ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ବୈଠକ .. ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା 

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ବୈଠକ ..

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା 

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ତରଫରୁ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ଦିନ ଦିବା ୯ ଘଟିକା ସମୟରେ ବାର ହାତ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡିଛି। କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ରେ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ଦ୍ବିତୀୟ ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ମାଦୁର୍ଗାଙ୍କ ପୂଜା ଅବସରରେ ଖଡ୍ଖ ଭବନ ଠାରେ ଖଡ୍ଗ ପୂଜା କରାଯିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ୨୭ ତାରିଖରେ ପୂଜା ଆରମ୍ଭ କରାଯାଇ ଅକ୍ଟୋବର ମାସ ୩ ତାରିଖ ଦିନ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖରେ ବିଜୟା ଦଶମୀ ଓ ସୁଦଶା ବ୍ରତ ଏକାସାଙ୍ଗରେ ପଡୁଥିବାରୁ ଚଳିତ ବର୍ଷ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ୩ ତାରିଖ ଦିନ ଏହି ଚର୍ଚ୍ଚିତ ଶୋଭାଯାତ୍ରା କରାଯିବ। ଚଳିତ ବର୍ଷ ସଭାପତି ଦିଲ୍ଲିପ ରାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ସେହିପରି ଚଳିତବର୍ଷ ମହାସଭା ପ୍ରତି ସମର୍ପିତ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ଖଣ୍ଡାୟତ କ୍ଷତ୍ରିୟ ଙ୍କ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ସ୍ଥିର କରାଯାଇଛି। ଏହି ଆଲୋଚନାଚକ୍ର ରେ ଇତିହାସ ବିଭାଗର ପ୍ରାଧ୍ୟାପକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଓ ରାଉରକେଲା କଲେଜର ଓଡ଼ିଆ ବିଭାଗରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଖଣ୍ଡାୟତ କ୍ଷତ୍ରିୟ ଙ୍କ ଇତିବୃତି ଓ ନାରୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିବେ। ଏହାସହ ଆନୁସାଙ୍ଗିକ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ କିଛି ନୂତନ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।ଏହାସହ ଉପସ୍ଥିତ ସଦସ୍ୟ ଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ତେବେ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନାରାୟଣ ଚନ୍ଦ୍ର ସାମଲ, ରବିନାରାୟଣ ପରିଡ଼ା,ଚାନ୍ଦମଣି ବେହୁରା, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ଭୂଜବଳ, ଗଙ୍ଗାଧର ନାୟକ,ଉଗ୍ରସେନ ବିଶ୍ବାଳ, ସୁରେନ୍ଦ୍ର ରାଉତ, ବାବାଜୀ ସ୍ବାଇଁ, ନାରାୟଣ ମହାଳିକ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ରଞ୍ଜନ କୁମାର ବିଶ୍ବାଳ, ବିପିନ ବିହାରୀ ସାମନ୍ତସିଂହାର, ନୀଳମଣି ଜେନା, ରାଜକିଶୋର ସାମଲ,ଅବନୀ କୁମାର ବଳ, ସନ୍ତୋଷ ପ୍ରଧାନ, ବିଷ୍ଣୁପ୍ରିୟା ସ୍ବାଇଁ, ପ୍ରତିଭା ପ୍ରିୟଦର୍ଶିନୀ, ଅର୍ଜୁନ ଭୂୟାଁ, ବନମାଳୀ ପାତ୍ର,ଚନ୍ଦନ ସାମଲ, କିଶୋର ନାୟକ,ରୀତାବାଳା ସାମଲ, ସସ୍ମିତା ପ୍ରଧାନ, ନାରାୟଣ ମହାଳିକ,ହରିହର ଥାଟୋଇ,ପ୍ରଭାତ ପ୍ରଧାନ, ସୁବ୍ରତ ମଲ୍ଲିକ, ମନୋଜ ନାୟକ,ବିମଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରରେ ଥିବା ସମସ୍ତ ଖଣ୍ଡାୟତ, କ୍ଷତ୍ରିୟ,ଚଷା,ବାଣାୟତ, ଆଳୀୟ ଖଣ୍ଡାୟତ ଜାତିଭାଇ ମାନେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

ଗାଁ କୃଷକ ସଙ୍ଗଠନ ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା

masiha

ଧର୍ମଗଡରେ ରଥଯାତ୍ରା ପ୍ରସ୍ତୁତି ବୈଠକ ନୂତନ ରଥ ନିର୍ମାଣ ଓ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ

masiha

Leave a Comment

error: Content is protected !!