ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

କୋଇଡା ବ୍ଳକ ଅନ୍ତର୍ଗତ କେ ବଲାଙ୍ଗ ରେ ବସ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୩ ମହିଳା,କଣ୍ଡକ୍ଟର  ସମେତ୫ ମୃତ ; ୩ ଶିଶୁ ସମେତ ୧୭ ଊର୍ଦ୍ଧ୍ଵ ଗୁରୁତର;୫ ଆହତ, ରାଉରକେଲା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ

କୋଇଡା – ୨୫/୦୯ — ପାର୍ବଣ ଋତୁ ଚାଲିଛି ।ମା’ଙ୍କ ଶାରଦୀୟ ପୂଜା ଅବସରରେ ସାରା ଓଡ଼ିଶା ଚଳ ଚଞ୍ଚଳ ।ଆଉ ହାତଗଣତି କେତୋଟି ଦିନ ଅଛି ମା’ ଙ୍କ ଦୁର୍ଗଣତିନାଶିନୀ ପୂଜା ।ସମସ୍ତେ ଏବେ ଘର ମୁହାଁ ଓ ବଜାର ମୁହାଁ ।ଏହି ଅବସରରେ ଆଜି ଗୁରୁବାର ଦିନ ପୂର୍ଵାହ୍ନ ୧୦ ଟା ପାଖାପାଖି ସମୟରେ ରାଉରକେଲାରୁ କୋଇଡା ଆସୁଥିବା ଏକ ଘରୋଇ ବସ ଲିଙ୍ଗରାଜ ସହ ଏକ ଲୁହାପଥର ବୋଝେଇ ଟ୍ରକର କେ ବଲାଙ୍ଗ ଥାନା ନିକଟଵର୍ତି କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ଵରରେ ମୁହାଁମୁହିଁ ଭୟଙ୍କର ଦୁର୍ଘଟଣା ଘଟିଥିଲା ।।ଘଟଣାସ୍ଥଳରେ ବସରେ ଥିବା ୩ ମହିଳା,ବସ କଣ୍ଡକ୍ଟରଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଶିଶୁ ସମେତ,୫ ଆହତ ଏବଂ ୧୭ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିଲେ ।ଏତେବଡ ଭୟଙ୍କର ଦୁର୍ଘଟଣା ଏହି ଅଞ୍ଚଳରେ ପୂର୍ବରୁ କେବେ ହୋଇ ନଥିବା ପ୍ରତ୍ୟକ୍ଷଦର୍ଶୀ କୁହନ୍ତି ।ଏଭଳି ଅଭାବନୀୟ ଦୁଃଖଦ ଖବର ପାଇ ବଣେଇ ଏସଡିପିଓ,କୋଇଡା ଥାନାଧିକାରୀ,ଲହୁଣିପଡା ଥାନାଧିକାରୀ, କେ ବଲାଙ୍ଗ ଥାନାଧିକାରୀ,ଅଗ୍ନିଶମ ବିଭାଗ ଏଵଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସହାୟତାର ହାତ ବଢାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ କଟର ସାହାଯ୍ଯରେ ଝରକା କାଟି ମୃତାହତ ଓ ପିଡିତ ମାନଙ୍କୁ ଉଦ୍ଧାର କରିଥିଲେ । ସମ୍ପର୍କୀୟଙ୍କ କାନ୍ଦ ବୋବାଳି ରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ। ଦୁର୍ଘଟଣା ସ୍ଥାନଟି ଲୋକାରଣ୍ୟ ହୋଇପଡିଥିଲା ।ରକ୍ତ ରଞ୍ଜିତ ହୋଇଥିଲା ସ୍ଥାନଟି ଗୁରୁତରଙ୍କୁ କେ ବଲାଙ୍ଗ ପ୍ରାଥମିକ ଚିକିତ୍ସାଳୟ ଏବଂ ଲହୁଣିପଡା ପ୍ରାଥମିକ ଚିକିତ଼ସାଳୟରେରେ ଆଶୁ ଚିକିତ୍ସା କରାଯାଇ ରାଉରକେଲା ସରକାରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ୫ ଜଣଙ୍କୁ ଲହୁଣିପଡା ପିଏଚସିର ଡକ୍ଟର ମୃତ ଘୋଷଣା କରିଛନ୍ତି ।ଏହାକୁ ନେଇ କେ ବଲାଙ୍ଗ ଥାନାରେ ବସ ଡ଼୍ରାଇଭର ନାମରେ କେଶ ୨୮୧/୧୨୫(ଏ),/୧୨୫( ବି)/୧୦୬(୧)ବିଏନଏସ ରୁଜୁ କରାଯାଇଛି । ଲହୁଣିପଡା ଡାକ୍ତରଖାନାରେ ୫ ଜଣ ମୃତକଙ୍କ ଶଵ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଯିବ। ଦୁର୍ଘଟଣାଗ୍ରସ୍ତ ବସ ଏବଂ ଟ୍ରକ କୁ କେ ବଲାଙ୍ଗ ଥାନାରେ ଅଟକ ରଖାଯାଇଛି ।ମୃତକ ହେଲେ ୧- କେ ବଲାଙ୍ଗ ଥାନା ଅନ୍ତର୍ଗତ ମଞ୍ଛଵେଡା ଗ୍ରାମର ସମର ସିଂ ପୁତ୍ର କରମପାଲ ସିଂ(୨୮),୨- ବସ କଣ୍ଡକ୍ଟର ଲାଠିକଟା ଅଞ୍ଚଳର ଶଵର ଵଳ(୫୨),୩- କେ ବଲାଙ୍ଗ ଥାନା ଅନ୍ତର୍ଗତ ସାନରକ୍ସି ର ଲିଲମୋହନ ଗୋପୀଙ୍କ ପତ୍ନୀ ପୁଷ୍ପା ଗୋପ(୫୬), ୪-ରକ୍ସି ଅଞ୍ଚଳର ଭୀମ ଠାକୁରଙ୍କ ପତ୍ନୀ ସତ୍ୟଭାମା ଠାକୁର(୫୫) ଏବଂ ୫ – ରକ୍ସି ଅଞ୍ଚଳର ଆଲିଆସ ନାଗଙ୍କ ପତ୍ନୀ ମେରି ନାଗ(୫୦) ।

