ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା

ରାଉରକେଲା/ ସ୍ବଚ୍ଛତା ଓ ପରିବେଶ କୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଇସ୍ପାତ ସରୋବର ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ଆବାହକତ୍ବ ଓ ବରିଷ୍ଠ ସଦସ୍ୟ ବିଭୂତି ଭୂଷଣ ବିଶ୍ବାଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉପସଭାପତି ସନ୍ତୋଷ ମହାପାତ୍ର, ସହ-ସମ୍ପାଦକ ଅକ୍ଷୟ ଜେନା ଏବଂ ସଂଗଠନ ପରିଚାଳନା ସମ୍ପାଦକ ହିମାଂଶୁ ମହାପାତ୍ର ପ୍ରମୁଖ ମଂଚାସୀନ ରହି ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ସୁବାସ ସିଂହ ଙ୍କ ବିୟୋଗରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସମାଜ ପ୍ରତି ପ୍ରତିବଦ୍ଧତା, ଗୁରୁଦାୟିତ୍ୱ ସୁନ୍ଦର ଭାବରେ ସଂଚାଳନ କରି ପାରିବାର ନିଷ୍ଠାରେ ଅଭିଭୂତ ହୋଇ ଅନୁଷ୍ଠାନ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କ୍ଷୀରୋଦ କୁମାର ବେହେରା ଓ ଓଡିଶା ବନବିଭାଗର ଉଦ୍ୟାନବିତ ନେଲସନ ବାବୁଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁଇ ଜଣଙ୍କୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ନାଗରିକ ସର୍ବଶ୍ରୀ ପି ସି ମିଶ୍ର ଓ କେ ବି ମିଶ୍ର ସମ୍ମାନିତ କରିଥିଲେ । ପରେ ବର୍ଷର ନିୟମିତ କାର୍ଯ୍ୟକ୍ରମରେ ଯୋଗଦେଇ ଯେଉଁ ମାନେ କ୍ଲିନ୍ ଆଣ୍ଡ ଗ୍ରୀନ୍ କୁ ମହାନଗର ରାଉରକେଲାରେ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ପାରିଛନ୍ତି ,ସେମାନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା । ସଦସ୍ୟ ମାନେ ହେଲେ ସର୍ବଶ୍ରୀ ଦିନେଷ ସିଂହ, ପ୍ରଦୀପ ପାତ୍ର, ଚନ୍ଦ୍ରକାନ୍ତ, ସୁକୁ କିଣ୍ଡୋ,ବିଶିକେଶନ, ରମେଶ ସାହୁ,ପ୍ରଫୁଲ୍ଲ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ ଧଳ,ସାବିତ୍ରୀ ସାହୁ,ଗୀତା ନାୟକ, ମିନତୀ ବେହେରା, ପ୍ରଦୀପ ପଟ୍ଟନାୟକ ଓ ହିମାଂଶୁ ମହାପାତ୍ର । ସୃଜନ ଓ ଦାୟିତ୍ୱ ପୂର୍ଣ୍ଣ ସମ୍ବାଦ ପରିବେଷଣ ପାଇଁ ସମାଚାର ବଂଧୁ ଭାବେ କୁଞ୍ଜବିହାରୀ ରାଉତ ଓ ଅନନ୍ତ ପଟ୍ଟନାୟକ ଙ୍କୁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ସହ-ସମ୍ପାଦକ ଅକ୍ଷୟ ଜେନା ବାର୍ଷିକ ଉତ୍ସବ ସଫଳ ଆୟୋଜନ ପାଇଁ ସର୍ବଶ୍ରୀ ଅଶୋକ ପଟେଲ, ମନୋଜ ନାୟକ ଏବଂ ପ୍ରଦୀପ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଥିଲେ ,ତା ସହିତ ପ୍ରତିକୂଳ ପାଗ ସତ୍ତ୍ୱେ ସଦସ୍ୟ ମାନଙ୍କ ଉତ୍ସାହଜନକ ଉପସ୍ଥିତି ପାଇଁ ପ୍ରଶଂସା କରିଥିଲେ । ଶେଷରେ ସମବେତ ଜାତୀୟ ସଙ୍ଗୀତ ଗାନ ସାଗର ପାଣି ଏବଂ ସ୍ମିତା ମିଶ୍ର ଙ୍କ ତତ୍ତ୍ୱବଧାନରେ ସମ୍ପନ୍ନ ହୋଇ ଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍କ୍ୱାଶ ପାଣି ବଣ୍ଟନ

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ

Sunil Chandra Nayak

ଜୁନାଗଡ ରେଲୱେ ଷ୍ଟେସନରେ ମକା ପରିବହନରେ ବ୍ୟାପକ ହେରାଫେରି,  ରେଲୱେ ଫୋର୍ସ ଙ୍କ ଧମକ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!