ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମ ବି କେ ମାନଙ୍କ ଧାରଣା ଓ ଇ ସି ସଦସ୍ୟା ଙ୍କ ଦାବିପତ୍ର ପ୍ରଦାନ 

ଏମ ବି କେ ମାନଙ୍କ ଧାରଣା ଓ ଇ ସି ସଦସ୍ୟା ଙ୍କ ଦାବିପତ୍ର ପ୍ରଦାନ 

ଆସିକା ୨୫/୯/୨୫ — ଧରାକୋଟ ବ୍ଲକ ସମ୍ମୁଖରେ ଆଜି ଗୋଷ୍ଠୀ ସହାୟିକା ମାନେ ସାତ ଦଫା ଦାବି ପୂରଣ ନେଇ ନାରାବାଜି କରିବା ସହ ଧାରଣା ରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଅନ୍ୟ ପକ୍ଷରେ ଇ ସି ସଦସ୍ୟା ମାନେ ସରକାରୀ ନିଷ୍ପତ୍ତି ପ୍ରକାରେ ହେବାକୁ ଥିବା ପୁନଃଗଠନ ପ୍ରକ୍ରିୟା ମାମଲା ଉଚ୍ଚ ନ୍ୟାୟାଳୟ ରେ ବିଚାରଧିନ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ଏକ ଦାବିପତ୍ର ବରପ୍ରାପ୍ତ ବି ଡି ଓ ସୁଶିଲ ପଟନାୟକ ଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ପଞ୍ଚାୟତ ସ୍ତରର କର୍ମକର୍ତ୍ତା ଗୀତା ପଟ୍ଟନାୟକ, ରିତାଞ୍ଜଳି ଭୂୟାଁ, ସନ୍ଧ୍ୟାରାଣି ସେଠୀ, ଶାନ୍ତିଲତା ବେହେରା, ମାମି ଗୌଡ଼ ଙ୍କ ସମେତ ଶତାଧିକ ସଦସ୍ୟା ସାମିଲ ହୋଇଥିଲେ। ଠିକ ସେହିପରି ବ୍ଲକ ସ୍ତରରେ କାର୍ଯ୍ୟରତ, ଏମ ବି କେ ଓ ସି ଆର ପି ସଦସ୍ୟା ମାନେ ବ୍ଲକ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ସ୍ଥାୟୀ ଦରମା ପ୍ରଦାନ,ସ୍ଥାୟୀ ନିଯୁକ୍ତି, ଏକାଉଣ୍ଟ୍ ପେ ଦରମା,ବକେୟା ଦରମା ଭଳି ସାତ ଦଫା ଦାବି ନେଇ ବିଭିନ୍ନ ସ୍ଲୋଗାନ ଦେଇ ଧାରଣାରେ ବସିଥିଲେ । ଧାରଣା ସ୍ଥଳକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଧାରଣା ସ୍ଥଳରେ ପହଞ୍ଚି ଏମ ବି କେ ଓ ସି ଆର ପି ମାନଙ୍କ ଦାବିକୁ ଯଥାର୍ଥ କହିବା ସହ ରାଜ୍ୟ ସରକାର ଦାବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ଦାବୀ କରିଥିଲେ । ବ୍ଲକ ସଭାନେତ୍ରୀ ସ୍ମୃତି ରେଖା ନାୟକ,ସମ୍ପାଦିକା ବିବାସିନୀ ପଟନାୟକ ଙ୍କ ସମେତ ଶତାଧିକ ସଦସ୍ୟା ଏଥିରେ ସାମିଲ ହୋଇଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

The 5th installation ceremony of Intract club of SSVM

Sunil Chandra Nayak

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

Sunil Chandra Nayak

Leave a Comment

error: Content is protected !!