ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

ମୟୂରଭଂଜ – ୧୯/୦୯ —  ଆଜି କୁସୁମୀ ବ୍ଲକର ମୁଖ୍ୟାଳୟ ବାଦାମପାହାଡ଼ର ଧାଙ୍ଗିଡିମୁତାଠାରେ ହୋ ଭାଷାର ଲିପି ୱାରାଂଚିତି ଲିପିର ପ୍ରବର୍ତ୍ତକ ଗୁରୁ ଲାକୋ ବଦ୍ରାଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି l ପ୍ରଥମେ ଗ୍ରାମର ଦେହୁରୀ ସାଗର ସିଙ୍କୁଙ୍କ ଦ୍ବାରା ଗୁରୁ ଲାକୋ ବଦ୍ରାଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରା ଯାଇଥିଲା l ଏହାପରେ ଲାକୋ ବଦ୍ରାଙ୍କ ହୋ ଭାଷା ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ସମ୍ୟକ ଆଲୋଚନା କରାଯାଇଥିଲା l ସୂଚନାଯୋଗ୍ୟ ଯେ ସେପ୍ଟେମ୍ୱର ୧୯, ୧୯୧୯ ମସିହାରେ ଲାକୋଙ୍କ ଜନ୍ମ ହୋଇଥିବା ବେଳେ ଜୁନ ୨୯, ୧୯୮୬ ମସିହାରେ ତାଙ୍କରି ପରଲୋକ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ, ଜଗନ୍ନାଥ ତାଇସମ୍, ପ୍ରଦୀପ ସିଙ୍କୁ, ସାଗୁ ପିଙ୍ଗୁଆ, ସାଧୁ ଗୋଡସୋରା, ମଧୁ ଅମଙ୍ଗ, ବାଟା ଗୋଡସରା, ଲୋଦର୍ ସିଙ୍କୁ, ମୋଟା ହେମ୍ବ୍ରମ, ଟୁରା ହେମ୍ବ୍ରମ, ତୁରାମ ଦେଓଗାମ୍ ପ୍ରମୁଖ ଉପସ୍ଥିତ ଥିଲେ l ଲାକୋ ବଦ୍ରାଙ୍କ ଜୟନ୍ତୀ ଅବସରରେ ସନ୍ଧ୍ୟା ବେଳେ ପାରମ୍ପରିକ ଆଦିବାସୀ ନୃତ୍ୟ ଗୀତ ପ୍ରତିଯୋଗିତା ର ଅୟୋଜନ କରାଯାଇଥିଲା l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସମାଜସେବୀ ଙ୍କ ମାତୃ ବିୟୋଗ

Sunil Chandra Nayak

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

Sunil Chandra Nayak

ଖଇରା ପଞ୍ଚାୟତ ସମିତି ତରଫରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳିତ ଏବଂ ଅହିଂସା ରଥକୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!