ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠୁ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜିଠୁ ରାଜ୍ୟରେ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା । ପାଞ୍ଚଦିନ ଧରି ଚାଲିବ ଏହି ମେଳା |ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ ଚାମ୍ବର ଅଫ କମର୍ସ(ICC) ମହିଳା ଉଦ୍ୟୋଗ ପରିଷଦ(IWEC) ଓଡ଼ିଶା ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହୋଇ ଏହି ମେଳା ମେ ୮ ତାରିଖ ଯାଏଁ ଚାଲିବ ।ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଏବଂ ଏହି କ୍ଷେତ୍ରକୁ ଆସିବାକୁ ଚାହୁଁଥିବା ମହିଳାଙ୍କୁ ଦିଗଦର୍ଶନ ଦେବାକୁ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସାରା ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ୱତନ୍ତ୍ର ମେଳା ଆୟୋଜନ କରାଯାଉଛି । ଏଠାରେ ୧୦୦ରୁ ଅଧିକ ମହିଳା ସେମାନଙ୍କ ଷ୍ଟଲ୍‌ ସ୍ଥାପନ କରିବେ ।ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ବଲିଉଡ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ, ମୋଟିଭେସନାଲ ସ୍ପିକର ଗୌରାଙ୍ଗ ଦାସ ପ୍ରଭୁଙ୍କ ସମେତ ୪୦ରୁ ଅଧିକ ଅତିଥି ଓ ସେଲିବ୍ରେଟି କାର୍ଯ୍ୟକ୍ରମରେ ଯୋଗ ଦେବେ ।ସେହିପରି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଏହି ମେଲାରେ ଉଦଯାପନି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଯୋଗ ଦେବେ ବୋଲି ଜଣାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

ଫୁଫଗାଁ ଠାରେ ଦ୍ଵି ଦିବସିୟ ଦିବାରାତ୍ର ମା ଦଣ୍ଡପାଟଆଣି ଭଳିବଲ ଟୁର୍ନାମେଣ୍ଟ ଉଦଯାପିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରୀଗଣେଶ

Sunil Chandra Nayak

Leave a Comment

error: Content is protected !!