ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃନ୍ଦାବାହାଲରେ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଗୋଲାମୁଣ୍ଡା/ମସିହା/୩/୪ /ଆଜି ହେଉଛି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟ,ଏହି ପର୍ବକୁ ସାରା ଓଡ଼ିଶାରେ ଅଖି ମୁଠି ଭାବେ ଚାଷୀ ମାନେ ପାଳନ କରିଥାନ୍ତି । ଏହି ଅକ୍ଷୟ ତୃତୀୟା ଦିନରେ ଚାଷୀ ଟି ନିଜେ ନିଜର କ୍ଷେତ କିଆରୀ କୁ ଯାଇ ଗୁଆ,ପଣା ଦେଇ ପୂଜା କରି ଅନୁକୂଳ କରି ଆସିଥାଏ ଏବଂ ଆଜିର ଦିନରେ କ୍ଷେତ କିଆରୀ ରେ ବିହନ ପକେଇ ଚାଷୀ ଟିଏ ତାର ଚାଷ କାର୍ଯ୍ୟ ଶୁଭାରମ୍ଭ କରିଥାଏ । ବିଶ୍ଵାସ ଅଛି ଏହି ଦିନରୁ ଆରମ୍ଭ କଲେ ଚାଷ ଭଲ ହୋଇଥାଏ । ଆଉ ସେହି ବିଶ୍ୱାସକୁ ନେଇ ଆଜିର ଦିନଟି କୁ ପାଳନ କରିଥାନ୍ତି । ତେବେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ଏହି ଅକ୍ଷୟ ତୃତୀୟା ପର୍ବକୁ ଆଦିମ କାଳରୁ ନିଆରା ରୂପେ ପାଳନ କରାଯାଉଅଛି । କୃଷି ଭିତ୍ତିକ ପୂଜାର୍ଚ୍ଚନା ସହ ଏହି ପର୍ବ ଅବସରରେ ଗ୍ରାମବାସୀ ନିଜର ପୂର୍ବ ପୁରୁଷଙ୍କୁ ଜଳାଶୟ ନିକଟରେ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ସକାଳୁ ସକାଳୁ ସ୍ନାନ କରି ଶ୍ୱେତ ବସ୍ତ୍ର ଧାରଣ କରିବା ସହ ଧୂପ,ଦୀପ,ଚନ୍ଦନ,ସିନ୍ଦୁର ଓ ବିଭିନ୍ନ ଫୁଲ ଫଳ ସହ ପରିବାରର ମୁଖ୍ୟ କିମ୍ବା ବୟୋଜ୍ୟେଷ୍ଠ ମାନେ ଗାଁର ପୋଖରୀ କୁ ଯାଇ ପୋଖରୀ କୂଲରେ ଗୋବରରେ ଲିପି ତା ଉପରେ ଚିତା କାଟି ପିତୃ ଲୋକଙ୍କ ପୂଜା କରିବା ସହ ପାଖରେ ଥିବା ବେରୁନ୍ ବୁଟା ଉପରେ କଳସୀ ପାଣି ସହ ବିଭିନ୍ନ ପ୍ରକାର ଫଳ ଅର୍ପଣ କରି ପିତୃପୁରୁଷ ଲୋକଙ୍କୁ ପୂଜା କରି ତାଙ୍କର ଆଶୀର୍ବାଦ କାମନା କରନ୍ତି । ଗ୍ରାମବାସୀଙ୍କ ପାଇଁ ଏହି ପର୍ବ କୃଷି ଭିତ୍ତିକ ହେବା ସହ ପୂର୍ବ ପୁରୁଷଙ୍କ ପୂଜାର୍ଚ୍ଚନାର ପର୍ବ ହୋଇଥାଏ । ପିଢ଼ି ପରେ ପିଢ଼ି କେଉଁ ଆଦିମ କାଳରୁ ଗ୍ରାମରେ ଏହି ପରମ୍ପରା ବଜାୟ ରହିଛି । ଗ୍ରାମର ଚଷା ଭାଇ ଏହି ଦିନ ନିଷ୍ଠାର ସହ ମାଟି ମାଁର ପୂଜା କରିବା ସହ ଅମୃତ ବେଳାରେ ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଶୁଭଦିନ ରୂପେ ଏହି ଦିନକୁ ଗଣନା କରି ଏହି ଦିନରେ ନୂତନ ଗୃହ ନିର୍ମାଣ, ନିର୍ବନ୍ଧ,ବିବାହ,ଉପନୟନ ଆଦି ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ .ଏହି ଅବସରେ ବୃନ୍ଦାବାହଲ ଗ୍ରାମର ସନ୍ତୋଷ କୁମାର ରାଉତ, ରବିନ୍ଦ୍ର କୁମାର ରାଉତ, ଦେବେନ୍ଦ୍ର କୁମାର ରାଉତ, ରାଜେନ୍ଦ୍ର କୁମାର ରାଉତ, ଜଗଦୀଶ ରାଉତ, ବିନାୟକ ରାଉତ ପ୍ରମୁଖ ଉପସ୍ଥିତ ରହି ଆଜିର ପୁଣ୍ୟତିଥୀକୁ ସୁଚାରୁ ରୂପେ ପାଳନ କରିଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ରାଉରକେଲା – ୧୯୮ ବୋତଲ ମଦ ଜବତ,ଜଣେ ଗିରଫ

Sunil Chandra Nayak

ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ କବିତା ଅନ୍ଧାର

Sunil Chandra Nayak

ଜୀବନରେ କେଉଁ କାମ କରିବା ଉଚିତ, ଆସନ୍ତୁ ଜାଣିବା ଗୁରୁଙ୍କ ଠାରୁ

Sunil Chandra Nayak

Leave a Comment

error: Content is protected !!