ସୂଚନାଯୋଗ୍ଯ ଲୁହାପଥର ବୋଝେଇ ପରିବହନ ଗାଡିଯୋଗୁଁ ରକ୍ସି ପାଖରୁ ରେଲଓ୍ଵେ ଫାଟକ ସବୁବେଳେ ମନଇଛା ଯାମ ରହୁଛି ।ଚୁନାଘାଟିରୁ କେ ଵଲାଙ୍ଗ ଦୁର୍ଘଟଣାର ହଟଷ୍ଟଟ୍ ପାଲଟିଛି ।ସବୁବେଳେ ଛୋଟବଡ ଦୁର୍ଘଟଣା ଘଟୁଛି ।ବହୁ ଅମୂଲ୍ୟ ଜୀବନ ନଷ୍ଟ ହେଉଛି ।ଅପରପକ୍ଷରେ ଘରୋଇ ବସ୍ ଯାତାୟତ ପାଇଁ ରାଜ୍ୟ ପରିବହନ ବିଭାଗ ତରଫରୁ ସମୟ ନିର୍ଘଣ୍ଟ କରାଯାଇଛି ।ଠିକ ସମୟରେ ବସ ଚଳାଚଳ ଯେଭଳି କରୁ।କିନ୍ତୁ ଲୁହାପଥର ଵୋଝେଇ ଟ୍ରକ ଦ୍ଵାରା ରାସ୍ତା ଯାମ୍ ଯୋଗୁଁ ବସ ଠିକ ସମୟରେ ପହଞ୍ଚିବାରେ ବାଧକ ସାଜୁଛି ।ତେଣୁ ବସ ଡ଼୍ରାଇଭର ସଠିକ ସମୟରେ ପହଞ୍ଚିବା ଏବଂ ରାସ୍ତା ଯାମ୍ ନେଇ ଦୃତଗତିରେ ଚଳାଇବାକୁ ବାଧ୍ୟ ହୋଇ ଦୁର୍ଘଟଣାରେ ଶିକାର ହେଉଛନ୍ତି ।ଅପରପକ୍ଷରେ ଅମାନିଆ ଟ୍ରକ ଡ୍ରାଇଭର ଙ୍କ ଦୃତଗତି,ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଏବଂ ଓଭରଟେକ ନେଇଣ ଦୁର୍ଘଟଣା ବାରମ୍ଵାର ଘଟୁଛି ।ତଦସହ ରାସ୍ତା ଯାମ ଯୋଗୁଁ ସମୟ ମେକ ଅପ୍ କରିବା ପାଇଁ ଭୁଲ ରାସ୍ତାରେ ଯାଇ ପରିବହନ ଗାଡି ଅଧିକାଂଶ ସମୟ ଦୁର୍ଘଟଣାରେ ଶିକାର ହେଉଥିବା ଅଭିଯୋଗ ହେଉଛି।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

ବିପଣନ ସହାୟତା ଉପରେ ଜାତୀୟସ୍ତର ଆଲୋଚନା

masiha

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

Leave a Comment

error: Content is protected !!