ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା (ମନିସ) – କଳାହାଣ୍ଡି ଜିଲ୍ଲା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଗତ ୩ ତାରିଖ ଦିନ ଭବାନୀପାଟଣା ସହର ସ୍ଥିତ ସ୍ଥାନୀୟ ଅମଲା ଭବନ ଠାରେ ଜିଲ୍ଲା ସାମ୍ବାଦିକ ଫୋରମ୍ ଦ୍ଵାରା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ନିଜ ସାମ୍ବାଦିକତା କ୍ଷେତ୍ରରେ ୫୦ବର୍ଷ ପୂର୍ତ୍ତି କରିଥିବାରୁ ତାଙ୍କୁ ମଧ୍ୟ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଅନ୍ୟତମ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଆସନ ଗ୍ରହଣ କରି ଥିବାବେଳେ ସମ୍ବାଦ ର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦାୟ ଏସ୍ ପି କଳାହାଣ୍ଡି ଜିଲ୍ଲା ଏକ ବିକଶିତ ଜିଲ୍ଲା ଭାବରେ ଆଗାମୀ ଦିନରେ ସୁନାମ ଅର୍ଜନ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଠାକାର ଜନସାଧାରଣ ଶାନ୍ତ ସରଳ ସ୍ଵଭାବର ହୋଇ ଥିବାବେଳେ ଓ ବିକାଶକୁ ଗୁରୁତ୍ବ ଦିଅନ୍ତି ବୋଲି କହିଥିଲେ। ସେହିପରି ସାମ୍ବାଦିକ ଶ୍ରୀ କର ବର୍ତ୍ତମାନ ସାମ୍ବାଦିକତା ଆଧୁନିକ ଜ୍ଞାନ କୌଶଳରେ ଅଧିକ ନିର୍ଭରଶୀଳ ଏଥିପାଇଁ ତାଳଦେଇ ଚାଲିବାକୁ ପଡିବ ବୋଲି ନିଜ ଅଭିଜ୍ଞତାକୁ ପ୍ରକାଶ କରିଥିଲେ। ସେହିପରି ସାମ୍ବାଦିକ ଶ୍ରୀ ପଣ୍ଡା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ତାଙ୍କର କାର୍ଯ୍ୟଶୈଳୀକୁ ନେଇ ପ୍ରଶଂସା କରିଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ୱ୍ଵେବ ମିଡ଼ିଆ ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଏହା ସହିତ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତିନିଧି ରୂପକେଶର ଦଳେଇ ଓ ଅନ୍ୟାନ୍ୟ ଅତିଥି ଯୋଗଦେଇଥିଲେ। ଗାଳ୍ପିକା ତଥା କବୟିତ୍ରୀ ଶ୍ରୀମତୀ ଦେବହୂତୀ କର ମଧ୍ୟ ଏହି ସମ୍ବର୍ଦ୍ଧନା ସଭାରେ ନିଜ ମତବ୍ୟକ୍ତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ମହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ ଶେଷରେ ସାମ୍ବାଦିକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ ।

Related posts

କୋକସରା ବ୍ଲକ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

Sunil Chandra Nayak

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

Leave a Comment

error: Content is protected !!