୍ତ କରିଛନ୍ତି।ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ ଭୂମିକା ରହିଛି।ବିଜ୍ଞାନ ବିନା ଆଜି କେହି ମଧ୍ଯ ଜୀବନଯାପନ କରିବା ସମ୍ଭବ ନୁହେଁ ଏଣୁ ଛାତ୍ରୀ,ଛାତ୍ର ଓ ଶିକ୍ଷୟିତ୍ରୀ,ଶିକ୍ଷକମାନେ ବିଜ୍ଞାନ ଶିକ୍ଷାଦାନରେ ଏହାକୁ ସୁବିନିଯୋଗ କରିବେ ବୋଲି ଦୃଢ଼ ଆଶାପୋଷଣ କରିଛନ୍ତି।ଢେଙ୍କାନାଳ ଜିଲ୍ଲାର ସମୁଦାୟ ୩୩ ଟି ବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ଓ ଏହାଦ୍ବାରା ପ୍ରାୟ ୧୫୦୦୦ ଛାତ୍ରୀ,ଛାତ୍ର ଓ ପ୍ରାୟ ୨୫୦ ଜଣ ଶିକ୍ଷୟିତ୍ରୀ,ଶିକ୍ଷକ ଏହାକୁ ବ୍ୟବହାର କରି ଉପକୃତ ହେବେ ବୋଲି ଆକଳନ କରାଯାଇଛି।ଢେଙ୍କାନାଳ ଜିଲ୍ଲାର ୩୩ ଗୋଟି ବିଦ୍ୟାଳୟରେ ସ୍ଥାପିତ ମିନି ସାଇନ୍ସ ସେଣ୍ଟର୍ ଗୁଡ଼ିକ କିପରି କାର୍ଯ୍ୟକାରୀ କରାଯାଇ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ଦ୍ଵାରା କିପରି ବ୍ୟବହୃତ ହୋଇ ବିଜ୍ଞାନ ଓ କାରିଗରୀ ବିଜ୍ଞାନ ଶିକ୍ଷାକୁ ସରଳ,ସୁନ୍ଦର ଓ ବୋଧଗମ୍ୟ କରାଯାଇ ଏହାକୁ କିପରି ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମ କରାଯାଇ ପାରିବ ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର, ମନୋଜବାଳା ମିଶ୍ର ଓ ସ୍ନେହପ୍ରଭା ସାହୁ ପ୍ରମୁଖ ଦାୟିତ୍ୱରେ ଥିବା ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ,ଛାତ୍ରୀ,ଛାତ୍ର ବୃନ୍ଦ,ଅଭିଭାବକ,ଅଭିଭାବିକା ଓ ବିଦ୍ୟାଳୟର ଶୁଭେଛୁବୃନ୍ଦ ଉଦ୍ ଘାଟନ ଉତ୍ସବରେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରିଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଖା ସାହୁ ଉପସ୍ଥିତ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନର ସୁତ୍ରଧର ସାଜିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

    ଡ଼ା.ଦେବୀ ପ୍ରସାଦ ମିଶ୍ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

masiha

Eminent Social Worker Er.Bimal Chandra Das Felicitated.

Sunil Chandra Nayak

ଡାବୁଗାଁ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!