ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ “ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ରୋପଣ 

ଡାବୁଗାଁ ରେ “ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ରୋପଣ 

ଡାବୁଗାଁ, ୧୭/୯ (ମ.ନି.ସ.)- ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଗତ ବର୍ଷ ଠୁ ଆରମ୍ଭ ହୋଇଥିବା ” ଏକ ପେଡ ମା କେ ନାମ” ଅଭିଯାନର ଦ୍ଵିତୀୟ ସଂସ୍କରଣରେ ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମସ୍ତ ଶିକ୍ଷାନୁଷ୍ଠାନ,ଗ୍ରାମ ପଞ୍ଚାୟତ, ବ୍ଲକ, ବିଭିନ୍ନ ସରକାରୀ କାର୍ଯ୍ୟ|ଳୟ ଗୁଡିକରେ ବୃକ୍ଷ ରୋପଣ କରାଯାଇଛି | ଏହି ଅବସରରେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଅତିରିକ୍ତ ତହସିଲଦାର ବିଜୟ କୁମାର ନାୟକ, ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଯୋଗ ଦେଇ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ | ଏଥିରେ ବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ସହ ରାଜସ୍ୱ ପରିଦର୍ଶକ ଗଣେଶ ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ବନରକ୍ଷୀ ଅନିତା ହିଆଲ ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ | ସେହିପରି ଡାବୁଗାଁ ଥାନା ପରିସରରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି | ଏଥିରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଗୋଟିଏ ଲେଖାଏଁ ଗଛ ଲଗାଇଥିଲେ | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର, ସବଇନିସ୍ପେକ୍ଟର ଚନ୍ଦନ ସାହୁ ଓ ବିକ୍ରମ କିଶୋର ସାହୁ, ଏଏସଆଇ ଗୋପାଳ କୃଷ୍ଣ ହାଲୱା ଓ ଶଶ୍ମିତା ଦାଶ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୪୨ ମୌଜା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

ପ୍ରତିଭା ପରିବାର ତରଫରୁ ସ୍ବର୍ଗତ ରବିବାରନାରାୟଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ ସଭା

masiha

କଳାହାଣ୍ଡି ଉତ୍ସବ ମଞ୍ଚ ପ୍ରସ୍ତୁତି ପାଇଁ ସ୍ଥାପନ ହେଲା ଶୁଭ ଖୁମ୍ବ  ଏ ବର୍ଷ ମଞ୍ଚ ରୂପେ ଝଲସିବ ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ 

masiha

Leave a Comment

error: Content is protected !!