ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏମ୍ଏସକ୍ଯୁ ଆପ୍ ସାଇବର ଠକେଇରେ ୩ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ଜାରି

ଏମ୍ଏସକ୍ଯୁ ଆପ୍ ସାଇବର ଠକେଇରେ ୩ ଅଭିଯୁକ୍ତ ଗିରଫ, ଅଧିକ ତଦନ୍ତ ଜାରି

ରାଉରକେଲା ୨୪/୯, ଏମ୍ଏସକ୍ଯୁ ଅନଲାଇନରେ ୧୭୫୦ ଟଙ୍କା ବିନିଯୋଗ କରି ଦୈନିକ ଟଙ୍କା ରୋଜଗାର କରିବାକୁ ନେଇ ରାଉରକେଲା ସାଇବର ଥାନାରେ ଗତକାଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସାଇବର ଥାନା ପକ୍ଷରୁ ତଦନ୍ତ କରାଯାଇ ୩ ଅପରାଧିଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ଏମ୍ଏସକ୍ଯୁ ପ୍ରମୋଶନ କିଟ୍, ଆଇ କାର୍ଡ, ବ୍ଯାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, ଭୋଟ ପରିଚୟ ପତ୍ର, ଚାରୋଟି ସ୍ମାର୍ଟଫୋନ ଏବଂ ନଗଦ ଟଙ୍କା ଜବତ କରାଯାଇଛି।

    ସୂଚନା ଅନୁସାରେ ଏମ୍ଏସକ୍ଯୁ ଅନଲାଇନ୍ କମ୍ପାନୀ ଦ୍ବାରା ରାଉରକେଲାରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଘଟଣାକୁ ନେଇ ରାଉରକେଲା ଝିରପାଣି, ହାତୀବାରି ସମେତ ବିଭିନ୍ନ ଅଞ୍ଚଳର ଲୋକମାନେ ରାଉରକେଲା ଏସ୍.ପି.ଙ୍କ କାର୍ଯ୍ୟାଳୟରେ ୨୨ ତାରିଖ ଦିନ ପହଞ୍ଚି ଥିଲେ। ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଝିରପାଣି ଠାରେ ଏମ୍ଏସକ୍ଯୁ ଆପ୍ (MSQ ଆପ୍) କାର୍ଯ୍ୟାଳୟ ଖୋଲିବା ସହିତ ରାଉରକେଲାର ଭଞ୍ଜଭବନ, ପୁରୁଣାପାଣି ଏବଂ ଅନ୍ୟାନ୍ୟ ସ୍ଥାନରେ ମିଟିଂ କରି ଲୋକମାନଙ୍କୁ ସେଥିରେ ଅତିକମରେ ୧୭୫୦ ଟଙ୍କା ବିନିଯୋଗ କରିବାକୁ ପଡିବ। ଏହାପରେ ସ୍ମାର୍ଟଫୋନ୍ ମୋବାଇଲରେ ୧୫ଟି କମ୍ପାନୀର ବିଜ୍ଞାପନ ଦେଖିଲେ, ଦୈନିକ ୫୦ ଟଙ୍କା ଲେଖାଏଁ ଓ୍ବାଲେଟ ମାଧ୍ୟମରେ ମିଳିବ। ଅନଲାଇନ୍ ମାଧ୍ୟମରେ ୧୭୫୦ ଟଙ୍କା ବିନିଯୋଗ କରିଥିବା ବିନିଯୋଗକାରୀ ନିଜର ବ୍ଯବସାୟକୁ ବଢାଇବା ପାଇଁ ତଳକୁ ତଳ ଡାଉନ୍ ଲାଇନ୍ ଜଏନ କରାଇଲେ ସେଥିରୁ ମଧ୍ଯ କମିଶନ ହିସାବରେ ଲାଭ ପାଇପାରିବେ। ଏଭଳି ଏମ୍ଏସକ୍ଯୁ କମ୍ପାନୀ କଥାରେ ପ୍ରଲୋଭିତ ହୋଇ ବିନିଯୋଗକାରୀ ୧୭,୫୦୦ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା, ୪୦ ହଜାର ଟଙ୍କା ସହିତ ନିଜେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ସେମାନଙ୍କ ତଳେ ବିନିଯୋଗକାରୀଙ୍କୁ ଜଏନ କରାଇ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଏଭଳି ବେଟିଂ ଆପର ପ୍ରମୋଶନ କରୁଥିଲେ ଅଶୋକ ବଡାଇକ ବୋଲି ଅଭିଯୋଗ କରିଥିଲେ। ଏଭଳି ଏମ୍ଏସକ୍ଯୁ ବେଟିଂ ଆପ୍ ମାଧ୍ୟମରେ ଟଙ୍କାର ଠକେଇ ଜାଣିବା ପରେ ରାଉରକେଲା ଆରକ୍ଷୀ ଅଧିକ୍ଷକ, ସେମାନଙ୍କୁ ସାଇବର ଥାନାରେ ଅଭିଯୋଗ ଦାଖଲ କରିବା ପାଇଁ କହିଥିଲେ।

