ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

ମୟୂରଭଂଜ – ୨୩/୦୯ — ଆସନ୍ତା ନଭେମ୍ବର ରେ ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇ ଯାଇଛି l ମହୋତ୍ସବ ର ପ୍ରତିଷ୍ଠାତା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ୱାନ କ୍ରମେ ମୟୂରୀ ସହ ଜଡିତ ଥିବା ଶୁଭେଛୁ, କର୍ମକର୍ତ୍ତା ଓ ଉପଦେଷ୍ଟା ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇ ନିଜ ନିଜର ଖୋଲା ମତ ବ୍ୟକ୍ତ କରିଥିଲେ l ନିଷ୍ପତ୍ତି ଅନୁଯାୟୀ ଏହି ମହୋତ୍ସବ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଆହୁରି ସରସ ସୁନ୍ଦର ଆକର୍ଷଣୀୟ କରି ଗଢି ତୋଳିବାକୁ ଯୋଜନା ହୋଇଥିବା ବେଳେ ଚଳିତ ବର୍ଷ 12 ରୁ 15 ଯାଏଁ ଚାରିଦିନ ଧରି ସ୍ଥାନୀୟ ଶିଶୁ ଉଦ୍ୟାନ, ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଏବଂ ମ୍ୟୁନିସି ପାଲଟି କଲ୍ୟାଣ ମଣ୍ଡପ ରେ ଆୟୋଜିତ ହେବ l ଚଳିତ ବର୍ଷ ଏହି ମହୋତ୍ସବରେ ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ଜ୍ଞାନ, ବିଜ୍ଞାନ, ଆଧ୍ୟାତ୍ମ ସଂସ୍କୃତି, ଐତିହ୍ୟ ଚର୍ଚ୍ଚା ଠୁ ଆରମ୍ଭ କରି ଚିତ୍ରକଳା, ନୃତ୍ୟ, ଗୀତ, ଅଭିନୟ, ନାଟକ ମନୋରଞ୍ଜନ ସହିତ ଅନ୍ତର୍ନିହିତ ପ୍ରତିଭା ଅନ୍ବେଷଣର ଭରପୁର ସୁଯୋଗ ସୃଷ୍ଟି କରାଯିବ l ପୂର୍ବବର୍ଷ ପରି ବାଲୁକା ଶିଳ୍ପୀଙ୍କ ବାଲୁକା କଳା, ପିଲାଙ୍କ ଶେଲଫି ଷ୍ଟାଣ୍ଡ ଆଦି ରହିବ l ଏଥି ସହ ଆହୁରି ଅନେକ କିଛି କରିବାର ଯୋଜନା କରା ଯାଇଛି l

 ତେଵେ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ପ୍ରଥମ ଦିନ ସକାଳେ ପଥ ଉତ୍ସବ ଆୟୋଜିତ ହେବ l ଶିଶୁ ଉଦ୍ୟାନ ଫାଟକ ସମ୍ମୁଖରେରୁ ଆରମ୍ଭ କରି ସଂସ୍କୃତି ଭବନ ସମ୍ମୁଖ ଯାଏ ରାସ୍ତାରେ ଏହି ପଥ ଉତ୍ସବ ପ୍ରଦର୍ଶନୀ ସହ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହା ଛଡା ଚାରିଦିନ ଧରି ପିଲା ଓ ଅଭିଭାବକ ଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ଅକ୍ଟୋବର 5 ତାରିଖ ରହିବାର ବୈଠକରେ ଏ ସମ୍ପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି l ବୈଠକ ରେ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ , ଇଂ ସୁନୀଲ ପ୍ରଧାନ, ଡ଼ ପୁଷ୍ପା ପାତ୍ର, ଆଡ଼ ଭୋକେଟ କ୍ଷେତ୍ର ମୋହନ ପଣ୍ଡା, ପ୍ରୀତିସୁଧା ତ୍ରିପାଠୀ, ସୁଧାମୟୀ ଦାସ, ପ୍ରଦୀପ ଦାସ, ବୈଜୟନ୍ତୀ ମାଲା ପାଲ, ଲକ୍ଷ୍ମୀଧର ଜେନା, ଡ଼ ଅଳକା ମଞ୍ଜରୀ ଭୂୟାଁ, ପୂର୍ଣ୍ଣିମା ପଣ୍ଡା, ଦର୍ଶନା ଭଞ୍ଜଦେଓ, ତଥାଗତ ଉପାଧ୍ୟାୟ, ଶ୍ରୁତି ମାଇତି, ଚିନ୍ମୟ ଷଡ଼ଙ୍ଗୀ, ପ୍ରାଚୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡ଼ିଶା ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ଉପଲକ୍ଷେ ମ.ରାମପୁର ଡ୍ରାଇଭର ସଂଘର ସଚେତନତା ଶୋଭାଯାତ୍ରା

masiha

କଳାହାଣ୍ଡି ଉତ୍ସଵ ପାଇଁ ଆମପାଣି ବୁଢ଼ାରଜା ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

Sunil Chandra Nayak

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!