ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ 

ରାଉରକେଲା/ ଆମେରିକା: ଓଡ଼ିଶାର ଭାଇଚାରାର ପର୍ବ ନୂଆଁଖାଇ ସୁଦୂର ଆମେରିକାର ହଷ୍ଟନ ସହରରେ ପାଳିତ ହୋଇଯାଇଛି। ଏହି ସହରରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ବିଶେଷ କରି ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷ ମାନେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଠାରେ ଥିବା ଓଡ଼ିଶା କଲଚରାଲ ସେଣ୍ଟର୍ ( ଓସିସି) ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓସିସି ର ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର ଓ ସମ୍ପାଦକ ପ୍ରଦୀପ ପଟେଲଙ୍କ ଆବାହକତ୍ବ, ପ୍ରାକ୍ତନ ଅଧ୍ୟକ୍ଷ ତଥା ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଗଣପର୍ବରେ ରାଉରକେଲା ସଚେତନ ନାଗରିକ ମଞ୍ଚର ସଭାପତି ତଥା ନିଟ୍ରା ରାଉରକେଲା ଚାପ୍ଟର ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଡ଼ା ରଞ୍ଜନ ଯୋଶୀ ଓ ଅରୁଣିମା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ, ଆବୃତ୍ତି ଓ ନୂଆଁଖାଇ ଉପରେ ଅଭିନୟ, ପ୍ରଭାତ ବେହେରାଙ୍କ ଦ୍ବାରା ପ୍ରସ୍ତୁତ ମା ସମଲେଇ ଙ୍କ ଉପରେ ଆଧାରିତ ପାଲା ଓ ଆଧ୍ୟାତ୍ମିକ ଅନୁଭୂତି ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସ୍ବତନ୍ତ୍ର ଅତିଥି ଇଂ ବିଶି ରଙ୍ଗବତୀ ଗୀତରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫେସର ଦେବାନନ୍ଦ ପତି, ସ୍ଵରୁପ ପଣ୍ଡା, ସୁନୀଲ ପରିଜା, ମହେନ୍ଦ୍ର,ତାପସ ପଣ୍ଡା,ନୋଲମ ମେହେର, ଜୟନ୍ତ ମହାକୁଡ, ସରୋଜ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପାରମ୍ପରିକ ପଶ୍ଚିମ ଓଡ଼ିଶାର ଖାଦ୍ୟପେୟରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ଗୁଣପୁରର ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢାଉ: ୬ ମହଲା କୋଠା ସିଲ,ଆଲଟ୍ରା ସାଉଣ୍ଡ ଗାଏବ

Sunil Chandra Nayak

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

masiha

Leave a Comment

error: Content is protected !!