      ରାଉରକେଲା ସାଇବର ଥାନା ପକ୍ଷରୁ ତଦନ୍ତ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏହା ଏକ ଆନ୍ତରାଜ୍ଯ ଘଟଣା ହୋଇଥିବାରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଜି ରାଉରକେଲା ପୁଲିସ ମୂଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ। ଶ୍ରୀ ଓ୍ବାଧଓ୍ବାନୀ ସୂଚନା ଦେଇ କହିଥିଲେ ଯେ, ୨କୋଟି ଟଙ୍କା ଅନଲାଇନ୍ ଠକେଇ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଗରିଫଙ୍କ ମଧ୍ୟରେ ଅଛନ୍ତି ମାଷ୍ଟରମାଇଣ୍ଡ ଅଶୋକ ବଡାଇକ। ପୋଲିସ MSQ ଆପ୍ ଠକେଇର ପର୍ଦ୍ଦାଫାସ କରିଛି। SIM କାର୍ଡ, ମୋବାଇଲ୍ ଫୋନ୍, ଡେବିଟ୍ ଏବଂ ପାନ କାର୍ଡ ଜବତ କରିଛି। 

       MSQ ଆପ୍ ବ୍ୟବହାର କରି ୨ କୋଟି ଟଙ୍କାର ଏକ ପ୍ରମୁଖ ଅନଲାଇନ୍ ଠକେଇ ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଶୋକ ବାରାଇକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ଅନେକ ଡକ୍ୟୁମେଣ୍ଟ, ସିମ୍ କାର୍ଡ, ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ପାନ କାର୍ଡ ମଧ୍ୟ ଜବତ କରିଛି। ଏହି ଗ୍ୟାଙ୍ଗ MSQ ନାମକ ଏକ ଆପ୍ ବ୍ୟବହାର କରି ଲୋକଙ୍କୁ ଠକୁଥିଲା। ଅଭିଯୁକ୍ତମାନେ ବିଭିନ୍ନ ଠକେଇ ଯୋଜନା ମାଧ୍ୟମରେ ନିବେଶକ ଏବଂ ସାଧାରଣ ନାଗରିକଙ୍କୁ ଠକୁଥିଲେ। ଅଭିଯୋଗ ପାଇବା ପରେ, ସ୍ୱତନ୍ତ୍ର ତଦନ୍ତ ଦଳ (SIT) ବୁଧବାର ସକାଳେ ଏକ ବଡ଼ ଚଢାଉ ସମୟରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଜବତ ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ପରବର୍ତ୍ତୀ ତଦନ୍ତ ଏବଂ ପ୍ରମାଣ ସଂଗ୍ରହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ କହିଛି ଯେ ଏହି ଗ୍ୟାଙ୍ଗ ଦୀର୍ଘ ଦିନ ଧରି ସକ୍ରିୟ ଥିଲା ଏବଂ ସେମାନଙ୍କ କାର୍ଯ୍ୟ ଅନେକ ଲୋକଙ୍କୁ ଆର୍ଥିକ ଭାବରେ ପ୍ରଭାବିତ କରିଥିଲା। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ନେଟୱାର୍କ ଏବଂ ଅନ୍ୟ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କ ବିରୁଦ୍ଧରେ ଅଧିକ ଗିରଫ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠକେଇର ଶିକାର ହୋଇଥିବା ଲୋକମାନେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି କହିଛନ୍ତି ଯେ ଏପରି ଦ୍ରୁତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଜନସାଧାରଣଙ୍କ ମଧ୍ୟରେ ସୁରକ୍ଷା ଏବଂ ବିଶ୍ୱାସର ଭାବନା ସୃଷ୍ଟି କରିବ।

     ରାଉରକେଲା ପୋଲିସ ପକ୍ଷରୁ କୁହାଯାଇଛି ଯେ ଅନଲାଇନ୍ ଠକେଇରେ କୌଣସି ସାଲିସ କରାଯିବ ନାହିଁ ଏବଂ ସେମାନେ ଏପରି ମାମଲାକୁ ରୋକିବା ସହ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିବେ। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ଦିନ, ବହୁ ସଂଖ୍ୟକ ଠକାମୀର ଶିକାର ହୋଇଥିବା ନିବେଶକ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ପାଇଁ ଆବେଦନ କରିଥିଲେ। ଯାହାକୁ ପୋଲିସ ଅଧିକ୍ଷକ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏବେ ଦେଖିବା ବାକି ଅଛି ଯେ ନିବେଶକମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ କି ନାହିଁ ! 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜମି ବିବାଦ କୁ ନେଇ ଫୁଟିଲା ଗୁଳି

Sunil Chandra Nayak

ତେଲନଦୀରୁ ଅଜଣା ମହିଳାଙ୍କ ଗଲିତ ଶବ ଠାବ

masiha

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

Sunil Chandra Nayak

Leave a Comment

error: Content is protected !!