ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦଙ୍କ ଏକବିଂଶତମ ଦେହାଂଶ ପ୍ରତିଷ୍ଠା ଦିବସ ପାଳିତ 

ଶ୍ରୀଅରବିନ୍ଦଙ୍କ ଏକବିଂଶତମ ଦେହାଂଶ ପ୍ରତିଷ୍ଠା ଦିବସ ପାଳିତ 

ନବରଙ୍ଗପୁର :(ତା୧୮.୯.୨୫)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଦଶରାପଦାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଏକବିଂଶତମ ଦେହାଂଶ ପ୍ରତିଷ୍ଠା ଦିବସ ପାଳନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l”ଯୁକ୍ତ ହେବା… ମୁକ୍ତ ହେବା ” ବିଷୟ ଉପରେ ଶ୍ରୀ ନବୀନ ଚନ୍ଦ୍ର ଦିଶାରୀ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରି ସଦା ସର୍ବଦା ଭଗବାନଙ୍କ ସହ ଏକାତ୍ମ ହୋଇ କର୍ମ କରିବା ଦ୍ୱାରା ଜଣେ ସୁରକ୍ଷିତ ରହି ପାରିବ ବୋଲି ପ୍ରକାଶ କରିଥିଲେ lକଟକ ଡାଲିଯୋଡାର ବିଶିଷ୍ଟ ସାଧକ ତଥା ପ୍ରବକ୍ତା ଶ୍ରୀ ପ୍ରଭାତ କୁମାର ନାୟକ ” ଆମେ ତାଙ୍କରି ଯୋଗ୍ୟ ହୋଇ ଉଠିବା ” ବିଷୟ ରେ ଆଲୋଚନା କରି ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାଙ୍କରି ବାଣୀ ଏବଂ ଦିଗଦର୍ଶନ ଅନୁଯାୟୀ ଜୀବନ ବଞ୍ଚିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ lଜିଲ୍ଲା ଆବାହିକା ପ୍ରଲ୍ଲୀଭା ଭୂୟାଁଙ୍କ ସଂଯୋଜନାରେ ସୁରେଶ ଚନ୍ଦ୍ର ମିଶ୍ର ସ୍ୱାଗତ ଓ ଉପକ୍ରମ ପ୍ରଦାନ କରିଥିବା ବେଳେ ପ୍ରତାପ କୁମାର ଦେୱାନ ଉପସଂହାର ଏବଂ ସବିତା ପଟ୍ଟନାୟକ କୃତଜ୍ଞତା ଅର୍ପଣ କରିଥିଲେ lସୁଜାତା ମିଶ୍ର ଓ ସବିତା ପଟ୍ଟନାୟକ ବନ୍ଦନା ଗାନ କରିଥିଲେ l ଅପରାହ୍ନରେ ପବିତ୍ର ଦେହାଂଶ ପୀଠ ପାର୍ଶ୍ଵ ରେ ବିଶେଷ ସମବେତ ଧ୍ୟାନ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ନାରାୟଣ ପଣ୍ଡା, ସନ୍ତୋଷ କୁମାର ଗାହାଣ, ଦେବେନ୍ଦ୍ର ପ୍ରସାଦ ନାୟକ, ରମାକାନ୍ତ ଜେନା, ଅଭିମନ୍ୟୁ ଦାଶ, ଶ୍ୟାମ ସୁନ୍ଦର ନିଙ୍ଗୀ, ସ୍ବର୍ଣ୍ଣଲତା ମହାକୁଡ଼,ୱାଇ. ପ୍ରଭାକର ପାତ୍ର,ରଞ୍ଜନ ମହାପାତ୍ର, ସନ୍ତୋଷ ପଟ୍ଟନାୟକ, ଜ୍ୟୋତିନ୍ଦ୍ର ସ୍ୱାଇଁ, ଗୋକୁଳ ଚନ୍ଦ୍ର ଖାଡ଼ଙ୍ଗାଙ୍କ ସମେତ ବି. ମାଳିଗୁଡା, ନନ୍ଦାହାଣ୍ଡି, କୋଡିଙ୍ଗା, ଦିଗି ସଲପା,ଉମରକୋଟ, ନବରଙ୍ଗପୁର ତଥା ଆଖ ପାଖ ଅଞ୍ଚଳରୁ ସ୍କୁଲ ଅଭିଭାବକ ମାନେ ଯୋଗଦାନ କରିଥିଲେ l ଶ୍ରୀଅରବିନ୍ଦ ପାଠଚକ୍ର, ନବରଙ୍ଗପୁରର ସମସ୍ତ ସଭ୍ୟ ସଭ୍ୟା ତଥା ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷା ଏବଂ ସହକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରି ସରସ ସୁନ୍ଦର କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ଅନଶନ ରେ ବସିଥିବା ଆନ୍ଦୋଳନ କାରୀ

Sunil Chandra Nayak

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

Leave a Comment

error: Content is protected !!