ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ପରଲୋକ

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗଙ୍କ ମାଆ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ୭୭ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଗତ ଶୁକ୍ରବାର ଦିନ ରାୟପୁର ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ସ୍ଵର୍ଗତ ଶିକ୍ଷୟତ୍ରୀ ଧର୍ମଗଡ ସହରର କେନ୍ଦ୍ର ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ଜଣେ ଛାତ୍ର ବତ୍ସଳ ଶିକ୍ଷୟତ୍ରୀ ଭାବରେ ସେ ବେଶ ପରିଚିତ ଥିଲେ। ୯୦ ଦଶକରେ ଜିଲ୍ଲାରେ ଚାଲିଥିବା ସାକ୍ଷରତା ଅଭିଯାନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ବିୟୋଗରେ ଧର୍ମଗଡ ସହର ରେ ଶୋକର ଛାୟା ଖେଳି ଯାଇଛି। ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ, ଅବସରପ୍ରାପ୍ତ ଶିକ୍ଷକ ଗୌରୀ ଶଙ୍କର ସାହୁ ସମେତ ତାଙ୍କର ବହୁ ସମ ସାମୟିକ ବନ୍ଧୁ ଶୋକ ପ୍ରକାଶ କରିଛନ୍ତି।

ଆସନ୍ତା କାଲି ଧର୍ମଗଡ ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ତାଙ୍କର ବଡ ପୁଅ ଲକ୍ଷ୍ମୀ କାନ୍ତ ବାଗ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

ସାଗର ସାହିତ୍ୟ ସଂସଦ ପକ୍ଷରୁ ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚିତ

Sunil Chandra Nayak

ଅବ୍ୟବସ୍ଥାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!