ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ 

ଜୁନାଗଡ଼,୧୮/୯(ମନୀସ )ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଳୁଥିବା ସେବା ପକ୍ଷ ଅନ୍ତର୍ଗତ ଜୁନାଗଡ଼ ଠାରେ ଆଜି ଭାରତୀୟ ଜନତା ପାର୍ଟି ଦ୍ବାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜୁନାଗଡ଼ ରେ ଜିଲ୍ଲା ଉପସଭାପତି ଶ୍ରୀ ମୁକେଶ ଅଗ୍ରୱାଲ ଙ୍କ ସଂଯୋଜନା ରେ ନଗର ସଭାପତି ଶ୍ରୀ ବିକ୍ରାନ୍ତ ପଟ୍ଟନାୟକ ଆୟୋଜନ କରିଥିଲେ l ସେଥିରେ ଜିଲ୍ଲା ସଭାପତି ଶ୍ରୀ ଯୁଗଳ ପୋଡ଼ ଙ୍କ ଉପସ୍ଥିତି ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର ଉଦଘାଟନ କରିଥିଲେ, ରକ୍ତଦାନ ଶିବିରରେ ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର, ଜିଲ୍ଲା ଉପସଭାପତି ଶ୍ରୀ ଅଜୟ ପାଣିଗ୍ରାହୀ,ଜିଲ୍ଲା ସମ୍ପାଦକ ଶ୍ରୀ ସତ୍ୟନାରାୟଣ ବେହେରା,ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଶ୍ରୀ ଦିବ୍ୟ ଦୀପ,ବରିଷ୍ଠ ନେତୃବୃନ୍ଦ, ସମସ୍ତ ମଣ୍ଡଳ ସଭାପତି ଗଣ, ମହିଳା ମୋର୍ଚ୍ଚା,ଦୁଇ ପରିଷଦ ଗଣ, ଦେବତୁଲ୍ୟ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ରହି ରକ୍ତଦାନ ଶିବିର ସମ୍ପାଦନା ହୋଇଥିଲା l ଏହି ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

masiha

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

Sunil Chandra Nayak

ପାନାବେଡା ଦଣ୍ଡସେନା କଲାର ସମାଜ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!