ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ 

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ 

 ଢେଙ୍କାନାଳ: ତା.୨୧.୦୯.୨୦୨୫ ରିଖ: ( )ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ -୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠ ହିନ୍ଦୀଶିକ୍ଷକ ଅଚ୍ୟୁତାନନ୍ଦ ସାହୁଙ୍କ ସଭାପତିତ୍ବରେ ଓ ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ଦ୍ଵାରା ପ୍ରେରିତ ସ୍ଵୀୟ ବାର୍ତ୍ତାରେ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷାର ଆବଶ୍ୟକତା ଓ ଅଧ୍ୟୟନର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ଏହି ଭାଷାକୁ ଶିଖିବା ଦରକାର ବୋଲି ଲେଖିଥିଲେ ଯାହାକୁ ସଭାରେ ପାଠ କରାଯାଇଥିଲା। ଅନ୍ୟତମ ଅବସରପ୍ରାପ୍ତ ସିବିଆଇ ଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟଅତିଥି ଭାବରେ ସ୍ଵୀୟ ହିନ୍ଦୀ ଭାଷାରେ ନିଜର ଅଭିଭାଷଣରେ ହିନ୍ଦୀ ଶିକ୍ଷା ପ୍ରତି ଅଧିକ ଆଗ୍ରହର ଅଭିବୃଦ୍ଧି ପାଇଁ ଦୃଢ଼ ଆହ୍ଵାନ ଜଣାଇଥିଲେ।ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ କମଳିନୀ ପାଣିଗ୍ରାହୀ ରାଷ୍ଟ୍ରଭାଷା ହିନ୍ଦୀ ପ୍ରାଥମିକ ସ୍ତରରୁ ଶିକ୍ଷା ଦିଆଯିବା ଉଚିତ୍ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଡ.ସତ୍ୟ ନାରାୟଣ ପଣ୍ଡା ଅଧ୍ୟକ୍ଷ,ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନ,କଟକ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତରେ ଏହାର ପରିବ୍ୟାପ୍ତତା ହିଁ ହିନ୍ଦୀ ଭାଷାକୁ ଲୋକପ୍ରିୟ କରି ଏହାକୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଢେଙ୍କାନାଳର ଅଧକ୍ଷ ଲକ୍ଷଣ କୁମାର ସାହୁ ଯୋଗଦାନ କରି ଯୋଗଦାନ କରି ଢେଙ୍କାନାଳ ମାଟିର ସମର କବି ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି କରି ସ୍ୱ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ।ଉଚ୍ଚ ବିଦ୍ୟାଳୟ ସ୍ତରରେ ହିନ୍ଦୀ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କର ଉପଯୁକ୍ତ ନିର୍ଦ୍ଧାରିତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନ ଶିକ୍ଷକ ପଦବୀ ପାଇଁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବାରେ ସରକାର ଅହେତୁକ ବିଳମ୍ବ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଉଦ୍ ବେଗ ପ୍ରକାଶ କରିଥିଲେ।ରାଜ୍ଯ ଓ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷୟିତ୍ରୀ ମିନତୀ କୁମାରୀ ମିଶ୍ର ଓ ବରିଷ୍ଠ ହିନ୍ଦୀ ଶିକ୍ଷକ ଭୁବନେଶ୍ୱର ରାଉତଙ୍କୁ,ମଞ୍ଚା ସୀନ ଅତିଥିବୃନ୍ଦଙ୍କୁ ଓ ଆମ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ୧୯ ଜଣ ହିନ୍ଦୀ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରଯାଇଥିଲା।୨୦୨୫ ହାଇସ୍କୁଲ୍ ସାର୍ଟିଫିକେଟ୍ ହିନ୍ଦୀ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଜିଲ୍ଲାର ୧୭୩ ଜଣ ଛାତ୍ରୀ,ଛାତ୍ରଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ କରିଥିଲେ।ସେହିପରି ଚଳିତ ବର୍ଷ ସେବାନିବୃତ ହୋଇଥିବା ହିନ୍ଦୀ ଶିକ୍ଷକ ଶିବ ପ୍ରସାଦ ଦାଶ,ନିରଞ୍ଜନ ସାହୁ,ମିନତୀ କୁମାରୀ ମିଶ୍ର,ସୁରେଶ ଚନ୍ଦ୍ର ସାହୁ,ବ୍ରହ୍ମାନନ୍ଦ ପ୍ରଧାନ,ଗଣେଶ ପ୍ରସାଦ ରଣା,ଶଶିଭୂଷଣ ନାଥ,ବିଜୟ କୁମାର ରାଉତ ଓ ହେମନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଚ୍ଛ,ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ସଭା ପ୍ରାରମ୍ଭରେ ଅତିଥିବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ,ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ ଓ ହିନ୍ଦୀ ଶିକ୍ଷକ ଦିଲ୍କୀପ କୁମାର ରାଜ ମଙ୍ଗଳାଚରଣ ଗାନ କରିଥିଲେ।ହିନ୍ଦୀ ଶିକ୍ଷୟିତ୍ରୀମାନେ ସମବେତ ହିନ୍ଦୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ଭୁବନେଶ୍ୱର ରାଉତ,ଉତ୍ତମ କୁମାର ସାମନ୍ତ,ସୁରଜିତା ମିଶ୍ର,ରଶ୍ମିତା ରଥ,ଅନସୂୟା ଜେନା,ନବ କିଶୋର ବେହେରା, ମିନତୀ ମିଶ୍ର,ରେଣୁବାଳା ବେହେରା,ମୋନାଲିସା ପ୍ରଧାନ, ରତ୍ନଗର୍ଭା ବିଶ୍ୱାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସଭା ପରେ ପରେ ଅନ୍ତରା ଘୋଷ ଚୌଧୁରୀଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶନାରେ ହିନ୍ଦୀ ଭାଷାରେ ଦେଶାତ୍ମବୋଧକ କବିତା ପାଠ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସୁନ୍ଦର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ,ସଂଘର ବାର୍ଷିକ ବିବରଣୀ ପାଠ ଓ ସଫଳ ସଭା ସଂଯୋଜନା କରିଥିଲେ।ପରିଶେଷରେ ଡା. ଦେବୀ ପ୍ରସାଦ ମିଶ୍ର କୋଷାଧ୍ୟକ୍ଷ,ନିଖିଳ ଓଡିଶା ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା,ବରିଷ୍ଠ ଉପଦେଷ୍ଟା ଭାବରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ, ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ହିନ୍ଦୀପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

୧୫ତମ ପବିତ୍ର ପଣା ସଂକ୍ରାନ୍ତି ଉତ୍ସବ ୨୦୨୬ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାରସ୍ବତ ସମାରୋହ-୨୦୨୫

masiha

ପୋଲିସ ନିଯୁକ୍ତିରେ ଏସ୍ ସି, ଏସଟି ଏବଂ ଓବିସିଙ୍କୁ ପାତରଅନ୍ତର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!